ସୁନ୍ଦରଗଡ଼,ତା:୬/୫/୨୦୨୫ (ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ସରକାର ସମସ୍ତ ଗ୍ରାମ୍ୟ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ରାସ୍ତା ତିଆରି କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେତେକ ଗ୍ରାମ୍ୟ ଅଞ୍ଚଳରେ ରାସ୍ତା ତିଆରି ପାଇଁ ସାତ ସପନ ହୋଇଯାଇଥିବା ଜନସାଧାରଣରୁ ଜାଣିବାକୁ ମିଳିଛି l ଯୋଜନା ପରେ ଯୋଜନା ଗଢିବାରେ ଲାଗିବା ସହିତ ଅଞ୍ଚଳର ପ୍ରତିନିଧିଙ୍କ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ମଧ୍ୟ କେତେକ ଗ୍ରାମରେ ଆଜି ମଧ୍ୟ ଲୋକେ ବର୍ଷା ଦିନରେ ଅସୁବିଧା ଭୋଗୁଛନ୍ତି । ସେହିପରି ଅବସ୍ଥା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ବ୍ଲକ ରାଏଡ଼ିହି ଗ୍ରାମ ପଂଚାୟତରେ । ପଞ୍ଚାୟତ ପରିପାର୍ଶ୍ଵରେ ଥିବା ରାଜେଶ ବଢ଼େଇ ଙ୍କ ଘର ଠାରୁ ଅମୃତ ବୁଡ଼ା ଘର ପର୍ଯ୍ୟନ୍ତ ରାସ୍ତା ଅନେକ ସମୟ ଧରି ଗ୍ରାମ ସଭାରେ ପାରିତ ହୋଇମଧ୍ୟ ଅନେକ ଯୋଜନା ବିତିଯାଇଛି ହେଲେ ଆଜି ପର୍ଯ୍ୟନ୍ତ ଲୋକଙ୍କ ସୁବିଧା ହୋଇପାରି ନି? ବର୍ଷା ଦିନେ ଲୋକେ ଚଳପ୍ରଚଳ ପାଇଁ ବିଶେଷ ଅସୁବିଧା ହେବା କାରଣରୁ ଅତିଶିଘ୍ର ଏହି ରାସ୍ତା କାର୍ଯ୍ୟ ହେବାକୁ ସାଧାରଣରେ ଦାବି ହେଉଛି । ଦେଖିବାକୁ ବାକି ରହିଲା ଅଞ୍ଚଳ ପ୍ରଶାସନ ଏ ଦିଗରେ କେତେ ଶୀଘ୍ର ଦୃଷ୍ଟି ଦେବ ଓ ତାର ସ୍ଥାୟୀ ସମାଧାନ କରିବ ।
ରାଏଡିହି ଗ୍ରାମର ସାଧାରଣ ଜନତା ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରୁ ବଞ୍ଚିତ
|
May 7, 2025 |
