ଲିଙ୍ଗରାଜ ପଣ୍ଡା,
ସାକ୍ଷୀ ରହିଅଛି ଏ ଇତିହାସ
ଗଦାଧର ହେଲେ ପରମହଂସ
ନ ଥିଲା ବିଦ୍ୟା କି ଅବା ସାଧନା
ହୋଇଗଲେ ସେ ଜଗତ ଜଣା;
ସାରଦା ଦେବୀ ଙ୍କ ନିରବ ଭାଷା
ବଢାଇଲା ତାଙ୍କ ମାତୃ ପିପାସା ।।
ମହାପ୍ରଭୁ ଗୌରାଙ୍ଗ ଜୀବନେ
ଦେବୀ ବିଷ୍ଣୁପ୍ରିୟା ଆସିଲେ ଦିନେ
ନିଜ ଦୁଃଖ ଲୁହ ଚାପି ହୃଦରେ
ବାଧା ହେଲେ ନାହିଁ ତାଙ୍କ ପଥରେ
ପାପଗ୍ରସ୍ଥ ଜୀବ ଉଦ୍ଧାର ପାଇଁ
ସଂସାର ଛାଡିଣ ଗଲେ ନିମାଇଁ ।।
ରାଜ ପ୍ରସାଦରେ ଜନମିଥିଲେ
ସବୁ ତେଜି ଗୌତମ ବୁଦ୍ଧ ହୋଇଲେ
ଯଶୋଧାରାଙ୍କର ଶାଶ୍ୱତ ପ୍ରେମ
ତାଙ୍କ ପଛେ ଆଣି ନଥିଲା ଭ୍ରମ
କେତେ କଷ୍ଟ ସହି କଲେ ସାଧନା
ଜଗତରେ ତାଙ୍କ ନାହିଁ ତୁଳନା ।।
ମହାମାନବଙ୍କ ଚଲାପଥରେ
ନାରୀ ସାଜେ ନାରାୟଣୀ ରୂପରେ
ସେବା ଧର୍ମ ସତ୍ୟ ଅହିଂସା ପ୍ରେମ
ପରଉପକାର ଆମର କାମ
ପ୍ରଭୁ କରିଛନ୍ତି ଆମକୁ ଧନ୍ୟ
କେତେ ଥିଲା ଆମ ପୂର୍ବର ପୂଣ୍ୟ ।
Related Posts
About The Author
Add Comment