ରାଜ୍ୟରେ ଡ୍ରାଇଭର ମହାସଂଘ ତରଫରୁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ

Spread the love

 

ସୁନ୍ଦରଗଡ ତା:୯/୭/୨୦୨୫( ସନ୍ଧାନ ନ୍ୟୁଜ) ଗତ କାଲି ଠାରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଡ୍ରାଇଭର ମହାସଂଘ୍ ତରଫରୁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ଜୋର୍ ଧରିଛି । ପ୍ରାୟ ଦୁଇ ଲକ୍ଷ ଡ୍ରାଇଭର ଙ୍କ ଏହି ଆନ୍ଦୋଳନରେ ଯୋଗ ଦେବାର ସୂଚନା ରହିଛି । ସ୍ଵତନ୍ତ୍ର ଆଇନ କୁ କେନ୍ଦ୍ରକରି ଏହି ଆନ୍ଦୋଳନରେ ଯୋଗଦେବେ ଡ୍ରାଇଭର ମହାସଂଘ । ଘରୋଇ ବସ ଓ ମାଲିକ ସଂଘ ମଧ୍ୟ ସମର୍ଥନ ଜଣାଇଥିବା ସୂଚନା ରହିଛି ।ଏଥିରେ କ୍ଷୀର ଗାଡ଼ି, ସ୍କୁଲ ବସ ଓ ଆମ୍ବୁଲାନ୍ସ କୁ ବାଦ୍ ଦିଆଯିବାର ସୂଚନା ରହିଛି ।ଏହି ଧର୍ମଘଟ କୁ ନେଇ ସାଧାରଣ ଜନଜୀବନ ବିପର୍ଯ୍ୟସ୍ତ ହେବାର ଆଶଙ୍କା କରାଯାଉଛି । ସାତ ଦଫା ଦାବି ସରକାରଙ୍କ ପାଖରେ ଉପସ୍ଥାପନା ସହିତ ତାହା କାର୍ଯ୍ୟକାରୀ କରିବା ଏହି ଧର୍ମଘଟ ମୁଖ୍ୟ ଲକ୍ଷ୍ୟ । ମୁଖ୍ୟତଃ ଅଟୋ ଚାଲକଙ୍କୁ ଡ୍ରାଇଭର ୱେଲଫେର ସହିତ ଯୋଡ଼ିବା,ଡ୍ରାଇଭରକୁ ସ୍ଵତନ୍ତ୍ର ବାର୍ଦ୍ଧକ ଭତା ପ୍ରଦାନ,ପ୍ରତି ୧୦୦କିଲୋମିଟର ରେ ବିଶ୍ରାମ ଗାର ସହିତ ଶୌଚାଳୟ ବ୍ୟବସ୍ଥା,ସ୍ଥାନୀୟ ଡ୍ରାଇଭର ନିଯୁକ୍ତି ଅଗ୍ରାଧିକାର ଦେବା,ଗାଡ଼ି ଚକିଂ କେବଳ ଆଞ୍ଚଳିକ ପରିବହନ ବିଭାଗ ନେବେ ।ବିଗତ ସରକାରରେ ଗୋଟିଏ ଦାବି ପୂରଣ ହୋଇଥିବା ବେଳେ ଏବେ ଡବଲ ଇଞ୍ଜିନ ସରକାର ଏଥିରେ ଧ୍ୟାନ ଦେବେ। ବିଗତ ଦିନରେ ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ମୋହନ ମାଝୀ ରହିଥିବା ବେଳେ ଡ୍ରାଇଭର ସଂଘର୍ ପ୍ରତ୍ୟେକ ଦାବି ଉପସ୍ଥାପନା କରିଥିଲେମାତ୍ର ଏବେ ଡବଲ ଇଞ୍ଜିନ ସରକାର ଥିବାବେଳେ ଶ୍ରୀଯୁକ୍ତ ମୋହନ ମାଝୀ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଛନ୍ତି ।ଦେଖିବାକୁ ବାକି ରହିବ ଏବେ ଏହି ସାତ ଦଫା ଦାବି କୁ ସରକାର କେତେ ଦୃଷ୍ଟି ଦେଇ ତାକୁ ଆଇନ ସଙ୍ଗତ କରିବେ । ଯଦି ଏଥିପ୍ରତି ଅତିଶୀଘ୍ର ଦୃଷ୍ଟି ଦିଆ ନ ଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲାଇବା ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ସୂଚନା ଦେଇଛନ୍ତି ।

Related Posts

About The Author

Add Comment