ସୁନ୍ଦରଗଡ଼ ତା:୧୧-୦୮-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଆଜି ବାଲିଶଙ୍କରା ଭାଟିପଡ଼ା ଠାରେ ଏକ ଅଭାବନୀୟ ଘଟଣା ଘଟି ଯାଇଥିବା ସୂଚନା ରହିଛି l ସୂଚନା ଅନୁସାରେ ବାଲିଶଙ୍କରା ଭାଟିପଡ଼ା ର ଜଣେ ଚାଷୀ ଧାନ ଫଳା ରୁଆ ଚାଷ କାମ କରିବା ପାଇଁ ଓଡିଶା ସୀମାନ୍ତ ଛତିଶଗଡ ରାଜ୍ୟ ତୁମଲା ଥାନା ଅନ୍ତର୍ଗତ ତୁମଲା ଓ ବରଢିପା ଗ୍ରାମ ରୁ ମିଳିତ ଭାବରେ ୧୩ରୁ ୧୪ଜଣ ମହିଳା ପୁରୁଷ ମିଶି କାମ କରିବା ପାଇଁ ଆସିଥିଲେ l ଆଜି ସେମାନେ ବିଲ ରେ କାମ କରି ମଧ୍ୟାହ୍ନ ୧ଟା ୩୦ମିନିଟ ସମୟରେ ସମସ୍ତେ ଏକାଠି ବସି ମଧ୍ୟାହ୍ନ ଜଳଖିଆ କରୁଥିବା ବେଳେ ହଠାତ କୁଆଡୁ କଳା ବାଦଲ ବର୍ଷା ସହିତ ଘଡଘଡି ବିଜୁଳି ବଜ୍ରାଘାତ ରେ ବସିଥିବା ସମସ୍ତେ ଅଚେତ ହୋଇ ପଡିଗଲେ l ଏହା ଦେଖି ତାଙ୍କୁ ୧୦୮ଆମ୍ବୁଲାନ୍ସ ଡକାଇ ସବଡେଗା ଡାକ୍ତରଖାନା କୁ ନେଇ ଭର୍ତ୍ତି କରାଯାଇଥିଲା l ଡାକ୍ତରସମସ୍ତ କୁ ପରୀକ୍ଷା ନିରୀକ୍ଷା କରିବା ପରେ ସେ ଭିତରେ ଥିବା ୨ଜଣ ଙ୍କୁ ମୃତ ଘୋଷଣା କରିଥିଲେ ।ମୃତ ଦୁଇ ଜଣ ହେଲେ ଚମ୍ପା ତୀର୍କୀ (୪୦)ଓ ସୁଶୀଳା ତୀର୍କୀ (୬୦)ବୋଲି ଜଣାପଡ଼ିଛି l ବାକି ସମସ୍ତେ ଗୁରୁତର ଥିବା ବେଳେ ତାଙ୍କୁ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି l ଏନେଇ ତଲସରା ଥାନା କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ତଲସରା ପୋଲିସ ଏକ ମାମଲା ରୁଜୁ କରିବା ସହିତ ଶବ ଜବତ କରି ବ୍ୟବଛେଦ ପାଇଁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନା କୁ ପଠାଇଥିବା ସୂଚନା ରହିଛି ।
ଲଗାଣ ବର୍ଷା ସହିତ ଘଡଘଡି ବିଜୁଳି ବଜ୍ରପାତ ରେ ୨ମୃତ ୧୨ଗୁରୁତର
|
August 11, 2026 |



