ଲେଫ୍ରୀପଡ଼ା ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ସୁନ୍ଦରଗଡ ତା:୭/୬/୨୦୨୬( ସନ୍ଧାନ ନ୍ୟୁଜ) ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଲେଫ୍ରୀପଡ଼ା ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୬୩ ଟି ଅଭିଯୋଗ ଆସିଥିବା ବେଳେ ୩୫ ଗୋଟି ବ୍ୟକ୍ତିଗତ ଥିବାବେଳେ ୨୮ ଗୋଟି ଗୋଷ୍ଠୀଗତ ଅଭିଯୋଗ ଆସିଥିଲା । ସେଥି ଭିତରୁ ୧୨ ଗୋଟି ତତକ୍ଷଣାତ ସମାଧାନ ହୋଇଥିବା ବେଳେ ସି .ଏମ.ଆର.ଏଫ ସହାୟତା ୧୨ ଗୋଟି ରହିଥିଲା । ତା ସହିତ ରାସ୍ତାଘାଟ,ବିଦ୍ୟୁତ୍ ସମସ୍ୟା,ପାନୀୟ ଜଳ,ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ଅନ୍ୟାନ୍ୟ ସମସ୍ୟା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ସାହୁ, ଉପ ଜିଲ୍ଲାପାଳ ସଦର ତେଜସ୍ଵୀନି ବେହେରା, ସି.ଡ଼ି.ଏ.ମୋ ଡକ୍ତର ସୁରେଶ ଚନ୍ଦ୍ର ମହାନ୍ତି,ସହିତ ସ୍ଥାନୀୟ ବିଡିଓ ଉପସ୍ଥିତ ରହିଥିଲେ ।

Related Posts

About The Author

Add Comment