ସମସ୍ୟାରେ ଘେରରେ ବୈରୀ ପଞ୍ଚାୟତ ନରେଗା ଯୋଜନାରେ ପୋଖରୀ ଖନନ:ରାଜନେତା ବାହୁଛାୟା ତଳେ କାମ କରୁଛି ମେସିନ

Spread the love
  • 13
    Shares

ଯାଜପୁର,୫.୬(ସନ୍ଧାନ ନୁ୍ୟଜ/ମାନସ ରାଉତ): ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ସରକାର ପଞ୍ଚାୟତକୁ ବିଭିନ୍ନ କ୍ଷମତା ହସ୍ତାନ୍ତର କରିଛନ୍ତି । କିନ୍ତୁ କେତେକ ପଞ୍ଚାୟତ ପ୍ରତିନିଧିଙ୍କ ବେପାରୁଆ ମନୋଭାବ ଯୋଗୁ ଏହି ସୁବିଧା ସୁଯୋଗ ମିଳିପାରୁ ନଥିବା ଅଭିଯୋଗ ହୋଇଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବୈରୀ ପଞ୍ଚାୟତରେ । ପଞ୍ଚାୟତରେ ବହୁ ବ୍ୟକ୍ତି ପ୍ରତିନିଧିତ୍ୱ କରି ସାରିଥିଲେ ମଧ୍ୟ ଏହି ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଏଯାବତ ହୋଇପାରିନାହିଁ । ପାନୀୟଜଳ ଠାରୁ ଆରମ୍ଭ କରି ଗମନା ଗମନ ଏହି ଅଞ୍ଚଳର ଲୋକମାନଙ୍କ ପାଇଁ ବଡସମସ୍ୟା ଭାବେ ଛିଡା ହୋଇଛି । ୧୫ଗୋଟି ୱାର୍ଡ ବିଶିଷ୍ଟ ଏହି ପଞ୍ଚାୟତର ୧୫ନମ୍ବର ୱାର୍ଡରେ ପାନୀୟଜଳ ମୁଖ୍ୟସମସ୍ୟା ହୋଇଥିବା ୱାର୍ଡସଭ୍ୟା ସାଉଁରୀ ମାଝି ପ୍ରକାଶ କରିଛନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ ୧୦ନମ୍ବର ୱାର୍ଡରେ ପୋଖରୀ ପୁନଃଉଦ୍ଧାର ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଦିଆଯାଇଥିଲେ ମଧ୍ୟ ସଂପୃକ୍ତ ଠିକାଦାରଙ୍କ ପକ୍ଷରୁ ଜେସିବି ସାହାର୍ଯ୍ୟରେ ମାଟି ଖନନ କରାଯାଇ ଶତାଧିକ ଟ୍ରିପ ମାଟି ବାହାରକୁ ବିକ୍ରୟ କରାଯାଉଥିବା ଦେଖିବାକୁ ମିଳିଛି ।

ଖନନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସୂଚନା ଫଳକ ଲଗାଯାଇ କାର୍ଯ୍ୟ କରିବାର ନିୟମ ଥିଲେ ମଧ୍ୟ ସଂପୃକ୍ତ ଠିକାଦାରଙ୍କ ପକ୍ଷରୁ ଏହାକୁ ଅଣଦେଖା କରାଯାଇଛି । ସୂଚନା ଫଳକ ନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଦ୍ୱନ୍ଦରେ ରହୁଥିବା ଜଣାଯାଇଛି । ବିନା ସୂଚନା ଫଳରେ କାର୍ଯ୍ୟ କିପରି କରାଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୯ନମ୍ବର ୱାର୍ଡର ରେଲୱେ ରାସ୍ତାର ପାଶ୍ୱର୍ରେ ଥିବା ଏକ ଜଳାଶ୍ରୟକୁ ପୋତିବା ପାଇଁ ଉଦ୍ୟମ କରୁଥିବାରୁ ଏହି ଜଳାଶ୍ରୟ ଉପରେ ନିର୍ଭର କରୁଥିବା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ଯୋଜନାକୁ ସଠିକ ମାର୍ଗରେ ପରି·ଳନା କରିବା ପାଇଁ ଭିଏଲଡବ୍ଲୁ ଓ ଜିଆରଏସଙ୍କୁ ନିଯୁକ୍ତି ଦିଆଯାଇଛି । ପଞ୍ଚାୟତର ଉନ୍ନତି ପାଇଁ ପଲ୍ଲୀସଭା ମାଧ୍ୟମରେ ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ନିୟମ ଥିଲେ ମଧ୍ୟ ଏହି ପଞ୍ଚାୟତରେ ଏହାକୁ ଉଲ୍ଲଘଂନ କରାଯାଉଥିବା ସମିତିସଭ୍ୟ କ୍ଷୀତିଶ ନାୟକ ଅଭିଯୋଗ କରିଛନ୍ତି । ମୋ ଗୁହାଳ,ଖତ ଗାଡିଆ,ଆବାସ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁ ନଥିବା ଏବଂ ଏହି ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଗଙ୍ଗାଧର ଦାସ,ପ୍ରଶାନ୍ତ ମୁଦୁଲି,ଟୁନା ସୁରୀ,ବୁନ୍ଦା ମାଝି ପ୍ରମୁଖ ପ୍ରକାଶ କରିଛନ୍ତି । ୨୦୧୧ ମସିହାରେ ସାମାଜିକ ଅର୍ଥନୈତିକ ଓ ଜାତିଗତ ସର୍ଭେ କରାଯାଇ ହିତାଧିକାରୀ ଚୟନ କରାଯାଇଥିଲେ ମଧ୍ୟ ଏହାକୁ ପଞ୍ଚାୟତ ପକ୍ଷରୁ ଅଣଦେଖା କରାଯିବା ସହ ନୂତନ ଲୋକଙ୍କୁ ଏଠାରେ ସ୍ଥାନ ଦିଆଯିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଗ୍ରାମ୍ୟ ଗୁଡିକର ଶ୍ମଶାନରେ ଶବଦାହ ଗୃହ ନିର୍ମାଣ କରାଯାଇଥିଲେ ମଧ୍ୟ ଏହି ପଞ୍ଚାୟତର କୌଣସି ଗ୍ରାମ ଶ୍ମଶାନରେ ଗୃହ ନିର୍ମାଣ ହୋଇନଥିବା ଦେଖାଯାଇଛି । ଯାହାକି ପଞ୍ଚାୟତର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିଦେ୍ର୍ଧଶ କରୁଛି । ଏଥିପ୍ରତି ଯାଜପୁର ଜିଲ୍ଲାପାଳ ଦୃଷ୍ଟି ଦେବା ସହ ଏହାର ନିରପେକ୍ଷ ତଦନ୍ତ କରାଯାଇ ସରକାରଙ୍କ ସମସ୍ତ ଯୋଜନାକୁ ସଠିକ ମାର୍ଗରେ ପରି·ଳନା କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି । ଏହି ବ୍ଲକ ମଧ୍ୟରେ କାର୍ଯ୍ୟରତ କେତେକ ଜିଆରଏସ ନିଜ ପରିବାର ସଦସ୍ୟଙ୍କ ନାମରେ ଜବକାର୍ଡ କରି ନରେଗା ଅର୍ଥ ଆତ୍ମସାତ କରୁଥିବା ଖବର ମଧ୍ୟ ଦୃଷ୍ଟିକୁ ଆସିଛି ।

  • 13
    Shares

Related Posts

About The Author

Add Comment