ରୁଷ୍‍ରେ ହେଲିକପ୍ଟର ଦୁର୍ଘଟଣା: ୧୮ ମୃତ

Spread the love

ମସ୍କୋ ୪/୮ (ସନ୍ଧାନ ନିୟୁଜ):   ରୁଷିଆରେ ଶନିବାର ଏକ ହେଲିକପ୍ଟର ଦୁର୍ଘଟଣାରେ ୧୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ହେଲିକପ୍ଟର କର୍ମଚାରୀ ଏବଂ ୧୫ ଜଣ ଯାତ୍ରୀ ଅନ୍ତର୍ଭୁକ୍ତ। ରୁଷିଆର ଜାତୀୟ ଏୟାରଲାଇନ୍‍ ଉଟେର ଦ୍ୱାରା ପରିଚାଳିତ ଏମ୍‍ଆଇ-୮ ହେଲିକପ୍ଟରଟି ଉତ୍ତର ସାଇବେରିଆର କ୍ରାସନୋୟାର୍ସ୍କ ସ୍ଥିତ ଏକ ଇନ୍ଧନ ଷ୍ଟେସନ ଅଭିମୁଖେ ବାହାରିଥିଲା। ଉଡ଼ାଣ ଆରମ୍ଭ କରିବା ପରେପରେ ଏହା ଅନ୍ୟ ଏକ ହେଲିକପ୍ଟର ସହିତ ଧକ୍କା ହୋଇଥିଲା। ଦ୍ୱିତୀୟ ହେଲିକପ୍ଟରଟି ସୁରକ୍ଷିତ ଭାବେ ଅବତରଣ କରିଥିବା ବେଳେ ଏମ୍‍ଆଇ ହେଲିକପ୍ଟରଟି ଆକାଶମାର୍ଗରୁ ଖସି ପଡି ଧ୍ୱଂସ ହୋଇଯାଇଥିଲା। ଫଳରେ ଏଥିରେ ଥିବା ସମସ୍ତ ଲୋକ ପ୍ରାଣ ହରାଇଥିଲେ। ମସ୍କୋ ସମୟ ପୂର୍ବାହ୍ଣ ପ୍ରାୟ ୫ଟା ୪୩ରେ ଏହି ଦୁର୍ଘଟଣା ଘଟିଥିଲା। ଏହା ଦ୍ୱିତୀୟ ହେଲିକପ୍ଟର ସହିତ ପିଟି ହେବାର କାରଣ ଜଣାପଡି ନ ଥିବା ରୁଷ୍‍ ପରିବହନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Related Posts

About The Author

Add Comment