ସହାୟତାର ହାତ ବଢ଼ାଇବା ପାଇଁ ସ୍ତ୍ରୀ ନିବେଦନ କଲେ

Spread the love

ଯାଜପୁର ସଦର, ୩୦ା୦୫: ଯାଜପୁର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଚି । ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ସହାୟତାର ହାତ ବଢ଼ାଇବା ପାଇଁ ଆର୍ଥିକ ସହାୟତା କରିବା ପାଇଁ ନିବେଦନ କଲେ । ଏଠାରେ ସୂଚନା ଯୋଗ୍ୟ ଯେ, ହସ ଖୁସିରେ ଚାଲିଥିବା ସଂସାର ଲୁହରେ ଭରିଯାଇଥିବା ଦେଖିବାକୁ ମିଳିଚି କୋରେଇ ବ୍ଲକ ବରୁଣ୍ଡେଇ ପଂଚାୟତ ବରୁଣ୍ଡେଇ ଗ୍ରାମର ଉପେନ୍ଦ୍ର ସାହୁଙ୍କ ପରିବାରରେ କଳା ବାଦଲ ଘୋଟି ଆସିଥିଲା, ଯାହାକି ରୋଜଗାର କରୁଥିବା ସ୍ୱାମୀ ରୋଗ ଶଯ୍ୟାରେ ପଡ଼ିଥିବା ବେଳେ, ଆକୁଳ ନିବେଦନ କରିଛନ୍ତି ତାଙ୍କର ଧର୍ମପତ୍ନୀ । ଏହି ପରିବାରରେ ଉପେନ୍ଦ୍ର ତାଙ୍କ ଧର୍ମପତ୍ନୀ, ପୁଅ ତାରିଣୀ ପ୍ରସାଦ ବରୁଣ୍ଡେଇ ବଜାରରେ ଏକ ପ୍ରିଣ୍ଟି ପ୍ରେସ ଦୋକାନରୁ ଯାହା ଆୟ ହୁଏ ଚଳନ୍ତି ଏହି ତିନି ପ୍ରାଣୀ । ଉପେନ୍ଦ୍ର ଗଳା କର୍କଟ ରୋଗରେ ପିଡ଼ିତ ହୋଇଥିବା ବେଳେ, ପୁଅ ରାହୁଲ +୨ ବିଜ୍ଞାନ ଶେଷ ବର୍ଷର ଛାତ୍ର ଥିଲ । ଅର୍ଥ ଅଭାବରୁ ରାହୁଲ ପାଠ ପଢ଼ାରେ ଅସୁବିଧା ହେଲା । ପତ୍ନୀ କାନ୍ତିପ୍ରଭା ପାଖରେ ଥିବା ସମସ୍ତ ଅର୍ଥକୁ ସ୍ୱାମୀଙ୍କ ଚିକିତ୍ସାରେ ଖର୍ଚ୍ଚ କରିବା ପରେ କରଜରେ ବୁଡ଼ିଗଲା ଉପେନ୍ଦ୍ରର ପରିବାର । ପୁଅକୁ ମଣିଷ କରିବା ସ୍ୱପ୍ନ ପାଣି ଫୋଟକା ପରି ମିଳେଇ ଗଲା । ଦିନେ ଖାଇଲେ ସାତ ଦିନ ଉପବାସ, ମେଧାବୀ ଛାତ୍ରକୁ ପାଠ ପଢ଼ାଇବା ଲାଗି ଜିଲ୍ଲାପାଳଙ୍କ ଦୃଷ୍ଟି ଦେବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଦେବା ପାଇଁ ନିବେଦନ କରିଛନ୍ତି । ବହୁ ବଦନ୍ୟ ବ୍ୟକ୍ତି ଉପେନ୍ଦ୍ରକୁ ସହାୟତା ପାଇଁ ଉପେନ୍ଦ୍ରର ସ୍ତ୍ରୀ ନିବେଦନ କରିଛନ୍ତି ।

Related Posts

About The Author

Add Comment