ମୟୂରଭଞ୍ଜ: ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୫୮୮,ଦିନକରେ ୧୩୭ ଚିହ୍ନଟ ଓ୧୮୧ ସୁସ୍ଥ

Spread the love
  •  
  •  
  •  
  •  
  •  

ବାରିପଦା, ୧୮/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା)-ଆଜି ମିଳିଥିବା ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲାରେ ଦିନକରେ ଚିହ୍ନଟ ହୋଇଥିବା ମୋଟ ୧୩୭ ଜଣଙ୍କ ମଧ୍ୟରୁ ଜିଲାର ସର୍ବାଧୂକ ସଂଖ୍ୟାକୁ ୨୭ ଜଣ କେବଳ ବାରିପଦା ପୌରୀଚଳରେ ଚିହ୍ନଟ ହୋଇଛନ୍ତି । ଏପରିକି ବାରିପଦା ପୌରୀଚଳରେ ତିନି ଦିନ ମଧ୍ୟରେ ମୋଟ ୧୬୬ ଜଣ ଚିହ୍ନଟ ନେଇ ବାରିପଦା ପୌରବାସୀଙ୍କ ଚିନ୍ତା ବଢିଛି । ଜିଲାରେ ଚିହ୍ନଟ ହୋଇଥିବା ୧୩୭ ଜଣଙ୍କ ମଧ୍ୟରୁ ଜିଲା ମଧ୍ୟରେ ବିଭିନ୍ନ ବ୍ଲକର ୧୨୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ, ଜିଲା ବାହାରେ ଥିବା ୫ ଜଣ ସ୍ଥାନୀୟ ସଂକ୍ରମିତ ଏବଂ ୩ ଜଣ ରାଜ୍ୟ ବାହାର ଫେରନ୍ତା ପ୍ରବାସୀ ଅନ୍ତର୍ଭୁକ୍ତ ଏବଂ ଦିନକରେ ୧୮୧ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ହୋମ କାଲେଣ୍ଟାଇନରୁ ୧୫୮ ଜଣ ଥିବା‌ ବେଳେ ବାରିପଦା ଅନୁଷା କୋଭିଡ କେନ୍ଦ୍ରରୁ ୬ ଜଣ, ରାଇରଙ୍ଗପୁର କେସିସିରୁ ୭ଜଣ, ଉଦଳା କେସିସିରୁ ୨ ଜଣ, କରଂଜିଆ କେସିସିରୁ ୭ ଜଣ ଏବଂ ଜିଲ୍ଲାର ଏକ କୋଭିଡ କେୟାର ହୋମରୁ ଜଣେ ସୁସ୍ତ ହୋଇଥିବା ଏବଂ ସେମାନେ ନିଜ ନିଜ ହୋମ ବାରେଣ୍ଟାଇନକୁ ଯାଇଥିବା ପ୍ରକାଶ। ମୋଟ ଆକ୍ରାନ୍ତ ୫୮୮୮ ଜଣଙ୍କ ମଧ୍ୟରୁ ୪୫୧୪ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୧୩୬୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ପ୍ରକାଶ । ଏଣୁ ମୋଟ ସଂକ୍ରମିତଙ୍କ ମଧ୍ୟରୁ ଜିଲାରେ ଏପର୍ଯ୍ୟନ୍ତ ୭୬୬୬ ଶତାଂଶ ସୁସ୍ଥ ହୋଇଥିବା ବେଳେ ୨୩.୧୫ ଶତାଂଶ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । କିନ୍ତୁ ଜିଲାର ୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିଲେ ମଧ୍ୟ ଜିଲା ପ୍ରଶାସନ ନିକଟରେ କୌଣସି ତଥ୍ୟ ନ ଥିବା ବିସ୍ମୟକର। ମୋଟ ୧୩୭ ଜଣ ସଂକ୍ରମିତଙ୍କ ମଧ୍ୟରୁ ବାରିପଦା ପୌରୀଚଳର ୨୭ ଜଣ; କୁଳିଅଣା ବ୍ଲକ ଅଂଚଳର ୧୨ ଜଣ; ଶାମାଖୁଣ୍ଟା ବ୍ଲକ ଅଂଚଳର ୯ ଜଣ, ରାସଗୋବିନ୍ଦପୁର ବ୍ଲକ ଅଂଚଳର ୮ ଜଣ; ବାରିପଦା, ବଡ଼ସାହି ଓ ବାଙ୍ଗିରିପୋଷି ବ୍ଲକ ଅଂଚଳର ୭ ଜଣ କରି କଜିଆ ଏନଏସି ସହ ଶୁଳିଆପଦା, ଉଦଳା ଓ ରାଇରଙ୍ଗପୁର ବ୍ଲକ ଅଂଚଳର ୫ ଜଣ କରି; ଜାମୁଦା ବ୍ଲକ ଅଂଚଳର ୪ ଜଣ; ଉଦଳା ଏନଏସି ସହ ଖୁଣ୍ଟା, ମୋରଡା ଓ ରରୁଆଁ ବ୍ଲକ ଅଂଚଳର ୩ ଜଣ କରି ରାଇରଙ୍ଗପୁର ପୌରୀଚଳ ସହ ବେତନଟୀ, ସାରସକଣା, ଗୋପବନ୍ଧୁନଗର, କପ୍ତିପଦା, ଯଶିପୁର ଓ ଶୁକୃଳି ବ୍ଲକ ଅଂଚଳର ୨ ଜଣ କରି ଏବଂ ବିଶୋଇ, ବହଳଦା, ତିରିଂ, କରଂଜିଆ ଓ ଠାକୁରମୁଣ୍ଡା ବ୍ଲକ ଅଂଚଳର ଜଣେ କରି ରହିଥିବା ବେଳେ ଜିଲାର ବାହାରେ ଥିବା ୫ ଜଣ କଟକ ଓ ଭୁବନେଶ୍ୱରଠାରେ ଚିହ୍ନଟ ହୋଇଥିବା ଜଣାଯାଇଛି ।

