ରାଜ୍ୟର ଏକମାତ୍ର ଝୋଟକଳ ଖୋଲିବା ନେଇ ଦାବୀ ଜୋର ଧରିଲା

Spread the love

ଯାଜପୁର, ୨୫/୦୨()

ରାଜ୍ୟର ଯାଜପୁର ଜିଲ୍ଲାର ଥିବା ଏକମାତ୍ର କୃଷିଭିତିକ ଶିଳ୍ପ ଧାନମଣ୍ଢଳସ୍ଥିତ କୋଣାର୍କ ଝୋଟକଳ ଦୀର୍ଘଦିନ ହେବ ଅଚଳାବସ୍ଥାରେ ପଡିରହିଛି । ଏହାକୁ ପୁନଃ ଚାଲୁ କରିବା ଉଦେ୍ଦଶ୍ୟରେ ଝୋଟକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରବିବାର ଚଣ୍ଡିଖୋଲ ଛକରେ ବୈଠକ ଅନୁଷ୍ଠିତ ହୋଇଥିଲା । ସମାଜସେବୀ ମନୋରମା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ବରିଷ୍ଠ ସାମ୍ବାଦିକ ସାହୁ ସଂଚାଳନ କରିଥିଲେ । ପୂର୍ବତନ ସାଂସଦ ମୋହନ ଜେନା ଯୋଗଦେଇ ରାଜ୍ୟ ସରକାର ଶାଗମାଛ ମୁଲରେ ବେସରକାରୀ ସଂସ୍ଥାର ହାତକୁ ଟେକି ଦେଇଥିଲେ । କିନ୍ତୁ ବେସରକାରୀ ସଂସ୍ଥାଟି ଶିଳ୍ପକେନ୍ଦ୍ରଟିକୁ ଚଳାଇ ପାରିଲା ନାହିଁ । ଫଳରେ ଏହା ଉପରେ ନିର୍ଭର କରୁଥିବା ୨୮୦୦ଶ୍ରମିକ ପରିବାର ଆଜି ଘୋର ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ।

ସରକାର ଖୁବ ଶୀଘ୍ର ଏହାକୁ ଚଳାଇବା ପାଇଁ ଦାବୀ କରିବା ସହ ସାଂସଦ ଶ୍ରୀ ଜେନା ସରକାରଙ୍କୁ ନିବେଦନ କରିଥିଲେ । ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଯୋଗଦେଇ ଏକଦା ଏହି ଶିଳ୍ପ ଦ୍ୱାରା ଯାଜପୁର, କେନ୍ଦ୍ରାପଡା, ଜଗତସିଂଂପୁର ଓ କଟକ ଜିଲ୍ଲାର ଚାଷୀମାନେ ଉପକୃତ ହୋଇଥିଲେ । ଶିଳ୍ପଟି ବନ୍ଦ ହେବା ଦ୍ୱାରା ଏହିସବୁ ଜିଲ୍ଲାର ଚାଷୀମାନେ ଆଉ ଝୋଟଚାଷ ପ୍ରତି ମନ ବଳାଉ ନାହାନ୍ତି । ଫଳରେ ସେମାନଙ୍କର ଆର୍ଥୀକ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳ ରାଜ୍ୟ ସରକାର ଆନ୍ତରିକତାର ସହିତ ଚାଷୀମାନଙ୍କ ସମସ୍ୟାକୁ ଆଖି ଆଗରେ ରଖି ଝୋଟକଳଟିକୁ ପୁନଃ ଚାଲୁ କରିବାକୁ ଶ୍ରୀ ବଳ ସରକାରଙ୍କ ନିକଟରେ ଦୃଢ ଦାବୀ କରିଥିଲା । ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ କୈଳାସ ଚନ୍ଦ୍ର ରାଉତ, ଶ୍ରମିକ ନେତା ବ୍ରଜ ମୋହନ ସାମଲ, ଆଇନଜୀବୀ ଉଦୟନାଥ ସାହୁ, ନବ ନିର୍ମାନ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ନିମାଇଁ ରାୟ, ଦୁର୍ଗା ପ୍ରସାଦ ଦାସ, ବୀର କିଶୋର ପ୍ରଧାନ ପ୍ରମୁଖ ଯୋଗ ଦେଇ ସରକାର ଏହି କୃଷିଭିତିକ ଶିଳ୍ପଟିକୁ ଯଥାଶୀଘ୍ର ଚାଲୁ କରିବା ପାଇଁ ଦାବୀ ରଖିଥିଲେ । ଶେଷରେ ଅଧର ଜେନା ଧନ୍ୟବାଦ ଦେଇଥିଲେ ।

Related Posts

About The Author

Add Comment