ଲେଡି ହେମିଲଟନ ଉଚ୍ଚ ବିଦ୍ୟାଳୟରୁ ଚୋରି ଘଟଣା

Spread the love

ବାରିପଦା ୨୧/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ସ୍ଥାନୀୟ ପାଲବଣି ସ୍ଥିତ ଲେଡି ହେମିଲଟନ ସରକାରୀ ଉଚ୍ଚ ବିଦ୍ୟାଳୟରୁ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ବାରିପଦା ଟାଉନ ଥାନା ପୁଲିସ୍ । ଦୀର୍ଘ ୭ ଦିନ ପରେ ପୁଲିସ୍ ୩ ଅଭିଯୁକ୍ତ ଚୋରଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଚୋରି ସମାଗ୍ରୀକୁ ଜବତ କରିଛି । ଅଭିଯୁକ୍ତମାନେ ହେଲେ ଟାଉନ୍ ଥାନା ଅନ୍ତର୍ଗତ ପାଲବଣି ଅଞ୍ଚଳର ସୁମନ ସିଂ(୨୧), କରତବସା ଅଞ୍ଚଳର ବିକାଶ ରାଏ (୩୫) ଏବଂ ବେତନଟୀ ଥାନା ଅଧୀନ ବାହ ନଡ଼ା ଅଞ୍ଚଳର ଟୁନା ଦୁବେ ଓରଫ ଠିକ୍ (୨୪) ।

ସୂଚନା ମୁତାବକ ଗତ ୧୧ ତାରିଖରେ ଲେଖି ହେମିଲଟନ୍ ଉଚ୍ଚ ବିଦ୍ୟାଳୟରେ  କୋଭିଡ୍ -୧୯ ସ୍ଵାବ କଲେକନସ ସେଣ୍ଟର  ପରିଚାଳିତ ହେଉଥିବାବେଳେ ଅଭିଯୁକ୍ତ ଚୋରମାନେ ବିଦ୍ୟାଳୟରେ କଳାକନା ବୁଲାଇ ଦେଇଥିଲେ । ବିଦ୍ୟାଳୟର‌ କମ୍ପ୍ୟୁଟର ଲ୍ୟାବ୍ , ସାଇନ୍ ଲ୍ୟାବ୍ ସମେତ ଶ୍ରେଣୀ ଗୃହର ତାଲା ଭାଙ୍ଗି କମ୍ପ୍ୟୁଟର,ମନିଟର ,ପ୍ରିଣ୍ଟର, ପ୍ରୋଜେକ୍ଟର , ସିପିୟୁ ଜେରକ୍ସ ମେସିନ ,ଫ୍ୟାନ୍ ଆଦି ବହୁ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଥିଲେ । ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ପଲେଇ ଗତ ୧୨ ତାରିଖ ରେ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମୂଳେ ସାଇଣ୍ଟିଫିକ୍ ଟିମ୍ ଜରିଆରେ ପୁଲିସ୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ତେବେ ମଙ୍ଗଳବାର ପୁଲିସ୍  ଅଭିଯୁକ୍ତ ସୁମନ୍ ସିଂଙ୍କୁ କାବୁ କରିବା ପରେ ତା’ ଜରିଆରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ । ଗିରଫ କରି ବାରେ ସକ୍ଷମ ହୋଇଛି । ଗିରଫ ସମୟରେ ଅଭିଯୁକ୍ତଙ୍କ ଘରୁ ୪ଟି ଫାନ୍, ଗୋଟିଏ ମନିଟର, କି-ବୋର୍ଡ, ମାଉସ୍, ୩ଟି ସିପିୟୁ, ଗୋଟିଏ ପ୍ରିଣ୍ଟର, ଗୋଟିଏ ପ୍ରୋଜେକ୍ଟର ସହ ବିଭିନ୍ନ ଜିନିଷ ପତ୍ର ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ । କରାଯାଇଥିବା ଟାଉନ୍‌ ଥାନା ଅଧିକାରୀ । ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି ।

Related Posts

About The Author

Add Comment