ରେଙ୍ଗାଲି ଗ୍ରାମ ରେ ବିଦ୍ୟୁତ ଟ୍ରାସଫାର୍ମା ଚୋରି, ଅନ୍ଧାର ରେ ଗ୍ରାମବାସି, ତଲସରା ଥାନା ରେ ଅଭିଯୋଗ

Spread the love

ସୁନ୍ଦରଗଡ଼ ତା:୨୩-୧୦-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଗତ ତା:୨୨-୧୦-୨୦୨୬ରିଖ ଗୁରୁବାର ଦିନ ରାତିରେ କେହି ରେଙ୍ଗାଲି ଗ୍ରାମରେ ଲାଗିଥିବା ବିଦ୍ୟୁତ ଟ୍ରାସଫାର୍ମା କୁ ଚୋରି କରି ନେଇ ଯାଇଥିବା ଯୋଗୁଁ ଅଞ୍ଚଳରେ ଅନ୍ଧାର ହୋଇଯାଇଛି l ଏନେଇ ଆଜି ଗ୍ରାମବାସି ତଲସରା ଥାନା ରେ ଏକ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି । ସୁଚନା ଅନୁସାରେ ରାତ୍ରି ସମୟରୁ ଲାଇନ୍ ନ ଥିବାବେଳେ ସକାଳ ସମୟେ ଅଞ୍ଚଳ ଲୋକେ ଉଠି ଦେଖିଲା ବେଳକୁ ବିଦ୍ୟୁତ ଟ୍ରାସଫାର୍ମା ନାହିଁ । ପୁଲିସ ଘଟଣାର ତଦନ୍ତ କରି ଚୋରିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି। ଅନ୍ୟପକ୍ଷରେ, ଗ୍ରାମରେ ଶୀଘ୍ର ବିଦ୍ୟୁତ୍ ସେବା ସ୍ୱାଭାବିକ କରିବା ପାଇଁ ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Related Posts

About The Author

Add Comment