ଜେନାପୁର, ୦୬/୦୫/୨୦ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) : ଧର୍ମଶାଳା ବ୍ଲକ ମଧୁପୁରଗଡ ପଂଚାୟତ ରଗଡ଼ିପଶି ଠାରେ ଦୁଇ ମାସ ଧରି ଫସି ରହିଥିବା ମହାରାଷ୍ଟ୍ରର ୧୪ ଜଣ ପରିବାରକୁ ଆଜି ସରୋଜିନି ସ୍ମୃତି ସଂସଦ, ଶାନ୍ତି ବଜାର ଜାରକା ପକ୍ଷରୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । କିଛି ଦିନ ପୂର୍ବରୁ ଏହି ପରିବାରର ସଦସ୍ୟମାନେ ଜୀବନ ଜୀବିକା ପାଇଁ ଚାଲିଆସ ଯାଜପୁର ଜିଲାରେ ଫସି ରହିଛନ୍ତି । ମହାରାଷ୍ଟ୍ରର ସୋଲାପୁର ଜିଲାରୁ ଆସି ରଗଡିପଶିଠାରେ ଅସ୍ଥାୟୀ ଭାବରେ ପାଲ ତଳେ ରହି ଦୁଇଟି ତିନିଚକିଆ ଅଟୋରେ ଗାଁ ଗାଁରେ ଶିରିଡିସାଇ ବାବାଙ୍କର ମାଗଣ କରିବାକୁ ଆସି ଲକଡାଉନରେ ଲକ ହୋଇ ନାନା ଅସୁବିଧାରେ ରହୁଛନ୍ତି । ଏଠାରୁ କୌଣସି ଉପାୟରେ ପଳାଇ ଯିବାକୁ ଚାହୁଁଥିଲେ ହେଁ ଯାଇପାରିନାହାଁନ୍ତି । କଟକଣାରେ ବାଟବଣା ହୋଇ ମାଗଣ କରି ଯାହା ସଂଚୟ ଜରିଥିଲେ ତାକୁ କିଛି ଦିନ ଖାଇବା ପରେ ଏବେ ଅନ୍ୟର ହାତଟେକାକୁ ଭରସା କରିଛନ୍ତି । ଦୁଇଦିନ ଉପବାସରେ ରହିଥିବା ଖବର ସାମାଜିକ ଗଣମାଧ୍ୟମରୁ ଜାଣିବା ପରେ କଳିଙ୍ଗ ଯୁବ ସଙ୍ଘର ସଦସ୍ୟମାନେ ସେଠାରେ ପହ‚ô ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଆଜି ସରଜିନୀ ସ୍ମୃତି ସଂସଦର ସମ୍ପାଦକ ଚିତ୍ତରଂଜନ ମହାନ୍ତି, ସାଙ୍ଗଠନିକ ସମ୍ପାଦକ ସିଦାର୍ଥ ସ୍ୱୟଂଦୀପ୍ତ୍ ମହାନ୍ତି , ଗୁରୁଚରଣ ନାଥ, ଅକ୍ଷୟ ପ୍ରଧାନ ପ୍ରମୁଖ ସେମାନଙ୍କ ନିକଟରେ ପହ‚ô ସେମାନଙ୍କୁ ଶୁଖିଲା ଖାଦ୍ୟ ଦେବା ସହିତ ତାଙ୍କର ଫେରିବା ପଥ କିପରି ସୁଗମ ଓ ସରଳ ହୋଇପାରିବ ସେ ଦିଗରେ ଚେଷ୍ଠା କରିବା ପାଇଁ ଜେନାପୁର ଥାନାଧିକାରୀଙ୍କୁ ଭେଟିବାକୁ ଯାଇଥିବା ଜଣା ପଡିଛି । ସେମାନେ କିପରି ଗାଁକୁ ଯାଇପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି ।
ସରୋଜିନୀ ସ୍ମୃତି ସଂସଦ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ
|
May 6, 2020 |
