ଯାଜପୁର, ୧୭/୧୨ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁର ପଞ୍ଚାୟତ ସ୍ଥିତ ନାକପୋଲ ବଜାର ପଡିଆରେ ଶ୍ରମିକ ଏକତା ମଞ୍ଚ ପକ୍ଷରୁ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ଏହି ସମାବେଶରେ ଥାନୁଆଳ, ପାଖର, ଗଙ୍ଗାଧରପୁର ପଞ୍ଚାୟତର ଶ୍ରମଜୀବି ଭାଇ ମାନେ ଶହ ଶହ ସଂଖ୍ୟାରେ ଯୋଗ ଦେଇ ବାଜବାଟି ପାହାଡରେ ମେସିନ୍ ବଦଳରେ ଶ୍ରମିକ ହାତକୁ କାମ, ପ୍ରଦୂଷଣ, କିଡ୍ନୀ ସମସ୍ୟା, ବିନା ଲିଜ୍ ରେ ହଜାର ହଜାର ଟ୍ରିପ୍ ପଥର •ଲାଣ ବନ୍ଦ୍ କରିବା, ଚୋରା ବ୍ଲାଷ୍ଟିଂ ଫଳରେ ଘରଦ୍ୱାର ଭାଙ୍ଗି ଜିବା ସହିତ ରାମ୍କୋ କମ୍ପାନୀରେ ସ୍ଥାନୀୟ ବେକାର ଯୁବକଙ୍କୁ ନିଯୁକ୍ତି ଓ ଠୀକା କାମ ଦାବୀରେ ଶ୍ରମ ଜୀବି ମାନେ ଉକ୍ତ ବୈଠକରେ ମତ ପୋଷଣ କରିଥିଲେ । ଏହି ଶ୍ରମିକ ଏକଦା ମଞ୍ଚ ସମାବେଶରେ ସାମାଜିକ କର୍ମୀ ଦେବବ୍ରତ ରାଉତ ସଭାପତିତ୍ୱ କରିଥିବା ବେଳେ ମୂଖ୍ୟ ଅତିଥି ଭାବରେ ସମାଜସେବୀ କାହ୍ନୁ ଚରଣ ଦାଶ ସମ୍ମାନନୀୟ ଅତିଥି ଭାବରେ, ଅରାବଳ ଗ୍ରାମପଞ୍ଚାୟତର ସରପଞ୍ଚ ନିର୍ମଳ ଚନ୍ଦ୍ର ସାମଲ, ମୂଖ୍ୟ ବକ୍ତା ଭାବରେ ସାମ୍ବାଦିକ ଅନିରୁଦ୍ଧ ସାମନ୍ତରାୟ, ସମ୍ମାନନୀୟ ବକ୍ତା ଭାବରେ କ୍ରମେଡ୍ ସଙ୍କର ପ୍ରତାପ ଦାସ୍, ଗବେଷକ ମାନଷ କୁମାର ରାଉତ ଓ ସମ୍ମାନନୀୟ ଅତିଥି ଶ୍ରମିକ ନେତା ରବିନ୍ଦ୍ର ଧୀର୍ ପ୍ରମୁଖ ଯୋଗ ଦେଇ ଉପରୋକ୍ତ ବାଜବାଟି ପାହାଡ ଓ ରାମ୍କୋ କମ୍ପାନୀର ମାଲିକ ମାନଙ୍କର ଶ୍ରମିକ ମାରଣ ନିତି, ସ୍ଥାନିୟ ବେକାର ଯୁବକଙ୍କୁ ଅଣାଦେଖା, ସାମାଜିକ ନିରାପତ୍ତା ଯୋଜନା, ଠିକାଦାରୀ ଓ ଏକଛତ୍ରବାଦ ଶାସନ ବିଶୟରେ ଉଦ୍ବୋଧନ ଦେଇ ଶ୍ରମଜୀବି ଭାଇ ମାନଙ୍କୁ ଏକ ହୋଇ ଲଢିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଅତିଥି ପରିଚୟ ସଂଗଠକ ବଳରାମ ଦାସ ଦେଇଥିବା ବେଳେ ପ୍ରଶାନ୍ତ କୁମାର ଜେନା ସ୍ୱାଗତ ଭାଷଣ ଦେଇଥିଲେ ଓ ଶେଷରେ ଯୁବସଂଗଠକ ତପନ କୁମାର ଜେନା ଧନ୍ୟବାଦ ଦେଇଥିଲେ । ପରି•ଳନାରେ ନିତ୍ୟାନନ୍ଦ ପରିଡା, ପଙ୍କଜ ମଲିକ, ସମିର ଦେହୁରି, ବିଦ୍ୟାଧର ପରିଡା, ନିତ୍ୟାନନ୍ଦ ଦେହୁରି, ପ୍ରଫୁଲ୍ଲ ମଲିକ, ଦୁର୍ଯ୍ୟଧନ ସେଠୀ ପ୍ରମୁଖ ସହଯୋଗ କରିଥିଲେ ।
ଶ୍ରମିକ ମାନେ ଏକଜୁଟ ହେବ ଆବଶ୍ୟକ, ଧର୍ମଶାଳାରେ ଶ୍ରମିକ ଏକତା ମଞ୍ଚ ପକ୍ଷରୁ ଶ୍ରମିକ ସମାବେଶ
|
December 17, 2018 |
