ସାନଭାଈ ହତ୍ୟାକଲା ବଡ଼ ଭାଈକୁ

Spread the love
  •  
  •  
  •  
  •  
  •  

ଯାଜପୁର, ୦୩/୦୯/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ସଦରଥାନା ଅନ୍ତର୍ଗତ ମହେଶ୍ୱରପୁର ପଂଚାୟତ ଜୟପୁର ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଚି । ବଡ଼ଭାଈର ଅନ୍ୟାୟକୁ ସହି ନପାରି ପରିବାରର ଲୋକମାନେ ଅତିଷ୍ଟ ହୋଇ ପଡ଼ିଥିବା ବେଳେ, ବଡ଼ଭାଇ ମଦପିଇ ଆଶିଷ ବେହେରା ଘରକୁ ଆସି ଗଣ୍ଡଗୋଳ କରିବାରୁ ଏଥିରେ ଉତେକ୍ତ ହୋଇ ସାନଭାଇ ଏକ ରଡ଼ ଫୋପାଡ଼ିବା ସମୟରେ ବଡ଼ଭାଈର ମୃତୁ୍ୟ ଘଟିଥିଲା । ସାନଭାଇ ରାଜେସ ବେହେରା, ଦାଦା ଗଦାଧର ବେହେରା ବହୁ ପ୍ରକାର ବୁଝାଇବାକୁ ଚେଷ୍ଟା କରିଥିବା ବେଳେ, ଆଶିଷ ଉତେକ୍ତ ହୋଇ ସେମାନଙ୍କୁ ମାଡ଼ ମାରିଥିଲା । ଆଶିଷକୁ ଏକ ଗଛରେ ବାନ୍ଧି ପକାଇଥିଲେ । ଗୁରୁତର ଆଶିଷକୁ ଚିକିତ୍ସା ପାଇଁ ଯାଜପୁର ମେଡିକାଲକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା । ଆଶିଷର କଟକରେ ମୃତୁ୍ୟ ଘଟିଥିବା ବେଳେ, ଆଶିଷର ଶ୍ୱଶୁର ଦୁର୍ଯେ୍ୟାଧନ ଦାସ ସଦରଥାନାରେ ଏତଲା କରିଥିଲେ ମୋ ଜ୍ୟାଇଁକୁ ବାପ ପୁଅ ମାରିଦେଇଛନ୍ତି ବୋଲି ଏତଲା କରିବାପରେ ସଦରଥାନା ପୋଲିସ ଆଶିଷର ବାପାକୁ ଥାନାରେ ଅଟକ ରଖି ପଚରା ଉଚରା କରିବା ସହିତ ସାନଭାଇ ରାଜେସ ଫେରାର ଥିବା ଜଣାଯାଇଚି । ସଦରଥାନା ପୋଲିସ ତଦନ୍ତ କରୁଥିବା ଜଣାଯାଇଚି ।

Related Posts

About The Author

Add Comment