ବାରିପଦା ୧୧/୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ବର୍ତ୍ତମାନ କୋରାନ ମରାମାରି ପାଇଁ ସବୁଠି ଅନଲୋକ-୨ ଜାରି ରହିଛି । ସଂକ୍ରମଣଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି । ଏହାକୁ ଦୃଷ୍ଟିରେ ରଖି ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ସପ୍ତାହିକ ହାଟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ପରିସ୍ଥିତିରେ ସାପ୍ତାହିକ ହାଟ ଗୁଡିକରେ ଜନଗହଳି ଦେଖିବାକୁ ମିଳୁଛି । ଯାହା ଦ୍ବାରା କୋରାନ ସଂକ୍ରମଣର ବହୁତ ଆଶା ମଧ୍ୟ ରହୁଛି । ତେଣୁ କରି ଏହାକୁ ପ୍ରତିହତ କରିବା ପାଇଁ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ହେଉଥିବା ସାପ୍ତାହିକ ହାଟ ଗୁଡିକ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ନିର୍ଦ୍ଦେଶ ଦେଇଛନ୍ତି ।