ରାଜ୍ୟରେ ଗଡିବନି ବସ୍

Spread the love
ଭୁବନେଶ୍ୱର, ୨୪/୦୩ (ସନ୍ଧାନ ନିୟୁଜ) କରୋନା ମୁକାବିଲା ପାଇଁ ପ୍ରଥମ ପର୍ଯ୍ୟାୟରେ ଆନ୍ତଃରାଜ୍ୟ ବସ୍ ସେବା ବନ୍ଦ କରାଯାଇଥିଲା। ଅଧିକ ସତର୍କତା ପାଇଁ ଆଜିଠାରୁ ରାଜ୍ୟରେ ବସ୍‌ ସେବା ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ । ଉଭୟ ସରକାରୀ ଓ ଘରୋଇ ବସ୍‌ ୨୪ ତାରିଖ ପୂର୍ବାହ୍ନ ୧୧ଟାରୁ ଆଉ ଗଡ଼ିବନି। ଏ ନେଇ ବିଧିବଦ୍ଧ ଭାବେ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ବସ୍‌ ମାଲିକ ସଂଘ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଗ୍ରହଣ କରିଛି। ଏହା ସହ ଆଜି ରାତି ୧୨ଟାରୁ ସିଟି ବସ ସେବା ମଧ୍ୟ ବନ୍ଦ କରିଦିଆଯାଇଛି ବୋଲି ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି ।

Related Posts

About The Author

Add Comment