ରାଉରକେଲା ୨୮/୧୨ (ସନ୍ଧାନ ନିଉଜ) : ରାଉରକେଲା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ଓ ଦକ୍ଷିଣ ରାଉରକେଲା ଅନ୍ତର୍ଗତ ରଘୁନାଥପାଲୀ ବିଜେଡ଼ି ପକ୍ଷରୁ ବିଜୁ ଜନତା ଦଳ(ବିଜେଡ଼ି)ର ୨୪ତମ ପ୍ରତିଷ୍ଠା ଦିବସ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ଅନୁଷ୍ଠିତ ହୋଇ ଯାଇଛିା ରଘୁନାଥପାଲୀ ନଗର ସଭାପତି ଆର୍ତତ୍ରାଣ ମହାରଣାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କମ୍ୟୁନିଟି ସେଂଟର ଠାରେ ନିରାଡମ୍ବର ଭାବେ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାରନଗରୀରେ ଥିବା ବିଭିନ୍ନ ମହାପୁରୁଷଙ୍କ ଓ ସହୀଦଙ୍କ ପ୍ରତିମୂର୍ତିରେ ବିଜେଡ଼ିର ନେତୃବୃନ୍ଦ ମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ମଂଚାସୀନ ଅତିଥି ଭାବେ ରଘୁନାଥପାଲୀ ମହିଳା ବିଜେଡ଼ି ସଭାନେତ୍ରୀ ଇନ୍ଦିରା ନାୟକ, ଛାତ୍ର ବିଜେଡ଼ି ସଭାପତି ରାକେଶ ସ୍ୱାଇଁ,ଯୁବ ବିଜେଡ଼ି ସଭାପତି ପ୍ରଭାକର ଚୌଧୁରୀ,ରଘୁନାଥପାଲୀ ବିଜେଡ଼ିର ସାଧାରଣ ସମ୍ପାଦକ ସତ୍ୟାନନ୍ଦ ବେହେରା,ଉପସଭାପତି ଶ୍ରୀଚରଣ ସାମଲ, ପ୍ରହଲ୍ଲାଦ ନାୟକ,ଅନୀଲ କୁମାର ମଲ୍ଲିକ, ସମାଜସେବୀ ଅରୁଣ କୁମାର ପରିଡ଼ା,ଶ୍ରୀନାଥ ଚନ୍ଦ୍ର ନାୟକ,ଚାନ୍ଦମଣୀ ନାୟକ, ବିଜେଡ଼ି ନେତା ଜ୍ୟୋତି ରଂଜନ ମହାନ୍ତି ଓ ବିଜେଡ଼ିର ଅନ୍ୟ କର୍ମୀ ମାନେ ଓଡ଼ିଶାର ବରପୁତ୍ର ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ତୈଳ ଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ଜଳନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବିଜେଡ଼ି ଦଳ ୨୩ ବର୍ଷର କଠିନ ଯାତ୍ରାରେ ସଫଳ ସାବ୍ୟସ୍ତ ହେବା ସହ ୨୪ ବର୍ଷରେ ପଦାପର୍ଣ କରିଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ମିଶନ ଶକ୍ତି ମାଧ୍ୟମରେ ମହିଳା ମାନେ କିପରି ଆତ୍ମନର୍ଭିରଶୀଳ ହୋଇ ପାରିବେ ଓ ଯୁବକ ଓ ଛାତ୍ର ମାନଙ୍କ ପାଇଁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ମଂଚାସୀନ ଅତିଥି ଆଲୋକପାତ କରିବା ସହ ବିଜୁ ବାବୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶକୁ ପାଥେୟ କରି ଜନସେବାରେ ନିୟୋଜିତ ହେବାକୁ ଅତିଥି ମାନେ ଉପସ୍ଥିତ ବିଜେଡ଼ି କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଜେଡ଼ିର ମୁଖପାତ୍ର ରମାକାନ୍ତ ରଥ, ନଗର କମିଟିର ସମ୍ପାଦକ ସୁଶାନ୍ତ ରାଉତ,ବିପିନ ଲେଙ୍କା,ସଂଜୟ ଦାସ, ବସନ୍ତ ପରିଡ଼ା,ଚଗଲା ସୂତାର,ବିଜୁ ପ୍ରହରାଜ,ରବିନ୍ଦ୍ର ବେହୁରିଆ,ଭାଗବତ ଜେନା,ସୁଶାନ୍ତ ମହାପାତ୍ର, ଜଗଦିଶ ପଣ୍ଡା ପ୍ରମୁଖ ଯୋଗ ଦେଇ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଜୟ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ବିଜେଡ଼ିର ଏହି ପ୍ରତିଷ୍ଠା ଦିବସରେ ପୁରୁଷ ଓ ମହିଳା କର୍ମୀ ମାନେ ଯୋଗ ଦେଇଥିଲେ ।
ରାଉରକେଲା ଓ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ପ୍ରତିଷ୍ଠା ଦିବସ
|
December 28, 2020 |