ଯାଜପୁର, ୧୦/୯(ସନ୍ଧାନ ନିୟୁଜ/ମାନସ ରାଉତ)ବିସଧର ସାପ କାମୁଡ଼ାରେ ଧର୍ମଶାଳା ବ୍ଳକ କ୍ଷେତ୍ରପାଳ ପଞ୍ଚାୟତର ସରପଞ୍ଚ ମନ୍ଦାକିନୀ ପରିଡ଼ାଙ୍କର ଏବେ ଏବେ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଛି | ଗତକାଲି ବିଳମ୍ବିତ ରାତ୍ରିରେ ଗୋପାଳପୁରସ୍ଥିତ ନିଜ ବାସଭବନରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ାରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବଡ଼ଚଣା ଡାକ୍ତରଖାନାକୁ ନିଆ ଯାଇଥିଲା | ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଡାକ୍ତର କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ | ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଅବସ୍ଥାରେ ମୃତ୍ୟୁ ଘଟିଛି | ଅନ୍ୟପକ୍ଷରେ ସେହି ସାପଟି ଏବେ ମଧ୍ୟ ତାଙ୍କ ବାସଭବନରେ ରହିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି | ସ୍ବର୍ଗତା ପରିଡାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |
ସାପ କାମୁଡ଼ାରେ କ୍ଷେତ୍ରପାଳ ପଞ୍ଚାୟତର ସରପଞ୍ଚ ମନ୍ଦାକିନୀ ପରିଡ଼ାଙ୍କର ମୃତ୍ୟୁ
|
September 10, 2018 |