କଟକ ୨୨/୪ (ସନ୍ଧାନ ନିୟୁଜ)- ଶ୍ରମିକନେତା,ବିଶିଷ୍ଟ ସମାଜସେବୀ,ସାମ୍ବାଦିକ, କଟକ ସଦର ଉପକଣ୍ଠ କନ୍ଦରପୁର ସରସ୍ୱତୀ କଳା ପରିଷଦର ସଂଯୋଜକ,ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ଉପଦେଷ୍ଟା ଚକ୍ରବର୍ତ୍ତୀ ଓତାଙ୍କୁ ସେଵା,ସମାଜ ସଂସ୍କାର,କଳା,ସାହିତ୍ୟ,ସଂସ୍କୃତିର ବିକାଶ,କରୋନା ମହାମାରୀ ସମୟରେ ସଚେତନତା,ବିଭିନ୍ନ ସ୍ଥାନରେ ବିଶୋଧନ କାର୍ଯ୍ୟକ୍ରମ ଆଦି ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୟାଳିଶମୌଜ଼ାର ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ଓ “ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟପୂଜା ସଂସଦ” ପକ୍ଷରୁ ପଟଣା କାର୍ଯ୍ୟାଳୟରେ ନିରାଡ଼ମ୍ବର ଭାବେ ପ୍ରବୀଣ ଜନନାୟକ,ସାହିତ୍ୟିକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୬ତମ ଶ୍ରାଦ୍ଧବର୍ଷିକ ଓ ଶ୍ରଦ୍ଧାଞ୍ଜଳି ସଭା ପାଳିନ ଅବସରରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଭାପତି ଇଂ.ଅଶୋକ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି,ସାଂସ୍କୃତିକ ସମ୍ପାଦକ ରୁଦ୍ରନାରାୟଣ ଦାଶ,ହରିବନ୍ଧୁ ଆଚାର୍ଯ୍ୟ,ସରୋଜ ନଳିନୀ ପରିଜା,ସମାଜସେବୀ ବିନୋଦ ବେହେରା,ପ୍ରାଧ୍ୟାପକ ଡ଼ଃ.କଲିମୁଲ୍ଲା, ରମେଶ ମଲ୍ଲିକ, ପ୍ରଭାତ ଖଟୁଆ,ନାଟ୍ୟକାର ଅଶୋକ ପଟ୍ଟନାୟକ,ସମାଜସେବୀ ପ୍ରତାପ ମଲ୍ଲିକ,ସରୋଜ ଚନ୍ଦ୍ର ଲେଙ୍କା, ଅଜୟ ମଲ୍ଲିକ ପ୍ରମୁଖ ଉପସ୍ଥିତଥିଲେ ।
ଶ୍ରମିକନେତା ଚକ୍ରବର୍ତ୍ତୀ ଓତା ପାଇଲେ ମର୍ଯ୍ୟାଦାଜନକ “ଦୟାନିଧି ପ୍ରତିଭା ସମ୍ମାନ – ୨୦୨୧”
|
April 22, 2021 |



