ରେଳରାସ୍ତାକୁ ବେଆଇନ ମାଟି ଚାଲାଣ: ପ୍ରଶାସନ ନିକଟରେ ଖବର ନାହିଁ ।

ଜେନାପୁର,୨୦/୨/୨୦ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) : ଧର୍ମଶାଳା ତହସିଲ ଅନ୍ତର୍ଗତ ଖଜୁରିବାଟି ମୌଜାରୁ ଶହ ଶହ ଟ୍ରିପ ମାଟି ଜେନାପୁର ଲେବଲକ୍ରସିଂ ନିକଟରେ ରେଳ ଲାଇନ ପାଶ୍ୱର୍ରେ ବିଛାଇବା ପାଇଁ କୋଟି କୋଟି ଟଙ୍କାର ଟେଣ୍ଡର ପାଇ ଏହି ଠିକାଦାର ଏବେ ୧୦/୧୨ଟି ଟ୍ରାକ୍ଟର ଲଗାଇ ମାଟି ଉଠାଇ ନେଉଛନ୍ତି । ଠିକାଦାର କମ ମୂଲ୍ୟରେ ଅଳ୍ପ ଖର୍ଚ୍ଚରେ କିପରି ମାଟି ନେଇ ରାସ୍ତା କାମରେ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କାର ମୁନାଫା କମାଇ ପାରିବେ ସେ ଦିଗରେ ନିଜର ପ୍ରଚେଷ୍ଠା ଚଳାଇଛନ୍ତି । ସେଥିପାଇଁ ସେମାନେ ନିକଟସ୍ଥ ଗ୍ରାମର ଲୋକମାନଙ୍କୁ ମୋହରା କରି ଗ୍ରାମ ବାହରେ ଥିବା ସରକାରି ବେସରକାରୀ ଜମିରୁ ମାଟି ଉଠାଇ କାମରେ ବ୍ୟବହାର କରୁଛନ୍ତି । ରେଳଲାଇନ ପାଶ୍ୱର୍ରେ ଥିବା ଜମିରୁ କିଛିଲୋକ ଏହି ଠିକାଦାରକୁ ମାଟି ବିକି ଲକ୍ଷଲକ୍ଷ ଟଙ୍କା ଆଦାୟ କରୁଛନ୍ତି । ବିଲ କାମ କରିବାପଇଁ ହେଲେ ମଧ୍ୟ ମେସିନ ସାହାଯ୍ୟରେ ମାଟି ଉଠାଇବା ପାଇଁ ତହସିଲର ଅନୁମତି ଦରକାର । ଏଥିପାଇଁ ମଧ୍ୟ ମାଇନଙ୍ଗ ପ୍ଲାନର ଆବଶ୍ୟକତା ରହିଛି । ତେବେ ଏହି ଠିକାଦାର ତହସିଲରୁ ଅନୁମତି ପାଇଁ ଯେଉଁ ସବୁ ଆଇନଗତ ପ୍ରକ୍ରିୟା ଦେଇ ଯିବା କଥା ତହା କରିଛନ୍ତି କି? ଯଦି କରିନାହାଁନ୍ତି ତେବେ ଏହି କାମପାଇଁ କେଉଁଠାରୁ ଓ କିପରି ଅନୁମତି ପାଇବେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ଥାନୀୟ ଲୋକମାନଙ୍କର କହିବା ଅନୁଯାଇ ଠିକାଦାର ଖୁବ କମଖର୍ଚ୍ଚରେ ପରି ମାଟି ଲାଇନ ପାଶ୍ୱର୍ରେ ବିଛାଇ ପାରିବ ସେଥିପାଇଁ ନିକଟସ୍ଥ ଗ୍ରାମର ମୁଷ୍ଠିମେୟ ଲୋକଙ୍କ ସାହାରା ନେଇଛି । ସେମାନେ ଗାଁ ଲୋକଙ୍କୁ ଧମକ ଚମକ ଦେଇ ମାଟି ଉଠାଉଛନ୍ତି । ଏହି ବୋଆଇନ ଉଠାଣ ପାଇଁ ଦୁଇଟି ଚେନପୁଲି ମେସିନ ଓ ୧୦/୧୨ ଟ୍ରାକ୍ଟର ନିୟୋଜିତ ହୋଇଛି । ବିଲ ମାଟି ରେଳରାସ୍ତାରେ ବିଛା ଯାଉଥିଲେ ହେଁ ବିଲକାମ କରୁଛି ବୋଲି ଦାବି କରୁଥିବା ମାଲିକ କେଉଁ ସ୍ୱାର୍ଥରେ ମାଟି ଠିକାଦାରକୁ ବିକୁଛି ତାହ ତଦନ୍ତ ସାପେକ୍ଷ । ଜମି ମାଲିକ ମାଟି ଉଠାଣ ପାଇଁ ଅନୁମତି ପାଇଛନ୍ତି କି? ଯଦି ପାଇ ନାହାଁନ୍ତି ତେବେ ମାଟି ଉଠାଯାଉଥିବା ଜମି ମାଲିକଙ୍କ ବିରୋଦ୍ଧରେ ଜନସାଧାରଣ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଗାଁ ଲୋକ ବିରୋଦ୍ଧ କରିବାରୁ ଏବେ ପରିମିସନ ପାଇଁ ଠିକାଦାର ତହସିଲ ମୁହାଁ ହୋଇଥିବା ଜାଣିବାକୁ ମିଳିଛି । ଏ ସମ୍ବନ୍ଧରେ ତହସିଲଦାର ସରୋଜକୁମାର ପଣ୍ଡାଙ୍କୁ ପଚାରିବାରୁ ସେ ମାଟି ଉଠୁଥିବା ଜାଣି ନଥିବା କହିଛନ୍ତି । ଅଭିଯୋଗ ହେଲେ ତାଙ୍କ ବିରୁଦ୍ଧରେ ଏତେଲା ଦିଆଯିବ ବୋଲି କହିଛନ୍ତି । ଠିକାଦାର ପ୍ରଥମେ ଆମେ ତହସିଲରୁ ଅନୁମତି ପାଇଥିବା କହିଥିବା ବେଳେ ଏବେ ଅନୁମତି ପାଇଁ ତହସିଲ ଜିବୁ ବୋଲି କହିଛନ୍ତି ।

Related Posts

About The Author

Add Comment