ସାବାଳକ ଥିବା ସତ୍ୱେ ସରକାରଙ୍କୁ ମିଥ୍ୟା ପ୍ରମାଣ ପତ୍ର ଦେଇ ଚାକିରୀରେ କାର୍ଯ୍ୟରତ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କର୍ମଚାରୀ।

Spread the love
  •  
  •  
  •  
  •  
  •  

ଭଦ୍ରକ: / ୧୬/୧୧/ସନ୍ଧାନ ନିଉଜ୍/ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ମିଥ୍ୟା ପ୍ରମାଣ ପତ୍ର ଦେଇ ଦୀର୍ଘଦିନ ହେବ ଚାକିରୀରେ କାର୍ଯ୍ୟରତ ଅଛନ୍ତି ଜଣେ ସରକାରୀ କର୍ମଚାରୀ।ସୂଚନା ଅଧିକାରୀଙ୍କ ସୂଚନାନୁଯାୟୀ ଖବରରୁ ପରିପ୍ରକାଶ କି ଗ୍ରାମ୍ୟ ଜଳ ଯୋଗାଣ ପରିମଳ ଖଣ୍ଡ ଭଦ୍ରକ କାର୍ଯ୍ୟାଳୟରେ ଶ୍ରୀ କରୁଣାକର ଶତପଥୀ ଫିଟର ମିସ୍ତ୍ରୀ ଭାବେ ୦୧/୦୫/୨୦୦୬ ରୁ ଏଯାବତ କାର୍ଯ୍ୟ କାର୍ଯ୍ୟରତ ଅଛନ୍ତି। ଶ୍ରୀ ଶତପଥି ପ୍ରଥମେ NMR ଚାକିରୀ ବାଲେଶ୍ବର ଜିଲ୍ଲା ରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ଡିଭିଜନରେ ଆରମ୍ଭ କରିଥିଲେ। ସେହି ଚାକିରୀ ଯୋଗଦାନ ସମୟରେ ତାଙ୍କ ଠାରୁ ପ୍ରେରିତ ହୋଇଥିବା କାଗଜପତ୍ର ଅନୁଯାୟୀ ତାଙ୍କର ଜନ୍ମ ତାରିଖ ୦୧/୦୩/୧୯୭୮ ଅଟେ। କିନ୍ତୁ ଶ୍ରୀ ଶତପଥୀଙ୍କ ର ସେବା ପୁସ୍ତକରେ ଉଲିଖିତ ହୋଇଥିବା ଜନ୍ମ ତାରିଖ ୨୫/୦୮/୧୯୬୩ ଥିବାବେଳେ ତାଙ୍କର ଚାକିରୀ ଆରମ୍ଭ କରିବା ବୟସ ମାତ୍ର ୧୪ବର୍ଷ ୬ମାସ ୭ଦିନ ହୋଇଥିଲା। ଯାହାକି ଶ୍ରୀ ଶତପଥୀ ସେତେବେଳେ ସାବାଳକ ଅବସ୍ଥାରେ ଜାଲିଆତି କରି ଚାକିରୀ କରିଥିଲେ। ତେବେ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ଭଦ୍ରକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ଡିଭିଜନରୁ ପତ୍ର ସଂଖ୍ୟା ୩୯୬୪ ତା ୧୪/୦୯/୨୦୨୦ ରିଖ, ପତ୍ର ସଂଖ୍ୟା ୬୬୯୭ ତା ୨୯/୧୦/୨୦୨୦ ରିଖ ଏବଂ ପତ୍ର ସଂଖ୍ୟା ୭୦୯୪ ତା ୦୬/୧୧/୨୦୨୦ ରିଖ ଅନୁଯାୟୀ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଥିବା ସତ୍ୱେ ବି ଶ୍ରୀ ଶତପଥୀ ଏହାକୁ ଅବମାନନା କରିଆସୁଛନ୍ତି।ସୂଚନାଧିକାରୀଙ୍କ ସୂଚନାନୁଯାୟୀ ଶ୍ରୀ ଶତପଥୀ ମାସକୁ ୩୯,୬୩୩ ଟଙ୍କା ଦରମା ନେଉଥିବାର ଉଲ୍ଲେଖ କରିଛନ୍ତି। ତେବେ ସରକାରୀ କାର୍ଯ୍ୟଳୟରେ କାର୍ଯ୍ୟରତ ଜଣେ କର୍ମଚାରୀ ଏଯାବତ କୌଣସି ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ନଦେଇ ଦୀର୍ଘଦିନ ଧରି ସରକାରଙ୍କୁ ଭୁଆଁ ବୁଲେଇ ସରକାର ଦପ୍ତରରୁ ଲକ୍ଷ ଲକ୍ଷ ଟଙ୍କା ଦରମା ନେବା ଯାହା ବାସ୍ତବିକ ଆଶ୍ଚର୍ଯ୍ୟର କଥା ଅଟେ। ତେବେ ରାଜ୍ୟରେ ବେରୋଜଗର ସ୍ଥିତି ଦିନକୁ ଦିନ ବଢ଼ୁଥିବାବେଳେ ସରକାରଙ୍କ କାର୍ଯ୍ୟାଳୟ ରେ ରହି ସରକାରଙ୍କୁ ଲୁଟୁଥିବା ଭଳି କାର୍ଯ୍ୟ ଯାହା ସମସ୍ତଙ୍କୁ ଚକିତ କରିଛି। ଆଉ ଏନେଇ ଭଦ୍ରକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ଡିଭିଜନର ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ତାହା ବି ସନ୍ଦେହ ସୃଷ୍ଟି କରୁଛି। ତେବେ ଖବର ପ୍ରକାଶ ପରେ ଉଚ୍ଚ ପଦସ୍ତ ଅଧିକାରୀମାନେ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Related Posts

About The Author

Add Comment