କଟକ 044/04 (ସନ୍ଧାନ ନିଉଜ) ୱେବ ଚେନାଲ ଉତ୍କଳ ନ୍ୟୁଜର ପ୍ରଥମ ସ୍ଵନକ୍ଷେତ୍ର ଦିବସ -୨୦୨୧ ଚୌଦ୍ୱାର ଗାନ୍ଧୀଛକ ପୌର ଟାଉନହଲ ଠାରେ ଅନୁଷ୍ଟିତ ହୋଇ ବିଭିନ୍ନ ପ୍ରତିଭାଙ୍କ ସହ ଚିତ୍ରକଳା ତଥା ଶିକ୍ଷା ଦିଗରେ ଅନନ୍ୟ କୃତିତ୍ୱର ସ୍ୱୀକୃତି ସ୍ୱରୂପ କଟକ ସଦର କନ୍ଦରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚତୁର୍ଥ ଶ୍ରେଣୀର କୃତିଛାତ୍ର ଲଳିତ ନାରାୟଣ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସୂଚନାଯୋଗ୍ୟ ଲଳିତ ବିଭିନ୍ନ ସଂଗଠନ ପକ୍ଷରୁ ପୁରସ୍କୃତ ହୋଇ ଜନ୍ମମାଟି ଫକୀରପଡା,କନ୍ଦରପୁର ଅଞ୍ଚଳ ପାଇଁ ଗୌରବ ଆଣିବା ସହ ବୁଦ୍ଧିଜୀବୀ ମହଲ ତଥା ବିଭିନ୍ନ ସଂଗଠନ ଯଥା ସରସ୍ୱତୀ କଳା ପରିଷଦ-କନ୍ଦରପୁର,ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ-ଓଡ଼ିଶା(ବିସିଟି),ଉତ୍କଳ ବିକାଶ ପରିଷଦ-କଟକ ସଦର,ସ୍ବର୍ଗତ ବସନ୍ତ ଜେନା ସ୍ମୃତି ସଂସଦ-ଦାମୋଦରପୁର,ମୁହାଁଣ ସାହିତ୍ୟ ସଂସଦ-ମୁମ୍ବାଇ,ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ-ବୟାଳିଶମୌଜା ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇବାସହ ତାଙ୍କର ଉତ୍ତରୋତ୍ତର କାମନା କରାଯାଇଛି । ଏହି ଉତ୍ସବରେ ମାନ୍ୟବର ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ଵାଳ,ଚେନାଲ ମୁଖ୍ୟ ସୁନିତା ମହାପତ୍ର, ସମ୍ପାଦକ ବିଜୟ ଚନ୍ଦ୍ର ମହାନ୍ତି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତରହି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠାଲାଭ କରିଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି
ଶିଶୁ ଚିତ୍ରଶିଳ୍ପୀ ଲଳିତ ନାରାୟଣ ସ୍ୱାଇଁ ସମ୍ବର୍ଦ୍ଧିତ : ବିଭିନ୍ନ ସଂଗଠନ ପକ୍ଷରୁ ବଧେଇ
|
April 4, 2021 |