ସବୁ ବାର ପଡ଼ିବ ୪ ଥର ଏଥର ଫେବୃଆରୀ ମାସ ପୁରା ନିଆରା

Spread the love
  •  
  •  
  •  
  •  
  •  

ବାରିପଦା, 15.01.2021 (ସନ୍ଧାନ ନିଉଜ୍): ୨୦୨୧ର ଫେବୃଆରୀ କ୍ୟାଲେଣ୍ଡରରେ ଏକ ଅଦ୍ଭୁତ ସଂଯୋଗ । ଅଧିବର୍ଷ ପଡ଼ୁନି କିନ୍ତୁ ସବୁ ବାର ସମାନ। ଅର୍ଥାତ  ୪ ସପ୍ତାହରେ ପୁରା ମାସ । ୨୮ ଦିନରେ ସବୁ ବାର ସମାନ ସମାନ। ମାନେ ରବିବାରଠାରୁ ଶନିବାର ସବୁ ୪ ଥର ଲେଖାଏଁ ଆସୁଛି। ୧ ତାରିଖ ଦିନଟି ସୋମବାର ପଡ଼ୁଥିବା ବେଳେ ୨୮ରେ ରବିବାର ସହ ମାସ ସରୁଛି ।  ଚଳିତ ବର୍ଷ​‌ ଫେବୃଆରୀର ୭, ୧୪, ୨୧ ଏବଂ ୨୮ ରବିବାର   ସେହିଭଳି ୧, , ୧୫ ଓ ୨୨ ତାରିଖ ସୋମବାର। ମଙ୍ଗଳବାରର ତାରିଖ ଗୁଡ଼ିକ ହେଲା ୨, , ୧୬ ଓ ୨୩। ବୁଧବାର ପଡ଼ୁଛି ୩,୧୦,୧୭ ଏବଂ ୨୪। ଗୁରୁବାର ପଡ଼ିବ ୪,୧୧,୧୮ ଓ ୨୫ ତାରିଖ।  ଶୁକ୍ରବାରର ତାରିଖ ଗୁଡ଼ିକ ହେଲା ୫,୧୨,୧୯ ଏବଂ ୨୬ । ସେହିପରି ଶନିବାରର ତାରିଖ ସବୁ ହେଲା ୬,୧୩,୨୦ ଏବଂ ୨୭ ।   କୁହାଯାଉଛି ଏପରି ଯୋଗ କୁଆଡ଼େ ୮୨୩ ବର୍ଷରେ ଥରେ ପଡ଼େ। କିନ୍ତୁ ତାହାର କିଛି ପ୍ରାମାଣିକ ତଥ୍ୟ ନାହିଁ ।   ସୋସିଆଲ ମିଡିଆରେ ଘୁରୁଥିବା କିଛି ମେସେଜ୍‌ରେ ଆହୁରି ମଜାଦାର ତଥ୍ୟ । ଚୀନବାସୀ ବେଶୀ ବିଶ୍ବାସ କରୁଥିବା ଫେନସୁଇ ଅନୁସାରେ ଚଳିତବର୍ଷର ଫେବୃଆରୀ ମାସଟି ଭାରି ଶୁଭ। କିନ୍ତୁ କାହିଁକି ଶୁଭ ତାହାର କାରଣ ଓ ଯୁକ୍ତି ଅସ୍ପଷ୍ଟ। ଶୁଭ ହେଲେ କଣ କାହାକୁ ହେବ ତାହା ବି ବିନା ଯୁକ୍ତି ପ୍ରମାଣରେ ଅନେକ ବର୍ଣ୍ଣନା କରାଯାଉଛି। ତେବେ ଏତିକି ସତ ଯେ, ଫେବୃଆରୀ କ୍ୟାଲେଣ୍ଡରରେ ସବୁ ବାରକୁ ସମାନ ସମାନ ଗୁରୁତ୍ବ ମିଳିଛି। ଅର୍ଥାତ ସବୁ ୪ ଥର । ତେବେ ଏହି ମାସ କାହାକୁ କେତେ ଶୁଭ ଓ କେତେ ଅଶୁଭ ତାହା ମାର୍ଚ୍ଚ ୧ ତାରିଖରେ ହିଁ ଜଣାପଡ଼ିବ

Related Posts

About The Author

Add Comment