ଭୂବନେଶ୍ୱର, ୬/9(ସନ୍ଧାନ ନିୟୁଜ୍) ବିଶ୍ଵର ବଡ ସମସ୍ୟା ହେଉଛି, ପରିଚିତି ସଂକଟ । ଏଇ ସଂକଟରୂ ଉଦ୍ଧାର ପାଇବାପାଇଁ ଶିକ୍ଷା ହିଁ ଏକମାତ୍ର ବାଟ ।।ଏଣୁ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ,ଶିକ୍ଷଣର ଧାରା ଓ ଆଭିମୁଖ୍ଯରେ ଅନୁକୂଳ ପରିବର୍ତ୍ତନ ହେଉଛି ଆଜିର ଆହ୍ଵାନ ଓ ଆବଶ୍ୟକତା ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ।।
ସୁନ୍ଦରଗ୍ରାମ ଠାରେ ଦଧିଚି ଶିକ୍ଷାନୁଷ୍ଠାନସମୂହର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ, ପ୍ରତେକ ବ୍ୟକ୍ତି ଅନନ୍ୟ ଓ ପରିପୂର୍ଣ୍ଣ ।ଶିକ୍ଷା ହେଉଛି ପ୍ରକୃତ ଆତ୍ମ ଆବିଷ୍କାର । ଶିକ୍ଷା ଜଣେ ବ୍ୟକ୍ତିକୁ ଆସ୍ଥାବାନ କରାଏ ।
ସମାରୋହରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ପ୍ରତାପ ଷଡଙ୍ଗୀ, ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ, ଚାନ୍ଦିପୁର ITR ର ନିର୍ଦ୍ଦେଶକ ଡକ୍ଟର ବିନୟ କୁମାର ଦାସ ଓ ଦଧିଚିର ପ୍ରତିଷ୍ଠିତା ଡଃ ମନୋଜ କୁମାର ଦାଶ ପ୍ରମୁଖ ମନ୍ଚାସୀନ ଥିଲେ ।
ଏହି ଅବସରର ରାଜ୍ୟର ବିଶିଷ୍ଟ ଉଦ୍ୟୋଗବିତ୍ ତଥା ରୁଚି ମସଲାର ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ ,ଆଦିତ୍ଯ ବାହିନୀର ମାତୃପ୍ରସାଦ ମିଶ୍ର, ଅନୁବାଦକ ପ୍ରଶାନ୍ତ କୁମାର ମହାନ୍ତି, ସାମାଜିକ କର୍ମୀ ସୁଦର୍ଶନ ଦାସଙ୍କୁ ରାଜ୍ୟପାଳ ସମ୍ମାନଜନକ ଦଧିଚି ସମ୍ମାନରେ ସମ୍ମାନିତ କରିଥିଲେ ।
ଶିକ୍ଷା ହେଉଛି ପ୍ରକୃତ ଆତ୍ମ ସାକ୍ଷାତକାର : ରାଜ୍ୟପାଳ. ଦଧିଚି ଶିକ୍ଷାନୁଷ୍ଠାନସମୂହର ପ୍ରତିଷ୍ଠା ଦିବସ
|
September 6, 2018 |
