ରସୁଲପୁର,୧୧/୮ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ଜୟସିଂହଡ଼ା ଗ୍ରାମର କର୍ମବୀର ଶତ୍ରୁଘନ ସାହାଣିଙ୍କର ବାର୍ଷିକ ସଭା ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ବରୀ ବିଧାୟୀକା ଏବଂ ପ୍ରର୍ବତନ ସାଂସଦ ରୀତା ତରାଇ ଓ ସୁନନ୍ଦା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ, ଶ୍ରୀମତୀ ଦାସ ପ୍ରଦ୍ୱୀପ ପ୍ରଜ୍ୱଳନ କରି ଶତ୍ରୁଘନ ସାହାଣୀଙ୍କ ପ୍ରତିମୃର୍ତି ଉନ୍ମୋଚନ କରିଥିଲେ । ଏହି ଅବସରରେ ବିଜୁ ଜନତା ଦଳର ସଂମ୍ପାଦକ ଶ୍ରୀଯୁକ୍ତ ପ୍ରଦିପ କୁମାର ଦାସ ସଭାପତିତ୍ୱ କରିଥିବାଥିବା ବେଳେ, ବରୀ ନିର୍ବାଚନ ମଣ୍ଡଳୀର ଯୁନ ନେତା ଦେବେନ୍ଦ୍ର କୁମାର ଦାସ ଯୋଗଦାନ କରିଥିଲେ । ଏହ ଶ୍ରାଦ୍ଧ ବାର୍ଷିକ ସଭାରେ ସମ୍ମାନୀୟ ଅତିଥି ପୂର୍ବତନ ସାଂସଦ ଶ୍ରୀମତୀ ରୀତା ତରାଇ ଯୋଗଦାନ କରି କର୍ମବୀର ସାହାଣୀଙ୍କ ରାଜନୀତି ସମ୍ପର୍କରେ ଆଲୋଚନା କରିଥିଲେ । ଯୁବନେତା ଦେବେନ୍ଦ୍ର ଦାସ ଯୋଗଦାନ କରି ଦିର୍ଘଦିନ ସମ୍ପର୍କ ସ୍ୱର୍ଗତ ସାହାଣୀଙ୍କ ସହିତ ରହିଥିବା ବେଳେ, ଜଣେ ଦକ୍ଷ ରାଜନୀତିଜ୍ଞଙ୍କୁ ହରାଇଲା ବୋଲି ଏହି ସଭାରେ କହିଥିଲେ । ଶ୍ରୀମତୀ ବିଧାୟୀକା ଯୋଗଦେଇ ଶତ୍ରୁଘନ ସାହାଣୀ ଆମ ପାଖରେ ଚିରଦିନ ଅମର ହୋଇ ରହିବେ ବୋଲି କହିଥିଲେ । ଶ୍ରୀମତୀ ଦାସ ଦିର୍ଘ ଦିନର ସ୍ୱପ୍ନ ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ଙ୍କ ଆଖିରୁ ସ୍ୱର୍ଗତ ସାହାଣୀଙ୍କ ଅନୁପସ୍ଥିତରେ ଲୁହ ଝରୀ ଆସିଥିଲା । ତାଙ୍କ ଆତ୍ମାର ସତଗତି ପାଇଁ ସେ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ । ଏହି ଅବସରରେ ବରୀ ନିର୍ବାଚନ ମଣ୍ଡଳୀର ୧୦ ଗୋଟି ପଂଚାୟତର ବୁଦ୍ଧିଜିବୀ ମାନେ ଯୋଗଦାନା କରିଥିଲେ । ସ୍ୱପ୍ନେଶ୍ୱର ମହାଦେବଙ୍କ ପରିଶରରେ ଶ୍ରୀଯୁକ୍ତ ସାହାଣୀଙ୍କ ପ୍ରତିମୁର୍ତି ସ୍ଥାପନା କରାଯାଇଥିଲା । ଏହ ଶ୍ରାର୍ଦ୍ଧ ବାର୍ଷିକ ସଭାରେ ବକ୍ତାମାନେ ତାଙ୍କର ଗୁଣଗାନ କରିବା ସହିତ ସେ ଜଣେ ଆଦର୍ଶ କର୍ମବୀର ଥିଲେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ସଭାରେ ସ୍ୱାଇଁଖଣ୍ଡ ପଂଚାୟତ ପୂର୍ବତନ ସରପଂଚ ବିଜୟ ନାୟକ, ବ୍ରହ୍ମବରଦା ପଂଚାୟତ ସମିତୀ ସଭ୍ୟ ଅଟଳ ବିହାରୀ ଦାସ, ପୂର୍ବତନ ସମିତି ସଭ୍ୟ ଶରତ ଚନ୍ଦ୍ର ପାଣ୍ଡେ, ବନ୍ଧଡିହ ପଂଚାୟତ ସଭାପତି ଗଣେଶ୍ୱର ସାହୁ, ବିକ୍ରମ ନାୟକ, ପ୍ରମୋଦ ସାହୁ, ସରୋଜ ସେଠୀ, ବୈଷ୍ଣମ୍ବ ଚରଣ ଜେନା, ରବିନ୍ଦ୍ର ଜେନା, ବାଲିଆ ପଂଚାୟତ ସମିତି ସଭ୍ୟ ପ୍ରଦିପ ଘଡ଼ାଇ, ଅର୍ଥଙ୍ଗା ପଂଚାୟତ ପୂର୍ବତନ ସରପଂଚ ଅର୍ଜ୍ଜୁନ ନାୟକ, ଅତଲାପୁର ସରପଂଚ ପ୍ରଫୁଲ ସାହୁ, ସାମନ୍ତରାପୁର ସମବାୟ ସମିତି ସଭାପତି ବିଦ୍ୟାଧର କରଣ, ଅଭିମନୁ୍ୟ ସାହାଣୀ, ୨୧ ନଂ ଜୋନର ଜିଲ୍ଲାପରିଷଦ ଅଶୋକ ସାମଲ, ବାଲିବିଲି ସରପଂଚ ସନ୍ତୋଷ ସାମଲ, ବିଷ୍ଣୁ ଦେଓ, ଜୁଲପିକର ଅଲ୍ଲି, ପ୍ରଶନ୍ନ ବିଶୋଇ, ଅଶୋକ ଜେନା, ସୁରେଶ ପାଢ଼ୀ, ରମାକାନ୍ତ ଜେନା, ଏବଂ ବହୁ ବି.ଜେ.ଡ଼ି କର୍ମି ଯୋଗଦାନ କରି ଶ୍ରୀଯୁକ୍ତ ସାହାଣୀଙ୍କର ଆତ୍ମାର ସତଗତି କାମନା କରିଥିଲେ ।
ଶତ୍ରୁଘନ ସାହାଣୀଙ୍କ ପ୍ରତିମୃର୍ତି ଉନ୍ମୋଚନ
|
August 11, 2019 |