ଶାନ୍ତି ଶୁଙ୍ଖଳାର ସହ ଶେଷ ହେଲା ରାମ୍ଭାଦେବୀ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟିକା କାର୍ଯ୍ୟକ୍ରମ , ଆହୁରି ଅନେକ ବଂଚିତ ହେଲେ

Spread the love

ଧର୍ମଶାଳା, ୦୩/୦୬ (ସନ୍ଧାନ ନିଉଜ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ସ୍ଥିତ ରମ୍ଭାଦେବୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତିନିଦିନ ଧରି କରୋନା ଟିକା କରଣ କରାଯାଇଛି । ୧ତାରିଖରୁ ଆରମ୍ଭ ହୋଇଥିବା ଟିକା କରଣ କାର୍ଯ୍ୟକ୍ରମ ପ୍ରତିଦିନ ୨୦୦ରୁ ଅଧିକ ଡୋଜ ଟିକା ସାଧରଣ ଲୋକଙ୍କୁ ଦିଆଯାଇଛି । ଲୋକମାନେ ଶାନ୍ତି ଶୁଙ୍ଖଳାର ସହ ଉପସ୍ଥିତ ରହି ଟିକା ଗ୍ରହଣ କରିଥିଲେ । ଏହି ଅଂଚଳର ଟି ୧୩ନମ୍ବର ଜୋନରେ ଯାଉଥିବା ବେଳେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ବହୁ ଗରିବ ଆଦିବାସୀ, ଦଳିତ ଲୋକ ରହୁଥିବାରୁ ସେମାନେ ବିଭିନ୍ନ ସମୟରେ ବହାରକୁ ଯାଇ ଟିକା ଗ୍ରହଣ କରିବା ସମ୍ଭବ ହେଉନଥିଲା । ଅନ୍ୟପଟରେ କରୋନା ରୋଗୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଥିଲା । ଫଳରେ ଅଚଳବାସୀ ଏଠାରେ ଟିକା ଦେବାକୁ ଦାବି କରିଥିଲେ । ୧୩ନମ୍ବର ଜୋନର ସଂଯୋଜକ ତଥା ପୂର୍ବତନ ସରପଂଚ ବିକ୍ରମ ବିଶ୍ୱାଳ ଏବଂ ଯୁବ ସମାଜସେବୀ ତଥା ଜୋନ ସଭାପତି ମନୋରଂଜନ ସାହୁଙ୍କ ଏବଂ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସହଯୋଗ ଲୋଡିଥିଲେ । ପରେ ବିଧାୟକ ସହଯୋଗ କରି ଏଠାରେ କରୋନା ଟିକା ଦିଆଯିବା ବନ୍ଦୋବସ୍ତ କରିଥିଲେ । ଏହାକୁ ସୁରୁଖୁରୁ କରିବ ପାଇଁ ଯୁବ ସମାଜସେବୀ ମନସ ରାଉତ ସ୍ୱାସ୍ଥ ବିଭାଗ କର୍ମଚାରୀଙ୍କ ସହଯୋଗ କରି ଏହାକୁ ଶାନ୍ତିଶୁଙ୍ଖଳାର ସହ ପରିଚାଳାନା କରିଥିଲେ । ଡାକ୍ତର ଅଜିତ କୁମାର ବାରିକ ସହିତ ଅନ୍ୟ ଟିମ୍ ସଦସ୍ୟ ମାନେ ଏହାକୁ ପରିଚାଳନା କରିଥିଲେ । ତେବେ ଏଠାରେ ତିନି ଦିନରେ ଦିଆଯାଇଥିବା ଟିକା ବହୁମାତ୍ରାରେ କମ୍ ପଡିଥିଲା । ଫଳରେ ବହୁ ଲୋକ ନିରାଶରେ ଫେରିଥିବାରୁ ଦେଖିବାକୁ ମିଳିଥିଲା । ପୁଣି ଏଠାରେ ଅଧିକ ଦିନ ଟିକା କରଣ କାର୍ଯ୍ୟକ୍ରମ କରିବାକୁ ଦାବି ହେବା ସହିତ ବିଧାୟକ ଏବଂ ୧୩ନମ୍ବର ଜୋନ ଜିଲ୍ଲାପରିଷଦ ନିରଞ୍ଜନ ରାଉତଙ୍କ ଧନ୍ୟବାଦ ଜଣାଇଛନ୍ତି ।

Related Posts

About The Author

Add Comment