ଭଦ୍ରକ,୩୦/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ସରକାରୀ ଉଚ୍ଚ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସ୍ନାନ ସଂରକ୍ଷଣ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ କ୍ୟାବିନେଟରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ନେଇ ଭଦ୍ରକର ଶିକ୍ଷକ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବି ମହଲରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ବଡ଼ ହୋଡି ଲଗାଇ ଛାତ୍ରଛାତ୍ରୀ, ଶିକ୍ଷାବିତଙ୍କ ସହ ବୁଦ୍ଧିଜୀବିମାନେ ରାଜ୍ୟ ଯୁବ ସଭାପତି ବ୍ୟାକେଶ ରାୟ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ସଞ୍ଜିବ ମଲ୍ଲିକଙ୍କୁ ସ୍ଵାଗତ ଓ ସମ୍ବର୍ଦ୍ଧନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତକୁ ଭଦ୍ରକ ସାଂସଦ, ବିଧାୟକ ଓ ଶିକ୍ଷାବିତମାନେ ସ୍ବାଗତ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଯୋଗୁଁ ସରକାରୀ ବିଦ୍ୟାଳୟରେ ପଢୁଥିବା ମେଧାବୀ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଯୁଗାନ୍ତିକାରୀ ପଦକ୍ଷେପକୁ ସାଧାରଣରେ ସ୍ବାଗତ କରାଯାଇଛି ।
ସରକାରଙ୍କ ପଦକ୍ଷେପକୁ ସ୍ୱାଗତ ଓ କୃତଜ୍ଞତା ଜଣାଇଲେ ଜିଲ୍ଲାବାସୀ
|
December 30, 2020 |



