ସର୍ପ ଦଂଶନରେ ଚାଷୀଙ୍କ ପରଲୋକ ।

Spread the love
କଟକ ,(ସନ୍ଧାନ ନ୍ୟୁଜ୍) : ୪୨ ମୌଜା ବଉଳକୂଦ ଗ୍ରାମର ଚାଷୀ ସନାତନ ଦାସ(୫୧)ଙ୍କ ସର୍ପ ଦଂଶନରେ ଜୀବନ ହରାଇଛନ୍ତି । ସେ ବିଲକୁ ଚାଷ କାର୍ଯ୍ୟ ନେଇ ଯାଇଥିବା ସମୟରେ ସେଠାରେ ସର୍ପ ଦଂଶନର ଶିକାର ହୋଥି ଏସିବି ମେଡିକାଲ କଟକରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କର ସ୍ତ୍ରୀ ଏବଂ ଦୁଇ ଝିଅ ଅଛନ୍ତି । ତାଙ୍କ ମୃତ ଖବର ପାଇ ବଡ ଭାଇ ଅଜୁ ଦାସ ଏବଂ ବିଜୟ ଦାସ ଅତ୍ୟନ୍ତ ବେସାହାରା ହୋଇଯାଇଛନ୍ତି । ଗ୍ରାମ ମୁରବି ସୁବୋଧ  ଦେବତା,ସନ୍ତୋଷ ବେହେରା,ନୁର ବେହେରା,ଶରତ ଦେବତା,ତାପସ ଦେବତା,ଦିଲ୍ଲୀପ ପତି, ଅରୁଣ ଦାସ,ବସନ୍ତ କୁମାର ଦେବତା, ଅନିଲ ଦାସ,ରଘୁ ଦାସ,ରବୀନ୍ଦ୍ର ଦେବତା ସୁକାନ୍ତ ଦାସ, ତ୍ରୈଲୋକ୍ୟ କାଣ୍ଡି,ବାବୁ ଦାସ,ପ୍ରଶାନ୍ତ ଦେବତା ଏବଂ ବିଶିଷ୍ଟ ସମାଜସେବୀ ଆର୍ତ୍ତ ରଞ୍ଜନ ବିଶ୍ୱାଳ ଉପସ୍ଥିତ ରହି ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଥିବା ସହ ପୁତୁରା ସାଗର ଦାସ ମୁଖାଗ୍ନୀ ଦେଇଥିଲେ ।

Related Posts

About The Author

Add Comment