ରେଭେନ୍ସା ପ୍ରବେଶିକା ପରୀକ୍ଷାରେ ତୃଟି, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ

Spread the love
  • 12
    Shares

କଟକ, ୨୩/୫ (ସନ୍ଧାନ ନିୟୁଜ୍/ପ୍ରକାଶ ରାଉତ) ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ସ୍ନାତକତୋର ପ୍ରବେଶିକ ପରୀକ୍ଷା ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ପ୍ରବେଶିକା ପରୀକ୍ଷାରେ ଅନେକ ତୃଟି ପରୀଲକ୍ଷିତି ହୋଇଥିବା ଯୋଗୁ ପ୍ରବେଶିକା ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ମାନେ ବହୁ ହଇରାଣ ହେଉଥିବା ନେଇ ଅଭିଯୋଗ ଉଠିଛି । ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପଠାଯାଇଥିବା ଆଡମିଟ୍ କାର୍ଡରେ ପରୀକ୍ଷା କେନ୍ଦ୍ର କେଉଁ ସ୍ଥାନରେ ହେଉଛି ତାହା ଟିକ୍ସେ ଦିଆଯାଇନଥିବାରୁ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି ।

ଅନ୍ୟପଟରେ ଗୋଟିଏ ରୋଲ ନମ୍ବରରେ ୪ରୁ ଉର୍ଧ ଛାତ୍ରଛାତ୍ରୀଙ୍କୁ ଦିଆଯାଇଛି । ଯାହାକୁ ନେଇ ଛାତ୍ରଛାତ୍ରୀ ମାନେ ପରୀକ୍ଷାକେନ୍ଦ୍ରରେ ଅସୁବିଧାର ସମ୍ମଖୀନ ହେବାରେ ଲାଗିଛନ୍ତି । ଗୋଟିଏ ସିଟରେ ଜଣେ ବସିଗଲା ପରେ ସେହି ସିଟ ନମ୍ବରରେ ଅନ୍ୟ ପିଲାଙ୍କର ବୋଲି ବାହାରୁଥିବାରୁ ଛାତ୍ରଛାତ୍ରୀ ମାନେ ବହୁ ଡେରିରେ ପରୀକ୍ଷା ଦେଇଥିବା ଅଭିଯୋଗ କରିଛନ୍ତି । ଏଭଳି ତୃଟି ପାଇଁ ମଧ୍ୟ ପରୀକ୍ଷା ହଲରେ ରହୁଥିବା ସାର ମାନଙ୍କ ପଚାରିବା ପରେ ସେମାନେ ମଧ୍ୟ ଏହାର ଉତ୍ତର ଦେବାରେ ଅସମର୍ଥ ରହୁଛନ୍ି । ଏହା ଉପରେ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ମାନେ ଦୃଷ୍ଟି ଦେବା ପାଇ ଦାବି ହେଉଛି ।

  • 12
    Shares

Related Posts

About The Author

Add Comment