ରାଜଧାନୀରେ ପୁଣି ମୁକୁଳ ଡ୍ରେନ ନେଲା ଜୀବନ

Spread the love

ଭୁବନେଶ୍ୱର ୧୬/୧/୨୬ (ସନ୍ଧା ନ୍ୟୁଜ): ରାଜଧାନୀରେ ଅଘଟଣ । ଡ୍ରେନରେ ପଡି ଚାଲିଗଲା ଯୁବକଙ୍କ ଜୀବନ । ଭୁବନେଶ୍ୱର ସାଲିଆସାହିରେ ଥିବା ଏକ ମୁକୁଳା ଡ୍ରେନରେ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ସେହି ବସ୍ତିର ସିନୁ ଗାଗରାଇ । ଘଟଣା ମୁତାବିକ, ବିଏମସି ତରଫରୁ ନୂଆ ରାସ୍ତା ପାଇଁ ପ୍ରସ୍ତୁତ ହେଉଥିବା ରାସ୍ତା କଡ ଡ୍ରେନରେ ଗୋଡ ଖସିଯିବାରୁ ମୁକୁଳା ଡ୍ରେନରେ ପଡିଯାଇଥିଲେ ସେହି ବସ୍ତିର ସିନୁ ଗାଗରାଇ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍‌ତି ହୋଇଥିଲେ । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସେପଟେ ଘଟଣାକୁ ନେଇ ବିଏମସି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି । ଅନ୍ୟପଟେ ଯୁବକଙ୍କ ମୃତ୍ୟୁରେ ପରିବାର ସଦସ୍ୟ ଗଭୀର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ପୀଡ଼ିତ ପରିବାରଙ୍କୁ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

Related Posts

About The Author

Add Comment