ସରଶ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ଜଳଛତ୍ର

Spread the love

ଧର୍ମଶାଳା, ୪/୭ (ସନ୍ଧାନ ନିଉଜ) : ଧର୍ମଶାଳା ବ୍ଲକ ମଧୁପୁରଗଡ ଗ୍ରାମପଂଚାୟତର ମଧୁପୁରଗଡ ଛକରେ ପବିତ୍ର ରଥଯାତ୍ରା ଉପଲକ୍ଷେ ଜଳଛତ୍ର ଖୋଲାଯାଇଥିଲା । ଗୁରୁବାର ଦିନ ୨ଟାରୁ ରଥଯାତା ପାଇଁ ସ୍ଥାନୀୟ ଅଂଚଳରେ ଗହଳି ଲାଗିରହିଥିଲା । ପାଗ ଶୁଖିଲା ଥିବାରୁ ପ୍ରବଳ ଗୁଳୁଗୁଳୁ ଅନୁଭୁତ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଗଡମଧୁପୁର ସରଶ୍ୱତୀ ଶିଶୁ ମନ୍ଦିର ତରଫରୁ ସ୍ଥାନୀୟ ଛକରେ ଦହି ଲେମ୍ନୁ ସରବତ କରି ଜଳଚତ୍ର ଦିଆଯାଇଥିଲା । ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟା ଶସ୍ମିତା ରାୟ, ସମ୍ପାଦକ ଅଶୋକ ଶତପଥି, କୋଷାଧକ୍ଷ ମହେସ୍ୱତା ଦାସ ସମସ୍ତ ଆଚାଯ୍ୟ,ଆଚାର୍ଯ୍ୟା, ଛାତ୍ରଛାତ୍ରୀ ଓ ପରିଚାଳନା ବୋର୍ଡର ସଦସ୍ୟମାନେ ଉପସ୍ଥିତ ରହି ତୁଷାର୍ତ୍ତ ଶ୍ରଦ୍ଧାଳୁ ମାନଙ୍କୁ ଜଳଦାନ କରିଥିଲେ ।

Related Posts

About The Author

Add Comment