ଜେନାପୁର,୧୧/୧୦/(ସନ୍ଧାନ ନ୍ୟୁଜ୍): ରାତ୍ରୀର ଅନ୍ଧକାରରେ ବିପଦ ପୂର୍ଣ୍ଣ ପାଲିଟିଛି ଜେନାପୁର – ଜାବରା ସେତୁ । ଯାହା ଫଳରେ ରାସ୍ତା ଓ ସେତୁ ମଧ୍ୟ ଦେଇ ଯାଇଥିବା ଯାତ୍ରୀମାନେ ନାହିଁ ନଥିବା ଦୁର୍ଘଟଣାରେ ସୀକାର ହେଉଛନ୍ତି । ଏହି ସ୍ଥାନଟି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ଠାରେ ରସୁଲପୁର ବ୍ଳକକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ନଦୀ ଉପରେ ଥିବା ଜେନାପୁର-ଜାବରା ସେତୁରେ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିବା ଅଭିଯୋଗ ହେଉଛି । ଉକ୍ତ ସେତୁ ସୁରକ୍ଷା ବାଡ଼ ଦୁର୍ବଳ ହୋଇପଡ଼ିଥିବା ବେଳେ ଆଲୋକୀକରଣ ବ୍ୟବସ୍ଥା ନାହିଁ। ତେଣୁ ସୁରକ୍ଷା ବାଡ଼ର ମରାମତି କରାଯିବା ସହ ଆଲୋକୀକରଣ ବ୍ୟବସ୍ଥା କରାଯିବାକୁ ଦାବି ହେଉଛି। ସୂଚନା ମୁତାବକ, ଏହି ବ୍ରିଜର ଜେନାପୁର ପଟ ରାସ୍ତାରେ ଏକ ବୁଲାଣି ରହିଛି। ତେଣୁ ଏହି ରାସ୍ତା ଦେଇ ଦୈନନ୍ଦିନ ବିଦ୍ୟାଳୟ,କଲେଜ,ମେଡିକାଲ୍,ରେଳ ଷ୍ଟେସନ୍ ଉପରେ ଅଞ୍ଚଳର ଛାତ୍ରଛାତ୍ରୀ ଓ ସମସ୍ତ ଜନସାଧାରଣ ନିର୍ଭର କରଥାନ୍ତି । ବିଭିନ୍ନ ସମୟରେ ଗମନାଗମନ କରୁଥିବା ଯାତ୍ରୀ କେତେବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିବାର ସମ୍ଭାବନା ଢ଼େର ଅଧିକ ଥାଏ | ରାସ୍ତା ଉପରୁ ଏହା ପ୍ରାୟ ୨୦ ଫୁଟର ଭୂମି ତଳକୁ ଗଭୀରତା ରହିଛି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହାର ଉଭୟ ପାର୍ଶ୍ଵରେ ଲୁହାର ସୁରକ୍ଷା ବାଡ଼ ଦିଆ ଯାଇଥିଲା | କିନ୍ତୁ କିଛିଦିନ ପରେ ଏହାକୁ ଦୁର୍ବୃତ୍ତମାନେ ଚୋରି କରି ନେଇଥିଲେ। ଏଠାରେ ଆଲୋକୀକରଣ ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ଏଣୁ ଚୋରି ପାଇଁ ସୁଯୋଗ ସୃଷ୍ଟି କରୁଛି ଅନ୍ଧାର ରାତି। ଏ ନେଇ ବିଭାଗୀୟ ଅଧିକାରୀ ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି। ଫଳରେ ଜନଜୀବନ ପ୍ରଭାବିତ ହେଉଛନ୍ତି। ବିଭିନ୍ନ ସମୟରେ ଏଠାରେ ଆଲୋକୀକରଣ ବ୍ୟବସ୍ଥା ବା ହାଇମାଷ୍ଟ ଷ୍ଟ୍ରିଟଲାଇଟ ଲଗାଇବାକୁ ଦାବି ହୋଇଆସୁଛି। କିନ୍ତୁ ବିଭାଗୀୟ ଅଧିକାରୀ ଏହାକୁ କର୍ଣ୍ଣପାତ କରୁନାହାନ୍ତି। ଯାହା କି ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି କରୁଛି। ତୁରନ୍ତ ଏହାର ସୁରକ୍ଷା ବାଡ଼କୁ ମରାମତି କରି ଏଠାରେ ଆଲୋକୀକରଣ ବ୍ୟବସ୍ଥା କରିବାକୁ ଜେନାପୁର ବିକାଶ କମିଟି ତରଫରୁ ଦାବୀ ହେଉଛି
ଷ୍ଟ୍ରିଟ୍ ଲାଇଟ୍ ଓ ସୁରକ୍ଷା ବାଢା ମରାମତି ପାଇଁ ଦାବୀ
|
October 11, 2025 |



