ରସୁଲପୁର, ୧୧/୮ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତର ବ୍ରହ୍ମବରଦା ଉଚ୍ଚ ମହାବିଦ୍ୟାଳୟରେ ଏକ ଅବସର କାଳିନ ସଭା ଅନୁଷ୍ଟିତ ହୋଇଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ବ୍ରହ୍ମବରଦା ଉଚ୍ଚ ମହାବିଦ୍ୟାଳୟର ଇତିହାସ ବିଭାଗର ପ୍ରଧ୍ୟାପକ ନୃସିଂହ ନାୟକ ଅବସର ନେଇଥିବା ଯୋଗୁଁ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର ଜେନାଙ୍କ ଅଧ୍ୟକ୍ଷତାରେ ଏହି ବିଦାୟ କାଳିନ ସଭା ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର କର୍ମଚାରୀ ସଂଘ ତରଫରୁ ଶ୍ରୀ ନାୟକଙ୍କୁ ଉପଢ଼ୈାକ ଓ ମାନପତ୍ର ଦେଇ ଶ୍ରୀ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ମହାବିଦ୍ୟାଳୟର ଉପଦେଷ୍ଟା ମଣ୍ଡଳୀ ପକ୍ଷରୁ ବିପିନ ବିହରୀ ଦେଓ, ପ୍ରଦିପ ଦାସ, ପ୍ରଫୁଲ ଗିରୀ, ସାହାଉଦ୍ଦିନ ଖାଁ, କାଶିନାଥ ବେହେରା, ଅଧ୍ୟାପକ ଶଶି ଭୂଷଣ ମହାନ୍ତି, ବିରଂଚି ଦାସ, ପ୍ରଶାନ୍ତ ସାହୁ, ରହିମ ଖାଁ, ବିକ୍ରମ ନାୟକ, ମହାଶ୍ୱର ପାଢ଼ୀ ଯୋଗଦାନ କରିଥିଲେ ।
ବ୍ରହ୍ମବରଦା ଉଚ୍ଚ ମହାବିଦ୍ୟାଳୟରେ ଅବସର କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ

Related Posts
ମିଲରଙ୍କ ମାରଣା ନୀତି କୁ ନେଇ ସବଡେଗା ମଣ୍ଡି ବନ୍ଦ କଲେ ଚାଷୀ, ସପ୍ତାହେ ଭିତରେ ଉଚିତ୍ ସମାଧାନ ନ ହେଲେ ରାସ୍ତା ଅବରୋଧ
ସରକାର ଙ୍କ ସବୁ ଲୋକାଭିମୁଖୀ ଯୋଜନା କୁ ଘରେ ଘରେ ପହଞ୍ଚେଇବାର ଦାୟିତ୍ଵ ଦଳୀୟ ମିଡ଼ିଆ ସେଲ ର ଦାୟିତ୍ଵ। ରାଜ୍ଯ ସଭାପତି ମନମୋହନ ସାମଲ।
ଚୋରା ମାଙ୍କଡ଼ା ଚାଲାଣ ପାଇଁ ଚାଲିଗଲା ନିରୀହ ଜୀବନ


