ପୁରୀ, ୦୪.୦୨.୨୦୨୧(ସନ୍ଧାନ ନିଉଜ୍ ):- ଲାଞ୍ଚ ନେଇ ଧରାପଡିଲେ ମହିଳା ଜିଆରଏସ ଅଧିକାରୀ । ୫୦ ହଜାର ଟଙ୍କାର ବିଲ୍ କରାଇଦେବା ପାଇଁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚ । ପୂର୍ବରୁ ଯୋଜନା ମୁତାବକ ଛକି ବସିଥିବା ଭିଜିଲାନ୍ସ ଟିମ୍ ମହିଳା ଅଧିକାରୀଙ୍କୁ ଗିରଫ କରିଛି । ସୂଚନା ମୁତାବକ ପୁରୀ ଜିଲ୍ଲା ରାମଲେଙ୍କା ଗ୍ରାମପଞ୍ଚାୟତରେ କାର୍ଯ୍ୟରତ ମହିଳା ଜିଆରଏସ ଅଧିକାରୀ ଭାରତୀ ନାୟକଙ୍କୁ ଆଜି ଭିଜିଲାନ୍ସ ଟିମ ଗିରଫ କରିଛି । ରାମବେତି ଗାଁର ମିଥୁନ୍ ବେହେରାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏନଆରଇଜିଏସ ବିଲ୍ ପାସ୍ କରିଦେବାପାଇଁ ସେ ଏହି ଲାଞ୍ଚ ଦାବି କରିଥିଲେ ।
ଲାଞ୍ଚ ନେଇ ଧରାପଡିଲେ ମହିଳା ଜିଆରଏସ ଅଧିକାରୀ
|
February 4, 2021 |
