ସରକାରୀ ଚିକିତ୍ସାଳୟ ଜନଶୂନ୍ୟ କିନ୍ତୁ ନକଲି ଡାକ୍ତର ଙ୍କ କ୍ଲିନିକ୍ ରେ ରୋଗୀଙ୍କ ସୁଅ

Spread the love

ସୁନ୍ଦରଗଡ ତା:୨୯/୧୦/୨୦୨୫( ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ସରକାର ଦିନକୁ ଦିନ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରତ୍ୟେକ ଗାଁ ରେ ସମ୍ପୂର୍ଣ ମାଗଣାରେ ଯୋଗାଇ ଆସୁଛନ୍ତି । ପ୍ରତ୍ୟେକ ଗାଁ ର ସ୍ବାସ୍ଥ୍ୟ ସେବାରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରହୁଥିବା ବେଳେ ସେଥିରେ ଡାକ୍ତର,ନର୍ସ ସହିତ ସମସ୍ତ କର୍ମଚାରୀ ଥାଇ ସମସ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି । ଜରୁରୀ କାଳୀନ ସେବା ପାଇଁ ମଧ୍ୟ ସମସ୍ତ ସୁବିଧା ଯଥା – ୧୦୮ ର ସୁବିଧା ତା ସହିତ ଗର୍ଭବତୀ ମାଆ ମାନଙ୍କ ପାଇଁ ଆଶା ଦିଦିଙ୍କ ଦ୍ଵାରା ସୁଚାରୁ ରୂପେ ସୁବିଧା ଯୋଗାଇଥାନ୍ତି । କିନ୍ତୁ ସରକାରଙ୍କ ସୁବିଧା ଥାଇମଧ୍ୟ ଗାଁ ର ଲୋକେ ପଥଭ୍ରାନ୍ତ ହୋଇ ନକଲି ଡାକ୍ତରଙ୍କ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି । ଏପରି ଦୃଶ୍ୟ ସବଡେଗା ବ୍ଲକରେ ଦେଖିବାକୁ ମିଳିଛି । ସରକାରୀ ଚିକିତ୍ସାଳୟ ଖାଲି ପଡୁଥିବା ବେଳେ ନକଲି ଡାକ୍ତରଙ୍କ କ୍ଲିନିକ୍ ରେ ରୋଗୀଙ୍କ ସୁଅ ଛୁଟୁଛି । ସରକାର ଏବେ ଡାକ୍ତର ମାନଙ୍କୁ ସରକାରୀ ଚିକିତ୍ସାଳୟର ଔଷଧ ଅନୁକରଣ କରିବାକୁ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଲୋକଙ୍କ ଧାରଣା ଅନୁସାରେ ସରକାରୀ ଔଷଧ କାଳେ କାମ କରି ନ ପାରେ ସେଥିପାଇଁ ଗାଁ ଗାଁ ରେ ଲୋକେ ପଥଭ୍ରାନ୍ତ ହୋଇ ନକଲି ଡାକ୍ତରଙ୍କ ଶରଣ ନେଉଥିବା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ନକଲି ଡାକ୍ତରମାନେ ଚିକିତ୍ସା ସମୟରେ ଷ୍ଟେରୋଏଡ ର ବହୁଳ ଭାବରେ ବ୍ୟବହାର କରିଥାନ୍ତି ଯାହାକି ରୋଗୀକୁ ତୁରନ୍ତ ଆରାମ ମିଳିଥାଏ ମାତ୍ର ଏହା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଅଟେ। ତା ସହିତ ସରକାରୀ ଚିକିତ୍ସାଳୟରେ ମିଳୁଥିବା ଔଷଧ ମାଗଣାରେ ମିଳୁଥିବା ହେତୁ ସେସବୁ କାମକୁ ଆସେ ନାହିଁ ବୋଲି ନକଲି ଡାକ୍ତର ନିୟମିତ ଭାବେ ରୋଗୀଙ୍କ ମୁଣ୍ଡରେ ପୁରାଇଥାନ୍ତି । ସବଡେଗା ବ୍ଲକ ତଥା ସବଡେଗା ବ୍ଲକର ଗାଁ ଗାଁ ରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ନିରୀହ ସାଧାରଣ ଜନତା ସରକାରୀ ଚିକିତ୍ସାଳୟ ନ ଯାଇ ନିକଟରେ ଉପଲବ୍ଧ ଥିବା ଏପରି ନକଲି ଡାକ୍ତରଙ୍କ ଦ୍ବାରସ୍ଥ ହୋଇ ଅସୁବିଧାରେ ପଡ଼ୁଛନ୍ତି ଓ ପରିସ୍ଥିତି ଅଣାୟତ୍ତ ହେଲେ ସରକାରୀ ଚିକିତ୍ସାଳୟରେ ନିଜ ଜୀବନକୁ ବାଜି ଲଗାଉଛନ୍ତି । ଏପରି କାର୍ଯ୍ୟରେ ସାଧାରଣ ଜନତାଙ୍କ ଜୀବନ ହାନି ହେଉଥିବା ଆଶଙ୍କାକୁ ଆଖି ଆଗରେ ରଖି ସନ୍ଧାନ ନ୍ୟୁଜ ପରିବାର ଖୁବ୍ ଶୀଘ୍ର ଏହି ନକଲି ଡାକ୍ତରଙ୍କ ପର୍ଦ୍ଦାଫାଶ କରିବାକୁ ପଛେଇବ ନାହିଁ ବୋଲି ମତ ରଖିଛନ୍ତି ।

Related Posts

About The Author

Add Comment