ଶିଶୁ ମାନଙ୍କ ଅଧିକାରକୁ ସରକାରଙ୍କ ଅଣଦେଖା

Spread the love

ଯାଜପୁର ସଦର, ୦୩ା୦୪, (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ରାସ୍ତାକଡ଼ର ଶିଶୁମାନଙ୍କୁ ସରକାରଙ୍କ ଅଣଦେଖା କରାଯାଉଥିବା ଦେଖିବାକୁ ମିଳୁଚି । ଏହି ଅନାଥ ଶିଶୁ ମାନଙ୍କୁ ଥଇଥାନ କରାଯିବା ପାଇଁ ସରକାଙ୍କ ପକ୍ଷରୁ ନିୟମ କରାଯାଇଥିଲେ ସୁଦ୍ଧା ତାହା ନିୟମ ପରିଶରରେ ରହିଯାଉଚି । ଏଠାରେ ସୂଚନା ଯୋଗ୍ୟ ଯେ, ବିଭିନ୍ନ ହୋଟେଲ ମାନଙ୍କରେ କାର୍ଯ୍ୟ କରୁଥିବା ଶିଶୁ ମାନେ ଅବହେଳିତ ହେଉଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଶିଶୁମାନେ ଅବହେଳିତ ହେଉଛନ୍ତି । ବିଭିନ୍ନ ଜିଲ୍ଲାରୁ ଶୁଶୁମାନେ ଆସି ଯାଜପୁର ଜିଲ୍ଲାରେ ଆଖୁକ୍ଷେତ ଠାରୁ ଆରମ୍ଭ କରି ଦୋକାନ ମାନଙ୍କରେ ନିୟୋଜିତ କରାଯାଇଥିବା ଶିଶୁ ଶୁରକ୍ଷା ଆଇନି ପ୍ରଣୟନ ହୋଇଥିଲେ ସୁଦ୍ଧା ଶୁଶୁ ଅଧିକାରୀ ମାନଙ୍କ ତଦନ୍ତ ଦିଗହରା ସାଜିଚି । ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଯାଜପୁର ଜିଲ୍ଲା ପ୍ରଶାସନ ଚେତା ପଶିବା ଦେଖିବାକୁ ମିଳିଚି । ଯାଜପୁର ସଦର ଥାନା ମିହିଳା ଶିଶୁ ପ୍ରକୋଷ୍ଠରେ ସଦର ଥାନା ଅଧିକାରୀ ମାନସ ରଂଜନ ଚକ୍ରଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜନ କରାଯାଇଥିଲା । ଶିଶୁ ମାନଙ୍କ ସୁରକ୍ଷା ପାଇଁ ସରକାର ବଦ୍ଧ ପରିକର ବଲି ଆଜିର ଶିଶୁ କାଲିର ଭବିଷ୍ୟତ ବୋଲି ପ୍ରଶାସନ ଅଧିକାରୀ ମାନେ ସତ ରଖିଥିଲେ । ଶିଶୁ ସରକ୍ଷା ଶିଶୁ ମାନଙ୍କ ଥଇଥାନ ପାଇଁ ୬ଟି ପଂଚାୟତର ସରପଂଚ ମାନେ ଏକତ୍ରିତ ହୋଇଥିବା ବେଳେ, ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀକର ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଆଲୋଚନା ଚକ୍ରରେ ଝାଲପଡ଼ା ସରପଂଚ ଭାରତୀ ମଲିକ, ଅର୍ଥଙ୍ଗା ସରପଂଚ ପ୍ରତିଭା ମଲିକ, ମଙ୍ଗରାଜପୁର ସରପଂଚ ପ୍ରତିନିଧି ଅଶୋକ ସାହୁ, ଉପର ବରୁଆଁ ସରପଂଚ ପ୍ରତିନିଧି ଗୁଲାମ ଅଲ୍ଲୀ, ଯାଜପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାୀ ଝରଣା ପଲେଇ, ସ୍ୱେତମ୍ବରୀ ମିଶ୍ର, ମଞ୍ଜୁଲତା, ଶତପଥି, ଯାଜପୁର ଶିଶୁ ସରକ୍ଷା ୟୁନିଟର ରବିନ୍ଦ୍ର ସେଠୀ, ପଦ୍ମଚରଣ ସାମନ୍ତରାୟ, ବିଶ୍ୱନାଥ ଦାସ, ଜିଲ୍ଲା ସଂଯୋଜକ ସୁରେନ୍ଦ୍ର ନାଥ ଦିଗଲ, ଶିଶୁ ଅଧିକାର ସ୍ୱେଚ୍ଛାସେବୀ ମଣ୍ଟୁ ଦାସ, ଜଗବନ୍ଧୁ ବାରିକ, ରମାକାନ୍ତ ମଲିକ ଯୋଗଦେଇଥିବା ବେଳେ, ଅନାଥ ଶିଶୁ ମାନଙ୍କୁ ମାନ୍ୟବର ସୁପ୍ରିମକୋର୍ଟ ଜାତୀୟ ଶିଶୁ ସରକ୍ଷା ଆୟୋଗ ମହିଳା ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରାଳୟକୁ ନିର୍ଦ୍ଦେଷ ଦିଆଯାଇଥିଲା ।

Related Posts

About The Author

Add Comment