ସବଡେଗା ପଞ୍ଚାୟତ ତରଫରୁ ଘରେ ଘରେ ତିରଙ୍ଗା, ଘରେ ଘରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

Spread the love

 

ସୁନ୍ଦରଗଡ ତା:୧୦/୮/୨୦୨୫(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଗତ ୮ତାରିଖ ରୁ ଭାରତ ସରକାରଙ୍କ ଦ୍ୱାରା ଘରେ ଘରେ ତିରଙ୍ଗା ସହିତ ସ୍ୱଚ୍ଛତା ଅଭିଯାନ ପ୍ରାରମ୍ଭ କରିବାକୁ ଆହ୍ବାନ ଦେଇଛନ୍ତି ।ଏହି କ୍ରମରେ ଆଜି ସବଡେଗା ପଞ୍ଚାୟତ ପକ୍ଷରୁ ଏହି କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି । ସବଡେଗା ସରପଞ୍ଚ ଗଣେଶ ପ୍ରଧାନ ନିଜେ ଝାଡୁ ଧରି ବ୍ଲକ ପରିସର ରୁ ଏହାର ଶୁଭାରମ୍ଭ କରିଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ସବଡେଗା ବ୍ଲକ,ସବଡେଗା ଗୋଷ୍ଠୀ କେନ୍ଦ୍ର, ସବଡେଗା ମୁଖ୍ୟ ରାଜପଥ ପରିପାଶ୍ଵ,ସବଡେଗା ସାପ୍ତାହିକ ହାଟ,ସବଡେଗା ମୁଖ୍ୟ ବସଷ୍ଟାଣ୍ଡ, ବସଷ୍ଟାଣ୍ଡ ନିକଟସ୍ଥ ଜଗନ୍ନାଥ ମାଉସୀ ମନ୍ଦିର ପରିପାର୍ଶ୍ଵ ସ୍ୱଚ୍ଛତା କାର୍ଯ୍ୟକ୍ରମ କେନ୍ଦ୍ରବିନ୍ଦୁ ପାଲଟିଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ପ୍ରତ୍ୟେକ କର୍ମଚାରି ନିଜର ଶ୍ରମଦାନ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Related Posts

About The Author

Add Comment