ରାଉରକେଲା ମହାନଗର ନିଗମ ପକ୍ଷରୁ ଶକ୍ତି ବଜାରର ଶୁଭାରମ୍ଭ

Spread the love

ରାଉରକେଲା, ୦୬/୧୨ (ସନ୍ଧାନ ନିୟୁଜ): ସହରର କୋଏଲ ନଗର କଲ୍ୟାଣ ମଣ୍ଡପ ନିକଟରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଶକ୍ତି ବଜାରର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ମହାନଗର ନିଗମର ଆୟୁକ୍ତ ଡାକ୍ତର ୟେଦ୍ଦୁଲା ବିଜୟ ପ୍ରମୁଖ ଯୋଗ ଦେଇ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଶକ୍ତି ବଜାର ପରିସରରେ ଆୟୋଜିତ ଏକ ସଭାରେ ଅତିଥିମାନେ ଯୋଗଦେଇ ମହିଳା ସଶକ୍ତିକରଣ ତଥା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଗୁଡିକୁ ସ୍ବୟଂ ସଂପୂର୍ଣ୍ଣ କରିବା ଲାଗି ସରକାର ଅନେକ ପଦକ୍ଷେପ ନେଉଥିବା କହିଥିଲେ। ସରକାରଙ୍କ ଏହି ପ୍ରଚେଷ୍ଟାକୁ ଆହୁରି ବଳିଷ୍ଠ କରିବା ଦିଗରେ ରାଉରକେଲା ମହାନଗର ନିଗମ ଏକ ଅଭିନବ ପ୍ରଚେଷ୍ଟା କରିଛି। ଶକ୍ତି ବଜାର ସ୍ଥାପନ କରି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ବିକ୍ରି ନିମନ୍ତେ ବଜାର ବ୍ୟବସ୍ଥା ସୃଷ୍ଟି କରିଛି।

ଜିଲ୍ଲାର ବିଭିନ୍ନ ବ୍ଲକରୁ ସ୍ବୟଂ ସହାୟିକା ଗୋଷ୍ଠୀମାନେ ଏହି ଶକ୍ତି ବଜାରରେ ନିଜ ନିଜ ସାମଗ୍ରୀ ବିକ୍ରି କରୁଛନ୍ତି। ଏହି ବଜାରର ୪୪ଟି ଷ୍ଟଲକୁ ବିଭିନ୍ନ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ସେମାନଙ୍କ ବ୍ୟବସାୟ ଲାଗି ପ୍ରଦାନ କରାଯାଇଛି। ଏହି ବଜାର ପ୍ରତିଦିନ ସକାଳ ୧0ରୁ ରାତି ୧0 ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜଣାପଡ଼ିଛି।

Report- S Nayak

Related Posts

About The Author

Add Comment