ରାଷ୍ଟ୍ରପତିଙ୍କ ସାଇପ୍ରସ୍‍ ଗସ୍ତ ; ଏକାଧିକ ରାଜିନାମା ସ୍ୱାକ୍ଷରିତ

Spread the love

ନିକୋସିଆ ,୩/୯ (ସନ୍ଧାନ ନିୟୁଜ): ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସାଇପ୍ରସ୍‍ ଗସ୍ତ ଅବସରରେ ସାଇପ୍ରସ୍‍ ଓ ଭାରତ ମଧ୍ୟରେ ସୋମବାର ବିଭିନ୍ନ ଦ୍ୱିପାକ୍ଷୀୟ ରାଜିନାମା ସ୍ୱାକ୍ଷରିତ ହୋଇଛି। ସୂଚନା ପ୍ରଯୁକ୍ତି ବିଦ୍ୟା, ପର୍ଯ୍ୟଟନ, ଜାହାଜ ଚଳାଚଳ ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ସାଇପ୍ରସ୍‍ ଓ ଭାରତ ମଧ୍ୟରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି।
ଅନ୍ୟପକ୍ଷରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଇପ୍ରସ୍‍ ଗସ୍ତର ଦ୍ୱିତୀୟ ଦିନରେ ସାଇପ୍ରସ୍‍ ପ୍ରତିପକ୍ଷ ନିକୋସ୍‍ ଆନାସ୍ଥାସିଆଦେଶଙ୍କ ସହ ସାଇପ୍ରସ୍‍ର ରାଜଧାନୀ ନିକୋସିଆରେ ରାଷ୍ଟ୍ରପତି ଭବନରେ ଏକ ବୈଠକରେ ଯୋଗ ଦେଇଛନ୍ତି। ପରେ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ରାଜିନାମାଗୁଡ଼ିକ ସ୍ୱାକ୍ଷରିତ ହୋଇଥିଲା।
ସାଇପ୍ରସ୍‍ ପ୍ରତିନିଧି ସଭାରେ ଏକ ସ୍ୱତନ୍ତ୍ର ଅଧିବେଶନରେ ଶ୍ରୀ କୋବିନ୍ଦ୍‍ ଉଦ୍‍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ସାଇପ୍ରସ୍‍ ସାଧାରଣତନ୍ତ୍ରର ପ୍ରଥମ ରାଷ୍ଟ୍ରପତି ତଥା ପ୍ରତିଷ୍ଠାତା ଆର୍କ ବିଶପ୍‍ ମାକାରିଅସ୍‍-ତୃତୀୟଙ୍କ ସମାଧି ପୀଠରେ ଶ୍ରୀ କୋବିନ୍ଦ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ସାଇପ୍ରସ୍‍ର ରାଜଧାନୀ ନିକୋସିଆରେ ଭାରତୀୟ ବଂଶୋଦ୍ଭବମାନଙ୍କୁ ଉଦ୍‍ବୋଧନ ଦେଇ ନୂତନ ଭାରତ ଦ୍ରୁତଗତିରେ ପ୍ରଗତି ପଥରେ ଆଗେଇ ଚାଲିଛି ବୋଲି ଦର୍ଶାଇ ନବଭାରତ ଗଠନରେ ସେମାନଙ୍କ ଯୋଗଦାନ ପାଇଁ ରାଷ୍ଟ୍ରପତି ଆହ୍ୱାନ ଜଣାଇଛନ୍ତି।

Related Posts

About The Author

Add Comment