          ବାରିପଦା ପୌରୀଚଳର ୨୭ ଜଣଙ୍କ ମଧ୍ୟରେ ୧୬ ଜଣ ପୁରୁଷ, ୯ ଜଣ ମହିଳା, ଜଣେ ନାବାଳିକା ଓ ଜଣେ ଚାରିବର୍ଷ ଶିଶୁକନ୍ୟା; କୁଳିଅଣା ବ୍ଲକର ୧୨ଜଣଙ୍କ ମଧ୍ୟରେ ୬ ଜଣ ପୁରୁଷ, ୪ ଜଣ ମହିଳା ଓ ୨ ଜଣ ନାବାଳିକା; ଶାମାଖୁଣ୍ଟା ବ୍ଲକର ୯ ଜଣଙ୍କ ମଧ୍ୟରେ ୫ ଜଣ ପୁରୁଷ, ୩ ଜଣ ମହିଳା ଓ ଜଣେ ପାଞ୍ଚବର୍ଷ ଶିଶୁପୁତ୍ର; ରାସଗୋବିନ୍ଦପୁର ବ୍ଲକର ୮ ଜଣଙ୍କ ମଧ୍ୟରେ ୫ ଜଣ ପୁରୁଷ, ୨ ଜଣ ମହିଳା ଓ ଜଣେ ନାବାଳିକ; ବାରିପଦା ବ୍ଲକର ୭ ଜଣଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୨ ଜଣ ମହିଳା ବଡ଼ସାହି ବ୍ଲକର ୭ଜଣଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୨ ଜଣ ମହିଳା; ବାଙ୍ଗିରିପୋଷି ବ୍ଲକର ୭ ଜଣଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୨ ଜଣ ମହିଳାକରଂଜିଆ ଏନଏସିର ୫ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୨ ଜଣ ମହିଳା, ଶୁଳିଆପଦା ବ୍ଳକର ୫ ଜଣଙ୍କ ମଧ୍ୟରେ ୨ ଜଣ ମହିଳା, ଜଣେ ପୁରୁଷ, ଜଣେ ନାବାଳକ ଓ ଜଣେ ନାବାଳିକା; ଉଦଳା ବ୍ଲକର ୫ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୨ ଜଣ ମହିଳା; ରାଇରଙ୍ଗପୁର ବ୍ଲକର ୫ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ, ଜଣେ ମହିଳା ଓ ଜଣେ ନାବାଳିକା; ଜାମଦା ବ୍ଲକରୁ ୪ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ଜଣେ ନାବାଳିକା; ଉଦଳା ଏନଏସିର ୩ ଜଣ ଯାକ ପୁରୁଷ; ଖୁଣ୍ଟା ବ୍ଲକର ୩ ଜଣଙ୍କ ମଧ୍ୟରେ ଜଣେ ମହିଳା, ଜଣେ ତିନିବର୍ଷ ଶିଶୁପୁତ୍ର ଓ ଜଣେ ଦୁଇବର୍ଷ ଶିଶୁପୁତ୍ର, ମୋରଡା ବ୍ଳକର ୩ ଜଣଙ୍କ ମଧ୍ୟରେ ଜଣେ ପୁରୁଷ ଓ ୨ ଜଣ ମହିଳା; ରରୁଆଁ ବ୍ଲକର ୩ ଜଣଙ୍କ ମଧ୍ୟରେ ଜଣେ ପୁରୁଷ, ଜଣେ ମହିଳା ଓ ଜଣେ ନାବାଳିକା; ରାଇରଙ୍ଗପୁର ପୌରୀଚଳର ୨ ଜଣଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ନାବାଳିକା; ବେତନଟୀ ବ୍ଲକର ୨ ଜଣଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ସାରସକଣା ବ୍ଲକର ୨ ଜଣ ଯାକ ପୁରୁଷ; ଗୋପବନ୍ଧୁନଗର ବ୍ଲକର ୨ ଜଣ 7 ଯାକ ପୁରୁଷ; କପ୍ତିପଦା ବ୍ଲକର ୨ ଜଣଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା; ଯଶିପୁର 1 ବ୍ଲକର ୨ ଜଣ ଯାକ ପୁରୁଷ, ଶୁକୃଳି ବ୍ଲକର ୨ ଜଣ ଯାକ ପୁରୁଷ; ଠାକୁରମୁଣ୍ଡା ବ୍ଲକର ଜଣେ ମହିଳା ଏବଂ ବିଶୋଇ, ବହଳଦା, ତିରିଂ, କରଂଜିଆ ବ୍ଲକ ଅଂଚଳର ଜଣେ କରି ପୁରୁଷ ରହିଥିବା ବେଳେ ଜିଲ୍ଲା ବାହାରେ ଥିବା ୫ ଜଣ କଟକ ଓ ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ପ୍ରକାଶ । ତନ୍ମଧ୍ୟରୁ ତିନି ଜଣ ରାଜ୍ୟ ବାହାର ଫେରନ୍ତା ପ୍ରବାସୀଙ୍କ ମଧ୍ୟରେ ୨ ଜଣ ପଶ୍ଚିମବଙ୍ଗ ଓ ଜଣେ କର୍ଣ୍ଣାଟକ ରାଜ୍ୟର ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Related Posts

About The Author

Add Comment