ଢେଙ୍କାନାଳ (ସନ୍ଧାନ ନିଉଜ) ସହିଦ ବାଜି ରାଉତ ପରିବାର କୁ ଜନ୍ମ ସତ ବାର୍ଷିକ ସ୍ମରଣିକା ପ୍ରଦାନ । ଚଳିତ ବର୍ଷ ସହିଦ ବାଜି ରାଉତ ଙ୍କ ଜନ୍ମ ସତ ବାର୍ଷିକ ବର୍ଷ ପାଳନ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ସହିଦ ବାଜି ରାଉତ ସ୍ମରଣିକା କୁ ଆଜି ଛୋଟ ମୋର ଗାଁ ଟି ସଂଗଠନ ପକ୍ଷ ରୁ ସହିଦ ପରିବାର ଙ୍କ ସମସ୍ତ ସଦସ୍ୟ ଙ୍କ ଗହଣ ରେ ପ୍ରଦାନ କରାଯାଇଛି । ଏହି ଅବସରରେ ଭୁବବ ନିକଟସ୍ଥ ନୟା ନୀଳକଣ୍ଠପୁର ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଛୋଟ ମୋର ଗାଁ ଟି ରାଜ୍ୟ ସ୍ତରୀୟ ସାମାଜିକ ସଂଗଠନ ର ସଭାପତି ତଥା ସ୍ମରଣିକା କମିଟି ସମ୍ପାଦକ ଦେବବ୍ରତ ରାଉତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ସହିଦ ବାଜି ରାଉତ ସ୍ମୃତି କମିଟି ସଭାପତି କୋଦଣ୍ଡ ଧର ସାହୁ, ସ୍ମରଣିକା କମିଟି ସହ ସମ୍ପାଦକ ଗବେଷକ ମାନସ କୁମାର ରାଉତ, ତୃପ୍ତି ପାଠଗାରା ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ସାହୁ, ସ୍ମରଣିକା କମିଟି ର ଅନ୍ୟତମ ସହ ସମ୍ପାଦକ ଗୌତମ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଛୋଟ ମୋର ଗାଁ ଟି ର ପ୍ରୟାସ କୁ ପ୍ରଶଂସା କରିଥିଲେ । ଏହି ଅବସରରେ ପରିବାର ପକ୍ଷ ରୁ ସହିଦ ବାଜି ରାଉତ ଙ୍କ ପୁତୁରା କୋଦଣ୍ଡ ରାଉତ, ଶତ୍ରୁଘ୍ନ ରାଉତ, କୁଳମଣି ରାଉତ, ପୁତୁରା ବୋହୁ କୋକିଳ ରାଉତ, କମଳୀ ରାଉତ, କନକ ରାଉତ ଓ ସହିଦ ବାଜି ରାଉତ ଙ୍କ ନାତି ହେମନ୍ତ କୁମାର ରାଉତ ଓ ବସନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଛୋଟ ମୋର ଗାଁ ଟି ସଂଗଠନ ର ମୃତୁଞ୍ଜୟ ଦେଓ ଶେଷ ରେ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ସାମାଜିକ କର୍ମୀ ଦିପ୍ତିମୟ ନାୟକ, ଦେବାଶିଷ ନାୟକ ଓ ସଞ୍ଜୟ କୁମାର ନାୟକ ସହଯୋଗ କରିଥିଲେ ।
ସହିଦ ବାଜି ରାଉତ ପରିବାର କୁ ଜନ୍ମ ସତ ବାର୍ଷିକ ସ୍ମରଣିକା ପ୍ରଦାନ
|
October 27, 2025 |



