ରାଉରକେଲା ରେ ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

Spread the love

ଗଂଜୁ ମାର୍କେଟରେ ନିଆରା ଢଙ୍ଗରେ ସ୍ୱାଧୀନତା ଦିବସ
ଲାଠିକଟା: ( ଲାଲବାବୁ ସାହାଣୀ): ଦକ୍ଷିଣ ରାଉରକେଲାର ସାରନଗରୀ ସ୍ଥିତ ଗଂଜୁ ମାର୍କେଟରେ ୭୪ତମ ସ୍ୱାଧୀନତା ଦିବସ କୋଭିଡ଼ ନିୟମ ଅନୁଯାୟୀ  ପାଳିତ ହୋଇ ଯାଇଛି । ଏକ ନିଆରା ଢଙ୍ଗରେ ମାର୍କେଟ ର ବ୍ୟବସାୟୀ ମାନେ ସ୍ୱାଧୀନତା ଦିବସ ପାଳନ କରିଥିଲେ । ବ୍ୟବସାୟୀ ମାନେ ରାସ୍ତାରେ ଯାତାୟତ କରୁଥିବା ପଥଚାରୀ ଓ ଅମାନିଆ ମାନଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖି ସ୍ୱାଧୀନତା ଦିବସ ପାଳିବାକୁ ଅପିଲ କରିଥିଲେ । ଏହି ଅବସରରେ ଜନ୍ମଜେୟ ସେନାପତି ଜାତୀୟ ପତାକା ଉତୋଳନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉଦୟ ପାଣ୍ଡେ, ବେଦ ପ୍ରକାଶ ବନସଲ, ସାମ୍ବାଦିକ ଲାଲବାବୁ ସାହାଣୀ, ଅରୁଣ କୁମାର ମହାନ୍ତି, ଅଜିତ ସୁବୁଦ୍ଧି, ସୂର୍ଯ୍ୟ ନାରାୟଣ ଡୋରା, ଅଫତାବ, ଲଲନ କୁମାର ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ ।  

କୋଭିଡ଼ ଗାଇଡ଼ ଲାଇନ ମାନି ଉଡ଼ାଇଲେ ତ୍ରୀରଙ୍ଗା
ରାଉରକେଲା :ରାଉରକେଲା ସବୁଠି କୋଭିଡ଼ ଗାଇଡ଼ ଲାଇନ ମାନି ପାଳିତ ହୋଇଥିଲା  ୭୪ତମ  ସ୍ୱାଧୀନତା ଦିବସ । ସବୁଠି ଉଡ଼ିଥିଲା ତ୍ରୀରଙ୍ଗା, ମାତ୍ର ସମବେତ ପ୍ୟାରେଡ଼ ଓ ସାସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଥିଲା । ଜଲଦା ଷ୍ଟାଡ଼ିୟମ ଓ ସେକ୍ଟର-୨୨ ମିନି ଷ୍ଟାଡ଼ିୟମରେ ସମବେତ ପ୍ୟାରେଡ ହୋଇନଥିଲା, ଯାହାକୁ ନେଇ ନିରାଶ ହୋଇଥିଲେ ଦକ୍ଷିଣ ରାଉରକେଲାବାସୀ । ଦକ୍ଷିଣ ରାଉରକେଲାର ମଡର୍ଣ୍ଣ ଇଣ୍ଡିଆ,ନବକୃଷ୍ଣନଗର, ତାରାପୁର, ଦେଓଗାଁ, ଜଲଦା, ବାଲିଯୋଡି, ଆଇଡ଼ିଏଲ, ଉତ୍କଳନଗର, ଆରଏଚ କଲୋନୀ, କନଷ୍ଟ୍ରକସନ କଲୋନୀ,ବ୍ରିଟାନିଆ କଲୋନୀ ତଥା ଅଂଚଳରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ, ସାମାଜିକ ଓ ସାସ୍କୃତିକ  ଅନୁଷ୍ଠାନ, କ୍ଲବ,ବିଭିନ୍ନ ମାର୍କେଟ କମିଟି, ବ୍ୟାଙ୍କ, ପେଟ୍ରୋଲ ପମ୍ପ ମହିଳା ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ୭୪ତମ ସ୍ୱାଧିନତା ଦିବସ କୋଭିଡ଼ କଟକଣାରେ ନିରାଡମ୍ବର ଭାବେ ପାଳନ କରାଯାଇଥିଲା । ଟାଙ୍ଗରପାଲ୍ଲୀ ଥାନା, ଫର୍ଟିଲାଇଜର ଟାଉନ ଆଉଟପୋଷ୍ଟ ଓ ଆଇଡିଏଲ ଫାଣ୍ଡିରେ ଟାଙ୍ଗରପାଲ୍ଲୀ ଥାନାଧିକାରୀ ରବିନ୍ଦ୍ର କୁମାର ପାତ୍ର ଜାତୀୟ ପତାକା ଉତୋଳନ କରିଥିବା ବେଳେ,ଜଲଦା ଫାଣ୍ଡିରେ ଅଧିକାରୀ ବିଜୟ କୁମାର ଦାସ ଜାତୀୟ ପତାକା ଉତୋଳନ କରିଥିଲେ । ସେହିପରି ଆଇଡିଏଲ ଫାଣ୍ଡିରେ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା
                                   
