ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଳନ ପଛରେ କୌଣସି ଧର୍ମୀୟ ଭାବନା ସଂଶ୍ଳିଷ୍ଟ ନାହିଁ । ନୂତନ ଭାବେ ଉତ୍ପାଦିତ ଅନ୍ନକୁ ସୃଷ୍ଟିକର୍ତ୍ତାଙ୍କୁ ଅର୍ପଣ କରି ସେହି ପ୍ରସାଦ ନିଜେ ପାଇବା ଏହାର ମୂଳଲକ୍ଷ୍ୟ ଏଣୁକରି ନୂଆଁଖାଇକୁ କୃତଜ୍ଞତା ଜ୍ଞାପନର ପର୍ବ ତଥା ଆଶୀର୍ବାଦ କାମନାର ପର୍ବ କହିବା ସମୀଚୀନ ମନେହୁଏ । ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସଭିଏଁ ନୂଆଁଖାଇକୁ ବଡ଼ ଜାକଜମକରେ ପାଳନ କରିଥାଆନ୍ତି । ସମ୍ପ୍ରତି ଓଡ଼ିଶାର କୌଣସି ସଂସ୍କୃତିକ ବିଭବ ଯଦି ଅଧିକ ବିଶ୍ୱବ୍ୟାପୀ ହେବାରେ ଲାଗିଛି ତାହା ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ନୂଆଁଖାଇ ଭେଟ୍ଘାଟ୍’ ‘ନୂଆଁଖାଇ ଭେଟ୍ଘାଟ୍ ସାରା ବିଶ୍ୱର ଲୋକ ଯୋଡ଼ି ହେଉଥିବାରୁ ଏହା ଏକ ସାଂସ୍କୃତିକ ଆନ୍ଦୋଳନର ରୂପ ନେଇସାରିଲଣି ।
ହଁ, ନୂଆଁଖାଇ ସମୟର ସବୁପ୍ରକାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ଲୋକାଚାର ବାଚକ ଯଥାର୍ଥତାର ପରିପୂଭିରେ କୌଣସି ଅଭାବ ପରିଲକ୍ଷିତ ହେଉନାହିଁ । ଏହାର ସମସ୍ତ ବିଭବ ଏପରିକି ଲିଗ୍ଧଦେଖାଠାରୁ ଆରମ୍ଭ କରି ଡକାହକା, ସଫାସୁତୁରା-ଲିପାପୋଛା, କିଣାବିକା, ନୂଆଁଧାନ ଖୋଜା, ବାଲିପକା, ନୂଆଁଖାଇ, ଜୁଆରଭେଟ୍, ନାଚଗୀତ, ଖୁଆପିଆ ସବୁ ଯୁଗରୁଚି ସହିତ ସମତାଳ ଦେଇ ସଦର୍ପ ଆଗେଇଚାଲିଛି । ଫଳରେ ସାଇବର ଜଗତରେ ମଧ୍ୟ ଏହା ନିଜକୁ ଅସାମାନ୍ୟ ଭାବେ ଖାପ ଖୁଆଇ ଭିନ୍ନଭିନ୍ନ ପରିସୀମା ଓ ବ୍ୟାପ୍ତିକୁ ଛୁଇଁଚାଲିଛି । ପରିବର୍ତ୍ତିତ ଜଗତୀକରଣରେ ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଥିବାରୁ ପୃଥିବୀ ଏକପ୍ରକାର ବିଶ୍ୱଗ୍ରାମରେ ପରିଣତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ନୂଆଁଖାଇର । ଗହଗହ ଡିଜିଟାଲ ତଥା ଅନ୍ଲାଇନ ଦୁନିଆରେ ବ୍ୟବହାର ପାଇଁ ସର୍ବୋତ୍କୃଷ୍ଟ ସାବ୍ୟସ୍ତ ହୋଇଛି । ବିଜ୍ଞାନ ନୂଆଁଖାଇ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ତେବେ କୋଭିଡ-୧୯ର ଭୟାବହତାକୁ ଦୃଷ୍ଟିରେ ରଖି ଚଳିତବର୍ଷ ନୂଆଁଖାଇ ଭେଟ୍ଘାଟକୁ କେତେକ ସ୍ଥଳରେ ସୀମିତ ଓ ସ୍ଥଗିତ ରଖୁଦିଆଯାଇଛି । ଅଘୋଷିତ ଭାବେ ଏଥରର ବିଷୟବସ୍ତୁ ରଖାଯାଇଛି ‘ଘରେ ରହେମା, ଘରୁ ମନାମୀ’, ‘ଘରେ ରହେନାଁ ଘରୁ ଦେଖମା’ । ଇତ୍ୟାଦି
ଅନ୍ୟପକ୍ଷରେ ଆଜିକାର ଭାରତୀୟ ପର୍ବପର୍ବାଣିର ବାହ୍ୟ ଆଡମ୍ବରକୁ ଦେଖିଲେ ଅପସଂସ୍କୃତି ଧସେଇ ପଶୁଛି । ଅନେକାଂଶରେ ଏହା ଫେସନରେ ପରିଣତ ହୋଇଗଲାଣି । ଗଣେଶ ଓ ଦୁର୍ଗାପୂଜା ପ୍ରଭୃତିରେ ପରମ୍ପରା ମାଡ଼ ଖାଇଯାଉଛି । ଶୁଦ୍ଧପୂତ ଭାବନା ଲୋକଙ୍କ ଭିତରେ ମରିମରି ଯାଉଛି । ହେଲେ ଏହି ପ୍ରସଙ୍ଗରେ ନୂଆଁଖାଇ ବ୍ୟତିକ୍ରମ ସାବ୍ୟସ୍ତ ହୋଇଛି । ଅତ୍ୟାଧୁନିକତାର ଯେତେ ଚାକଚକ୍ୟ ମଣିଷକୁ । କବଳିତ କରିଥିଲେ ହେଁ ବିଶେଷତଃ ଘରେ । ଯେଉଁମାନେ ସପରିବାର ଓ କୁଳକୁଟୁମଙ୍କୁ ନେଇ । ନବାନ୍ନ ଭକ୍ଷଣ କରୁଛନ୍ତି, ଅତ୍ୟନ୍ତ ନିଷ୍ଠା ଓ ଶୁଦ୍ଧପୂତ ଭାବେ ପାଳନ କରୁଛନ୍ତି ସମୟାନୁକ୍ରମେ ନୂଆଖାଇଁ ଏକ ଉଚ୍ଚ ମୂଲ୍ୟବୋଧର ପରମ୍ପରାକୁ ସମୃଦ୍ଧ ଓ ଅଭିବୃଦ୍ଧି କରିଚାଲିଛି ।
ଅବିଭକ୍ତ, କଳାହାଣ୍ଡି, ବଲାଙ୍ଗିର, ସମ୍ବଲପୁର, ସୁନ୍ଦରଗଡ଼ ଓ ବୌଦ୍ଧ ଆଦି ଦଶଟି ଜିଲାରେ ସମାରୋହରେ ଏହି ପର୍ବ ଭାଦ୍ରବ ମାସରେ ହିଁ ପାଳିତ ହୋଇଥାଏ । ବର୍ତ୍ତମାନ ପଶ୍ଚିମ ଓଡ଼ିଶାର ବିଭିନ୍ନ ସମାଜ ପକ୍ଷରୁ ସାମୁହିକ ନିଷ୍ପତି ନିଆଯାଇ ଶୁକ୍ଳ ପଞ୍ଚମୀ ଦିନ ହିଁ ନବାନ୍ନ ଭକ୍ଷଣ କରାଯାଉଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନବାନ୍ନ ନୈବେଦ୍ୟ ଇଚ୍ଛାମୁତାବକ ସମୟରେ ନ ପାଇ ନିଦ୍ଧାରିତ ଲଗ୍ନରେ ପ୍ରଥମେ ଇଷ୍ଟଦେବୀଙ୍କ ନିକଟରେ ଲାଗି ହେବା ପରେ ପାଇବାକୁ ହୋଇଥାଏ । କଳାହାଣ୍ଡି