ସବଡେଗା ପବନସୁତ୍ ହନୁମାନ ମନ୍ଦିର କମିଟି ତରଫରୁ ୨୪ ତମ ପବିତ୍ର ପଣା ସଂକ୍ରାନ୍ତି ଉତ୍ସବ ପାଳିତ

Spread the love

ସୁନ୍ଦରଗଡ ତା:୧୪/୪/୨୦୨୫(ସନ୍ଧାନ ନ୍ୟୂଜ୍/ ରାଜୁ ପଟେଲ) ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଆଜି ପବନସୁତ ହନୁମାନ ମନ୍ଦିର ପୂଜା କମିଟି ତରଫରୁ ସବଡେଗାରେ ୨୪ ତମ ଓଡ଼ିଆ ନବବର୍ଷ ତଥା ହନୁମାନ ଜୟନ୍ତି ପାଳିତ ହୋଇଯାଇଛି। ଏହି ଅବସରରେ ଅନେକ ଭକ୍ତଙ୍କ ଭିଡ ଲାଗିବା ସହିତ ସମସ୍ତେ ଭାବ ବିଭୋର ହୋଇଥିବା ଦେଖିବାକୁ ମିଳିଥିଲା । ମନ୍ଦିର ମୁଖ୍ୟ ରାଜ ରାସ୍ତାରେ ଥିବା କାରଣରୁ କମିଟି ତରଫରୁ ଭକ୍ତଙ୍କ ସହିତ ପାନୀୟ ଜଳର ବ୍ୟବସ୍ଥା ଲାଗି ରହିଥିଲା । କାର୍ଯ୍ୟକ୍ରମ କମିଟି ସଭାପତି ବିଶ୍ଵଜିତ ପଟେଲଙ୍କ ତତ୍ତ୍ଵାବଧାନରେ ହୋଇଥିବା ବେଳେ କମିଟି ସମ୍ପାଦକ ଗଣେଶ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପୂଜା ର କର୍ତ୍ତା ଭାବରେ ବଣ୍ଟି ନାଏକ ଓ ତାଙ୍କ ଧର୍ମପତ୍ନୀ ସୋନାଲି ନାଏକ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ।କମିଟିର ରବୀନ୍ଦ୍ର ସାହୁ,ତପୋଧନ ମିଶିର,ନିଗମାନନ୍ଦ ପଟେଲ,ଈଶ୍ୱର ପଟେଲ,ଅମିର ପୁଝାରୀ ଓ ଜାନକୀନନ୍ଦ ଭୋଇ ପୁଜା ର ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।

Related Posts

About The Author

Add Comment