  ସେକ୍ଟର-୨୧ ନୟାବଜାର ଠାରେ ସାମାଜିକ ଅନୁଷ୍ଠାନ ମାନବିକତା ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ସଙ୍ଗଠନ ପକ୍ଷରୁ ସମାଜସେବୀ ପ୍ରଶାନ୍ତ ସେଠୀ ଜାତୀୟ ପତାକା ଉତୋଳନ କରିଥିବା ବେଳେ, ଅନ୍ୟ ମାନେ ଉପସ୍ଥିତ ଥିଲେ । କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ପାଳିତ ହୋଇଥିଲା ଏହି ଜାତୀୟ ଦିବସ ।  ସେହିପରି ଦକ୍ଷିଣ ରାଉରକେଲାର ଲୋକନାଥ ମାର୍କେଟ ସ୍ଥିତ ବିଜେଡି କାର୍ଯ୍ୟାଳୟ ଠାରେ ବିଜେଡ଼ି ନେତା ତଥା ସାମାଜିକ କର୍ମୀଶ୍ରୀଚରଣ ସାମଲ ପତାକା ଉତୋଳନ କରିଥିଲେ । ଏହି ଅବସରରେ  ସୁଶାନ୍ତ ରାଉତ, ରମାକାନ୍ତ ଦାଶ, ହୀରା ଥାପା ଆଦି ବିଜେଡି କର୍ମୀ ଉପସ୍ଥିତ ଥିଲେ । କଳିଙ୍ଗ ଯୁବ ସଙ୍ଗଠନ କାର୍ଯ୍ୟାଳୟ ପରିସରରେ  ସାମାଜିକ କର୍ମୀ  ଜୟଦେବ ମହାନ୍ତି  ଜାତୀୟ ପତାକା ଉତୋଳନ କରିଥିଲେ । ଅନୁଷ୍ଠାନ ପକ୍ଷରୁ  ଅନିଲ ମଲ୍ଲିକ, ଅଜୟ ମହାନ୍ତି,  ଅଜୟ ପରିଡ଼ା, ବିଜୟ ମହାନ୍ତି, ଦିଲୀପ ମଲ୍ଲିକ, ଗୋକୁଳାନନ୍ଦ ବେହେରା, ପ୍ରଶାନ୍ତ ପଣ୍ଡା, ଗିଡ଼ୁ ଆଚାର୍ଯ୍ୟ, ବାପି ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।  । ସେହିପରି  ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡି ପଏଂଟ୍ ପକ୍ଷରୁ ନିର୍ଦ୍ଦେଶକ ସରୋଜ କୁମାର ବେହେରା ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ଅନୁଷ୍ଠାନର ଚନ୍ଦ୍ରଶେଖର ମୁନ୍ନି , ମନୋଜ କୁମାର ବେହେରା ପ୍ରମୁଖ  ଉପସ୍ଥିତ ଥିଲେ । ପୂର୍ଣ୍ଣାନନ୍ଦ ମାର୍କେଟ ନିକଟ ସିଆଇଟିୟୁ କାର୍ଯାଳୟରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରଘୁନାଥପାଲୀ  ଆଂଚଳିକ କମିଟିର ସଂପାଦକ ଅରୁ ଦାସ ଜାତୀୟ ପତାକା ଉତୋଳନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିନୟ ବେହୁରା, ହୃଦୟାନନ୍ଦ ଯାଦବ, ବି.ବି. ଗିରି ପ୍ରମୁଖ ଉପସ୍ଥିତ ଥିଲେ । ଆଦର୍ଶ ବିଦ୍ୟା ମନ୍ଦିରରେ ଡାକ୍ତର ଫକୀର ଚରଣ ହୋତା ଜାତୀୟ ପତାକା ଉତୋଳନ କରିଥିଲେ ।  ପ୍ରଧାନ ଶିକ୍ଷୟତ୍ରୀ ଶୈବାଳିନୀ ମିଶ୍ର,  ଅନନ୍ତ ଜେନା, ପ୍ରାଧ୍ୟାପକ ଶ୍ରୀକାନ୍ତ ନାଥଶର୍ମା, ବରିଷ୍ଠ ଶିକ୍ଷକ ବିପିନ ବିହାରୀ ରାଉତରାୟ,ଗୌତମ ପ୍ରଧାନ, ଶିକ୍ଷକ ସୁମନ୍ତ ପଣ୍ଡା, ରମେଶ ଚନ୍ଦ୍ର ରାଉତ, ପୁରୁଷୋତମ ବେହେରା, ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ । 

Related Posts

About The Author

Add Comment