ମାଣିକେଶ୍ଵରୀ ପୀଠ ସମେତ ଭବାନୀପାଟଣା, ଜୁନାଗଡ଼ ଓ ମଦନପୁର ରାମପୁରରେ ଦଶମୀଦିନ ନବାନ୍ନ ଭକ୍ଷଣ ପାଇଁ ଲଗ୍ନଧାର୍ଯ୍ୟ କରାଯାଇଥାଏ; କିନ୍ତୁ କେସିଙ୍ଗା ବ୍ଲକର ପଥର୍ଲା । ଗାଆଁରେ ଭାଦ୍ରବ ପ୍ରତିପଦାରେ ପାଳିତ ହୋଇଥାଏ । ସମଗ୍ର ପଶ୍ଚିମ ଓଡ଼ିଶାରେ ସର୍ବାଗ୍ରେ ନୂଆଁ ଖାଉଥିବା ଗାଆଁ ଭାବେ ପଥଲା ପରିଚିତ। ଭାରତବର୍ଷରେ ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ସମାଜରେ ବିଭିନ୍ନ ଧର୍ମରେ ଶସ୍ୟପୂଜାର ପରମ୍ପରା କ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ଅନ୍ତକୁ ସୃଷ୍ଟିକର୍ତ୍ତାଙ୍କୁ ଅର୍ପଣ କରି ନିଜେ ଗ୍ରହଣ କରିବା ବିଧି ଥିଲେ ହେଁ ନୂଆଁଖାଇ ତାହାଠାରୁ ଅନେକାଂଶରେ ‘ପୃଥକ୍ କେତେକ ସ୍ଥାନରେ ବିଜୟା ଦଶମୀ, ଦୀପାବଳି, ମକର ସଂକ୍ରାନ୍ତି ଏବଂ ଭଲ ଦିନବାର ଦେଧି ନବାନ୍ନ ଭକ୍ଷଣ କରାଯାଇଥାଏ; କିନ୍ତୁ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ସ୍ଵତନ୍ତ୍ର ରୀତି ଓ ବିଶ୍ଵାସ ଅନୁଯାୟୀ ପାଳନ କରାଯାଏ । ନୂଆଁଖାଇର ଆଉ ଏକ ବିଶେଷତ୍ୱ ହେଉଛି ମୁସଲମାନ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହାକୁ ଖୁବ୍ ଜାକଜମକରେ ପାଳନ କରିଥାଆନ୍ତି । ହୀରାକୁଦ ଜଳଭଣ୍ଡାରକୁ ଲାଗି ଲଖନପୁର ବ୍ଲକର ପୁରୁଣା ରାଜସ୍ବ ଗାଁ ରେମଡ଼ା (ଭୁତିଆ) ରେ ଆଦିବାସୀ, ହିନ୍ଦ୍ର ଓ ମୁସଲିମମାନଙ୍କ ମଧ୍ୟରେ ଅଭୃତ ସାଂସ୍କୃତିକ ସଂହତି ଓ ସମୟ ଦେବାକୁ ମିଳେ କୁଡ଼ାଲୋଇ, ନେଗିପାଲି, ଚାରପାଲି-ବରପାଲି, ବିଶିଉକା, ବାଲିଘା ଆଦି ମୁସଲିମ ଗୌନ୍ତିଆ ରହିଥିବା ଗାଆଁଗୁଡ଼ିକରେ ନୂଆଁଖାଇ ନିଜସ୍ତ୍ର ଶୈଳୀରେ ପବିତ୍ରତାର ସହ ପାଳନ କରାଯାଉଛି ।
ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଶତୃମିତ୍ରଙ୍କୁ ଶଖୋଳି ନେବାର ଦର୍ଶନ ଉପରେ ପ୍ରତିଷ୍ଠିତ ‘ନୂଆଁଖାଇ ଭେଟ୍ଘାଟ୍ ପ୍ରଥାଟି ସାମାଜିକ ସୌହାର୍ଘ୍ୟ ତଥା ସାର୍ବଜନୀନ ଭ୍ରାତୃଭାବକୁ ଉଦ୍ବୁଦ୍ଧ କରୁଥିବାବେଳେ ‘ଜୁହାର ଭେଟ୍’ ଭେଦଭାବ ଓ ଦେଷକୁ ପଦାନତ କରି ପାରିବାରିକ ସମ୍ବନ୍ଧର ଦୃଢ଼ ଭିତ୍ତିଭୂମି ନିର୍ମାଣରେ ସହାୟକ ହୁଏ । ଭାଇଭାଇ ମଧ୍ୟରେ ମନୋମାଳିନ୍ୟ ଥିଲେ ମଧ୍ୟ ସାନଭାଇ ବଡ଼ଭାଇ ଘରକୁ ଆସି ନୂଆଁ ଖାଇବା ଏବଂ ଓଳଗି ନୂଆଁଖାଇ ଭେଟ୍ଘାଟ୍ର ବିଶେଷତ୍ଵ ହେଲା ପଶ୍ଚିମ ଓଡ଼ିଶା । ମାଟିର ସନ୍ତାନ ଜୀବନ ଜୀବିକା ଦାୟ ବା ପ୍ରତିଭାର ଯଥାର୍ଥ ପରିସ୍ଫୁଟନ ପାଇଁ ହେଉ, ବିଶ୍ଵର ଯେଉଁଠି ବସବାସ କଲେ ମଧ୍ୟ ମାଟିମାଆର ଡାକ ଓ ତା’ର ମହକକୁ ଭୁଲି ପାରିନାହିଁ । ଏକତା ଓ ମୈତ୍ରୀର ବାର୍ତ୍ତା ଦେଉଥିବା ନୂଆଁଖାଇ ଅବସରରେ ଆୟୋଜନ ହେଉଛି ‘ନୂଆଁଖାଇ ଭେଟଘାଟ । ଭେଟ୍ଘାଟ୍ର ସବୁଠି(ଖାଦ୍ୟ, ବେଶପୋଷାକ, କଥାବର୍ତ୍ତା, ସଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତି) ଝଲସି ଉଠେ ମାଟିର ବାସ୍ନା । ଇଣ୍ଟରନେଟ ତଥା ସୋସିଆଲ ମିଡିଆର ବହୁଳ ପ୍ରଚଳନ ଯୋଗୁଁ ଅତି ସହଜରେ ଫେସବୁକ, ହ୍ବାଟଅପ୍, ଟିଟର, ଭିଡିଓ କଲିଂ ପ୍ରଭୃତି ଜରିଆରେ ପଶ୍ଚିମ ଓଡ଼ିଶା ତଥା ରାଜ୍ୟ ଓ ଦେଶର ଲୋକଙ୍କ ସହ ଯୋଗାଯୋଗ କରାଯାଇ ଏପରି ଭେଟ୍ଘାଟ୍ ଆୟୋଜନ କରାଯାଉଛି । ନିଜ ଅଞ୍ଚଳର ଲୋକଙ୍କୁ ଏକାଠି ପାଇ ନାଚ, ଗୀତ ଓ ଭୋଜିଭାତରେ ମସଗୁଲ ହେବା ଦ୍ଵାରା ମୈତ୍ରୀ, ଭାଇଚାରା ଓ ସଦଭାବ ବୃଦ୍ଧି କରିହେଉଛି । ଏବେ ସମସ୍ତଙ୍କ ପାଖରେ ଇଣ୍ଟରନେଟ ଉପଲବ୍ଧ ସ୍ମାର୍ଟଫୋନ ଥିବାରୁ ନୂଆଁଖାଇ ଦିବସର ପୂର୍ବ ପନ୍ଦରଦିନ ଭଳିକି ଭଳି ଫଟୋ ସଂଲଗ୍ନ ନବାନ୍ତି ବାର୍ତ୍ତା ଓ ଭିଡିଓ ଆଦି ଛାଇ ରହୁଛି । ଖାସ୍ କରି ନୂଆଁଖାଇ ପାଇଁ ସାଇବର ଜଗତରେ ଅନେକ ବ୍ୟସ୍ତ ରହୁଛନ୍ତି । ଫେସବୁକ, ହ୍ଵାଟସ୍ ଆପ୍ ବକ୍ସ ଭରି ହୋଇଯାଉଛି ନାନା ବାର୍ଭାରେ ।
