ସଂକ୍ରମିତ କୂଅ ପାଣି ପିଇ ପଲେଇ ଗ୍ରାମର ୧୫ ରୁ ଉର୍ଦ୍ଧ୍ବ ଝାଡ଼ା ବାନ୍ତିରେ ଆକ୍ରାନ୍ତ , ଆଶାଦିଦିଙ୍କ ବହିଷ୍କାର ଦାବି କଲେ ଅଞ୍ଚଳବାସୀ

Spread the love

ବ୍ୟୁର ରିପୋର୍ଟ ସନ୍ଧାନ ନିଉଜ୍
ବଡ଼ଚଣା, 06/05/2022 : ବହୁ ମୁଖୀ ସମସ୍ୟା ଘେରରେ ପଳେଇ ଗ୍ରାମବାସୀ,ନା ମିଳୁଛି ସ୍ଵଚ୍ଛ ପାନୀୟ ଜଳ,ନା ଅଛି ସ୍ୱଚ୍ଛ ଗାଁ ପରିମଳ , ଆଶା ଦିଦି ଅଞ୍ଚଳସୀଙ୍କୁ ନିରାଶା କରି ଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।

ସୂଚନା ଥାଉକି,ବଡ଼ଚଣା ବ୍ଲକ ଅନ୍ତର୍ଗତ ପଲେଇ ଗ୍ରାମରେ ୨୦ ଉର୍ଦ୍ଧ୍ବ ବ୍ୟକ୍ତି ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇ ବାଉଜଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହୋଇଥିବା ବେଳେ , ଝାଡା ବାନ୍ତି ର କାରଣ ଦୂଷିତ କୂଅ ର ପାନୀୟ ଜଳ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ପଞ୍ଚାୟତ ର ବିଶେଷ ଭାବରେ ୧୦ ନମ୍ବର୍ ୱାର୍ଡ (ହରିଜନ ସାହି) ର ମୋଟ ଜନସଂଖ୍ୟା ୫୦୦ ଉର୍ଦ୍ଧ୍ବ ହୋଇଥିଲା ବେଳେ, ନା ଅଛି ନଳକୂପ, ନା ଅଛି ଶୁଦ୍ଧ ପାନୀୟ ଜଳ ର ବ୍ୟବସ୍ଥା, ଖାଲି ଫଳକ ରାଜ୍ ନିତୀରେ ରେ ସୀମିତ ରହିଛି ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା।
ବର୍ତ୍ତମାନ ଗ୍ରୀଷ୍ମ ର ପ୍ରଚଣ୍ଡ ଗୁଳୁଗୁଳି, ଗ୍ରାମ ବାସୀ ମାନେ ପାନୀୟ ଜଳ ପାଇଁ ଗାଁ କେବଳ ମାତ୍ର ଗୋଟିଏ କୂଅ ଉପରେ ନିର୍ଭରଶୀଳ ,କିନ୍ତୁ କୂଅ ଚତୁପାର୍ଶ୍ଵ ରେ ମଇଳା ଓ ଅପରିଷ୍କାର ଜମି ଥିବାରୁ ଏହି ପାଣିକୁ ପିଇ ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇ ଗ୍ରାମର ୨୦ ରୁ ଉର୍ଦ୍ଧ୍ବ ରୋଗୀ ବାଉଜଙ୍ଗ ମେଡ଼ିକାଲ ରେ ଚିକିତ୍ସିତ ହୋଇଛନ୍ତି, ଏହି ସମୟରେ ନା ଦେଖା ଅଛି ଆଶା ଦିଦି,ବା ଅଙ୍ଗନ ବାଡ଼ି ଦିଦିଙ୍କର।

ବର୍ତ୍ତମାନ ଆଶା ଦିଦି ଙ୍କ ଦାୟିତ୍ୱ କଣ ? ଓ ସେ କଣ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଯଦି ରାତି ବିକାଳୀ କାହାର ଦେହ ପା ଖରାପ ହୁଏ ବା ପ୍ରସୂତି କାଳୀନ ଅସୁବିଧା ବେଳେ ଆଶା ଦିଦି ଙ୍କୁ ଯେତେ ଯୋଗାଯୋଗ କଲେ ମଧ୍ୟ ନିରାଶ ହେବାକୁ ପଡୁଛି , ବରଂ ସୁବିଧା ପରିବର୍ତ୍ତେ ଅସୁବିଧା ରେ ପକାଇ ଛନ୍ତି ଲୋକଙ୍କୁ ବୋଲି ଅଭିଯୋଗ ଆଣିଛନ୍ତି। ଦିଦି ଜଣକ ଆମ ଗାଁ ଲୋକଙ୍କ ସମସ୍ୟା କୁ ଦୀର୍ଘ ଦିନ ଧରି ଅଣଦେଖା କରୁଛନ୍ତି,ଦିଦି ତାଙ୍କ ଶାଶୁ ଘର ଧର୍ମଶାଳା ବ୍ଲକ ହଳଦିଆ ମୂଳ ଗ୍ରାମରେ ରହୁଥିବାରୁ ଗାଁ ଲୋକେ ବହୁ ଅସୁବିଧାରେ ପଡୁ ଛନ୍ତି ତେଣୁ, ଆଶା ଦିଦି କବିତା ଦାସ ଙ୍କୁ ବରଖାସ୍ତ କରାଯିବାକୁ ଦାବି କରିଛନ୍ତି ୱାର୍ଡ ମେମ୍ବର୍ ସୁଭଦ୍ରା ମଲ୍ଲିକ ଙ୍କ ସହିତ ଏକାଧିକ ୭,୮,୯,୧୦,ଓ ୧୧ ନମ୍ବର୍ ୱାର୍ଡର ଗ୍ରାମବାସୀ ମାନେ। ତେବେ ପଞ୍ଚାୟତ ବାସୀ ଙ୍କ ଏହି ମୌଳିକ ସମସ୍ୟା ସମ୍ପର୍କରେ ପଲେଇ ସରପଞ୍ଚ ଙ୍କ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ କରଯାଇଥିଲା କିନ୍ତୁ ସାଧାରଣ ଲୋକଙ୍କ ଅସୁବିଧା ସମ୍ପର୍କରେ କିଛି ନ କହି “ମୁଁ ବୁଝିଲେ କହିବି” ବୋଲି କହି ଦେଇ ଚାଲି ଯାଇଥିଲେ ସରପଞ୍ଚ ମହୋଦୟା।

Related Posts

About The Author

Add Comment