ରାଉରକେଲା ଅର୍ବାନ ବ୍ୟାଙ୍କ ଜାଲ ଏକାଉଣ୍ଟର ଖଣି

Spread the love
ରାଉରକେଲା, ୨୮/୧୧/୨୦ (ସନ୍ଧାନ ନିଉଜ) : ରାଉରକେଲା ଅର୍ବାନ କୋ-ଅପରେଟିଭ୍‍ ବ୍ୟାଙ୍କ ଜାଲ ଏକାଉଣ୍ଟର ଖଣି ପାଲଟି ଯାଇଛି। ଯେତେ ଖୋଳିବ ସେତେ ମିଳିବ ଭଳି କଥା ହୋଇଛି। ଜଣେ ସିକ୍ୟୁରିଟି ଗାର୍ଡ଼ଙ୍କ ନାଁରେ ଜାଲ କମ୍ପାନୀ ଖୋଲାଯାଇ ଅର୍ବାନ କୋ-ଅପରେଟିଭ୍‍ ବ୍ୟାଙ୍କରେ ଜାଲ ଏକାଉଣ୍ଟ ଜରିଆରେ ୧୮ କୋଟିର କାରବାର ହୋଇଥିବା ନଜରକୁ ଆସିଛି। ସବୁଠାରୁ ବଡ଼ କଥା ହେଲା ସଂପୃକ୍ତ ସିକ୍ୟୁରିଟି ଗାର୍ଡ଼ ଜୀବନରେ କେବେ ରାଉରକେଲା ଦେଖି ନାହାଁନ୍ତ କି ଆସି ନାହାଁନ୍ତି। ମାତ୍ର ତାଙ୍କ ନାଁରେ କିଏ ଅର୍ବାନ ବ୍ୟାଙ୍କରେ କିଏ ଓ କିପରି ଏକାଉଣ୍ଟ ଖୋଲିଲା ତାହା ହିଁ ଏବେ ବଡ଼ ପ୍ରଶ୍ନ। ଜିଏସ୍‍ଟି ଠକେଇ ପଦାରେ ପଡ଼ିଲା ପରେ ଜିଏସ୍‍ଟି ଘଣ୍ଟାଚକଟା ଆରମ୍ଭ କରି ଦେଇଛି। ଏସବୁ ବେଆଇନ କାରବାରରେ ଜଡ଼ିତ ମାଫିଆଙ୍କୁ ଧରିବା ପାଇଁ ଜିଏସ୍‍ଟି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

Related Posts

About The Author

Add Comment