ଶୌଚ ହେବାକୁ ଯାଇଥିଲା ବେଳେ,ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

Spread the love

ଅନୁଗୁଳ/୧୮/୦୪/ସନ୍ଧାନ ନିଉଜ୍ /ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ ଦନ୍ତା ଆକ୍ରମଣରେ ଆଜି ପୁଣି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ବୃଦ୍ଧଜଣଙ୍କ ଗାଁ ନିକଟରେ ଥିବା ଆମ୍ବ ବଗିଚା ପାଖକୁ ଶୌଚ ହେବାକୁ ଯାଇଥିଲା ବେଳେ ଆଜି ସକାଳୁ ଏଭଳି ଅଘଟଣ ଘଟିଛି।ସୂଚନା ଅନୁଯାୟୀ, ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳ ତଳଗଡ଼ ପଞ୍ଚାୟତ କନ୍ତମେଘ ଗ୍ରାମର ରାମ ସାହୁ(୬୫) ଆଜି ସକାଳ ପ୍ରାୟ ସାଢ଼େ ୫ଟା ବେଳକୁ ଗାଁ ପାଖ ଆମ୍ବ ବଗିଚା ପାଖକୁ ଶୌଚ ହେବାକୁ ଯାଇଥିଲେ। ତେବେ ପୂର୍ବରୁ ସେଠାରେ ଥିବା ଏକ ଦନ୍ତାହାତୀ ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇ ସେଠାରୁ ଚାଲିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

Related Posts

About The Author

Add Comment