ଲଭ ଜିହାଦ ମାମଲାରେ ୩ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

Spread the love

ଭୁବେଶ୍ବର, 10/07 (ସନ୍ଧାନ ନିଉଜ): ଲଭ ଜିହାଦ ମାମଲାରେ ଓଡ଼ିଶା, ଛତିଶଗଡ ଓ ଜମ୍ମୁ-କାଶ୍ମୀର ସରକାରଙ୍କୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। ବ୍ରହ୍ମପୁରର ଏକ ଦମ୍ପତି ନିଜ ଫାର୍ମାସିଷ୍ଟ ଝିଅକୁ ଲଭ ଜିହାଦ କବଳରୁ ମୁକୁଳାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ମାମଲାର ଶୁଣାଣି କରି ବିଚାରପତି ୟୁ.ୟୁ. ଲଳିତ, ଅଜୟ ରସ୍ତୋଗୀ ଓ ଅନିରୁଦ୍ଧ ବୋସଙ୍କ ମିଳିତ ବେଞ୍ଚ ତିନି ରାଜ୍ୟଙ୍କୁ ନୋଟିସ୍‌ କରିବା ସହିତ ଜୁଲାଇ ୨୩ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବ୍ରହ୍ମପୁରର ଏହି ଦମ୍ପତିଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅ ବିଫାର୍ମା ପଢୁଥିବା ସମୟରେ ଜମ୍ମୁ-କାଶ୍ମୀରର ଜଣେ ଯୁବକ ତାକୁ ଭେଟିଥିଲା। ପଢା ସରିବା ପରେ ଉଭୟ ଚାକିରି ପାଇଁ ଉତ୍ତରପ୍ରଦେଶର ଲକ୍ଷ୍ନେ ଯାଇଥିଲେ। ପରବର୍ତ୍ତୀ ସମୟରେ ଉଭୟ ଚଣ୍ଡୀଗଡ ଯାଇଥିଲେ। ଏହାପରେ ଉଭୟ ବିବାହ କରିଥିଲେ। ହେଲେ ଏବେ ତାଙ୍କ ଝିଅଙ୍କ ଆଉ ପତ୍ତା ମିଳୁନି। ଝିଅର ଅନ୍ୟ ଧର୍ମରେ ବିବାହକୁ ସେମାନେ ବିରୋଧ କରୁନାହାଁନ୍ତି, ତେବେ ତାଙ୍କ ଝିଅକୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରି ବିବାହ ପାଇଁ ବାଧ୍ୟ କରାଯାଇଥିବା ବାପା-ମାଆ ଅଭିଯୋଗ କରିଛନ୍ତି। ଏପରିକି ସଂପୃକ୍ତ ଯୁବକ ଜଣକ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଏବଂ ଲଭ ଜିହାଦ ନାଁରେ ଅନ୍ୟ କିଛି ହିନ୍ଦୁ ଝିଅଙ୍କୁ ବି ଫସାଇଥିବା ସେମାନେ ଜାଣିବାକୁ ପାଇଛନ୍ତି। ତାଙ୍କ ଝିଅଙ୍କ ଜୀବନ ପ୍ରତି ବିପଦ ରହିଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ ପିଟିସିନ ଦାଖଳ କରିଛନ୍ତି ପରିବାର।

Related Posts

About The Author

Add Comment