ଷ୍ଟିଲ ସିଟିରେ ପଣ୍ଡ ହେଲା ଲୁଟ୍ ଉଦ୍ୟମ, ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

Spread the love
ରାଉରକେଲା, ୨୩/୦୧/୨୦୨୨ (ସନ୍ଧାନ ନିଉଜ) ଷ୍ଟିଲ ସିଟିରେ ମାତିଛନ୍ତି ଲୁଟେରା । ପ୍ରତିଦିନ ବିଭିନ୍ନ ସ୍ଥାନରୁ ଲୁଟ୍ ହେଉଥିବା ଦେଖିବାକୁ ମିଳିଛି । ମାତ୍ର ରାଉରକେଲାରେ ଏକ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି । ଉଦିତ ନଗର ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଏହାସହିତ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ତିନି ଜଣ ଲୁଟେରା ସିତଲପଡାର ଡିପଙ୍ଗ ୱାର୍ଡରେ ସୁନା ବେପାରୀ ସହ ପ୍ରତିଷ୍ଠିତ ବ୍ୟବସାୟୀ ଘରୁ ଲୁଟ କରିବା ପାଇଁ ଉଦ୍ୟମ ଚାଲିଥିଲା । ପରେ ଏନେଇ ଉଦିତ ନଗର ପୋଲିସ ଖବର ପାଇଥିଲା ।

ପରେ ସେଠାରେ ପହଞ୍ଚି ସମସ୍ତଙ୍କୁ କବଜା କରିଥିଲା ପୋଲିସ । ଏହାସହିତ ସେମାନଙ୍କ ଠାରୁ ଦୁଇ ପିସ୍ତଲ, ଭୁଜାଲି, କଟୁରୀ, ଫାର୍ସା, ମୋବାଇଲ ଜବତ କରିଛି ।

ଗିରଫ ୩ ଜଣ ହେଲେ ସୁରେନ୍ଦ୍ର ସିଂ, ଅନିଲ ରାଉତ ଓ ତୋଫାନ ଚୌଧୁରୀ । ସେମାନଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ସଙ୍ଗୀନ ମାମଲା ରହିଛି ।

ସେମାନଙ୍କ ଲୁଟ୍ ଯୋଜନାରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି କି ନାହିଁ ସେନେଇ ଉଦିତ ନଗର ପୋଲିସ ଛାନଭିନ୍ ଜାରି ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Related Posts

About The Author

Add Comment