ପ୍ରାୟ ପଚିଶ ବର୍ଷ ତଳେ ଭୁବନେଶ୍ବରରେ ପ୍ରଥମେ ପଶ୍ଚିମ ଓଡ଼ିଶା ଅଗ୍ରଣୀ ସଙ୍ଗଠନ ପକ୍ଷରୁ ଅଞ୍ଚଳ ବାହାରେ ‘ନୂଆଁଖାଇ ଭେଟ୍ଘାଟ୍ ଆୟୋଜନ କରାଯାଇଥିଲା । ପରେ ପରେ ଉପକୂଳ ଅଞ୍ଚଳର ଅବିଭକ୍ତ କଟକ, ପୁରୀ ଓ ବାଲେଶ୍ବର ଜିଲ୍ଲା ଏପରିକି କୋରାପୁଟ, ବ୍ରହ୍ମପୁର ସ୍ଥାନକୁ ବ୍ୟାପିବାରେ ଲାଗିଛି । ଏହାଛଡ଼ା କେତେକାଂଶରେ ସ୍ଥାନୀୟ ଅନୁଷ୍ଠାନଗୁଡ଼ିକ ଭେଟ୍ଘାଟର ମୁଖ୍ୟ ଉଦ୍ୟୋକ୍ତା ସାଜୁଥିବାରୁ ଆଞ୍ଚଳିକ ଭେଦଭାବ ଓ ଭାବଗତ ଦୂରତ୍ବକୁ ଦୂର କରିବାରେ ସହାୟକ ହେଉଛି ନିଶ୍ଚୟ। ମୁମଲ, ହାଇଦରାବାଦ, ଦିଲ୍ଲୀ, ପୁଣେ, ଚେନ୍ନଇ, କଲକାତା, ନାଗପୁର, ରାୟପୁର, ଭୋପାଳ, ବେଙ୍ଗାଲୁରୁ ପ୍ରଭୃତି ମହାନଗରୀରେ ‘ନୂଆଁଖାଇ ଭେଟ୍ଘାଟ୍ ଏକ ବହୁ ପ୍ରତୀକ୍ଷିତ ଦିବସରେ ପରିଗଣିତ ହୋଇଛି । ଏହାର ଚାହିଦା ଏପରି ବଢ଼ିଯାଇଛି ଯେ ପ୍ରେକ୍ଷାଳୟରେ ଆସନ ସଂରକ୍ଷଣ ପର୍ଯ୍ୟନ୍ତ ଯାଉଛି । ଏହାର ଅପେକ୍ଷା ନେଇ ଆରମ୍ଭ ହୁଏ ଅବଗଣନା ।
ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି ଭେଟ୍ଘାଟ୍ ‘ଖୁଆପିଆ। ନାଚଗୀତ’ ଭିତରେ ସୀମିତ ରହିନାହିଁ । ଏହା ପରିଚୟ ସୃଷ୍ଟିର – ଅଦ୍ବିତୀୟ ଅବସର ଆଣିଦିଏ । ର୍ଭେଟ୍ଘାଟ୍ଗୁଡ଼ିକରେ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତିର ବିକାଶ ତଥା ସମୃଦ୍ଧି ଉପରେ ସ୍ବତନ୍ତ୍ ଧାନ ଦିଆଯାଇ ସାଂସ୍କୃତିକ କାର୍ଯ୍ୟକ୍ରମମାନ ହେଉଛି । ନୂତନ ପ୍ରତିଭାଙ୍କ ପାଇଁ ପ୍ରକୃଷ୍ଟ ମଞ୍ଚ ହେଉଛି । ମାଆଁ ଓ ମାଟିକୁ ନେଇ କୁଇଜ ପ୍ରତିଯୋଗିତା ଆୟୋଜନ ହେଉଛି । ବିଭିନ୍ନ କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିଥିବା କୃତୀସନ୍ତାନଙ୍କୁ ସମ୍ମାନିତ କରାଯାଇ ପ୍ରତିଭା ପୂଜା ଏହାର ଏକ ବିଶେଷ ଅଂଶ ହୋଇସାରିଛି । ଭୋଜିମେନୁରେ ନିରୁତା ପାରମ୍ପରିକ ରାନ୍ଧଣା ଓ ପିଠାପଣାକୁ ସ୍ଥାନିତ କରି ତାହାର ସ୍ବାଦ ଚଖାଯାଉଛି । କେତେକ ସ୍ଥାନରେ ଭେଟ୍ଘାଟ୍ର ମୁଖ୍ୟ ଆକର୍ଷଣ ହୁଏ ଫେସନ ଶୋ’ ଭଲ ସମ୍ବଲପୁରୀ ପୋଷାକ ପିନ୍ଧି ଆସିଥିବା ଶ୍ରେଷ୍ଠ ଦମ୍ପତିଙ୍କୁ ପୁରସ୍କୃତ କରାଯାଇଥାଏ । ମୁମରେ ସିନେତାରକାଙ୍କୁ ଡକାଯାଇ ନୂଆଁଖାଇ ଓ ସମ୍ବଲପୁରୀ ନାଚଗୀତର ସ୍ୱାଦ ଚଖାଯାଏ । କିଛିବର୍ଷ ତଳେ ଟାଇଗର ଶ୍ରଫ ରଙ୍ଗବତୀ ଗୀତର ତାଳେତାଳେ ନାଚି ଝୁମି ଉଠିଥିଲେ। ସେହିପରି ଇଂଲଣ୍ଡ, ଚିକାଗୋ, କାଲିଫର୍ଣ୍ଣିଆ, ରୁଷିଆ, ଚୀନ, ଥାଇଲାଣ୍ଡ, କୋରୋସ୍କୋ, ଆମେରିକା, ନ୍ୟୁୟର୍କ, ଦୁବାଇ, ୟୁଏଇ, ପ୍ୟାରିସ, ଟୋକିଓ, ଅଷ୍ଟ୍ରେଲିଆ ପ୍ରଭୃତି ରାଷ୍ଟ୍ରରେ ରହୁଥିବା ପଶ୍ଚିମ ଓଡ଼ିଶାର ଅବାସୀଙ୍କ ପକ୍ଷରୁ ଭେଟ୍ଘାଟ୍ ବ୍ୟାପକ ହେବାରେ ଲାଗିଛି। ନ୍ୟୁଜର୍ସିଠାରେ ନୂଆଁଖାଇ ଭେଟଘାଟ ନିଆରା ଢଙ୍ଗରେ ପାଳନ କରାଯାଉଛି । ଭେଟଘାଟର ସବୁଠାରୁ ବଡ ଲାଭ ହେଉଛି ଯେ କୌଣସି ଦୁଃଖ ବା ସଙ୍କଟକାଳରେ ଏମାନେ ଏକାଠି ହେଉପାରୁଛନ୍ତି, ଉପସ୍ଥିତି ଜାହିର ତଥା ନାନା ସହାୟତାର ହାତ ବଢ଼ାଇ ଜୀବନକୁ ଅର୍ଥପୂର୍ଣ୍ଣ କରିହେଉଛି; କାରଣ ବିଦେଶରେ ସମ୍ପଦକାଳରେ ହଜାର ଲୋକ ମିଳିଯିବେ, ବିପଦରେ ଜଣକୁ ପାଇବା ମୁସ୍କିଲ ।
ଏ ସବୁ ସରେ ନୂଆଁଖାଇ ଭେଟଘାଟ ଓ ଜୁହାର ବିଭିନ୍ନ ବ୍ୟକ୍ତିବିଶେଷ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଧୁମଧାମରେ ପାଳନ ହେଉଥିଲେ ହେଁ କେତେକ ସ୍ଥଳରେ ଏହା ପଛରେ ରାଜନୀତିର ବାସ୍ନା ଆସୁଛି । ଅଯଥା ଶକ୍ତି ପ୍ରଦର୍ଶନ କରାଯାଉଥିବାରୁ ବିଦ୍ବେଷଭାବ ଓ ସମ୍ପର୍କରେ ଫାଟ ଆଶଙ୍କା ରହିଛି । ଯେଉଁଠି ବିଭିନ୍ନ ଅଦୃଶ୍ୟ ଶକ୍ତି ଓ ରାଜନୈତିକ ବ୍ୟକ୍ତିବିଶେଷଙ୍କ ପୃଷ୍ଠପୋଷକତା । ରହୁଛି ସେଇଠି ନୂଆଖାଇ ଭେଟଘାଟ ଅସୁସ୍ତ ପ୍ରତିଯୋଗିତାର । ସ୍ତରକୁ ଖସିଆସୁଛି ଏବଂ ଏକପ୍ରକାର ପ୍ରହସନରେ ପରିଣତ ହୋଇଯାଉଛି । ଏହା କୌଣସି ଦୃଷ୍ଟିରୁ ଶୁଭଙ୍କର ବା ସ୍ୱାଗତଯୋଗ୍ୟ ନୁହେଁ । ଏଥିପ୍ରତି ଏବେଠୁ ସଜାଗ ରହିବା ସବୁଠୁ ବିବେକବାନର କାମ ହେବ ।
Article by Lingaraj Panda
Baripada
|