ରାଉଲକେଲା/୧୨/୧୨/ସନ୍ଧାନ ନ୍ୟୁଜ୍। ହାତ ଗୋଡ଼ ସହ ମୁଣ୍ଡ କାଟି କରାଯାଇଛି ହତ୍ୟା । ପରେ ମୁଣ୍ଡ ବିହିନ ଶରୀରକୁ ଅଖା ଭିତରେ ଭର୍ତ୍ତି କରି ବ୍ରାହ୍ମଣୀ ନଦୀରେ ପିଙ୍ଗି ଦେଇଥିଲା ଅଭିଯୁକ୍ତ। ଅନ୍ୟପକ୍ଷରେ ବ୍ରାହ୍ମଣୀ ନଦୀଠାରୁ ପାଖାପାଖି ୫୦୦ ମିଟର ଦୁର ପୋଖରୀରେ ହାତ ଗୋଡ଼ ସହ କଟା ମୁଣ୍ଡକୁ ଫିଙ୍ଗିଦେଇଥିଲା। ଏହି ହତ୍ୟାକାଣ୍ଡ ପଛରେ ଥିଲା ଦୁର୍ଷ୍ମମ ଘଟଣା । ଅଭିଯୁକ୍ତ ପ୍ରତିଶୋଧ ପରାୟଣ ହୋଇ ଘଟାଇ ଥିଲା ହତ୍ୟାକାଣ୍ଡ ।
ଏହି ହତ୍ୟାକାଣ୍ଡ ଏବେ ସାରା ରାଜ୍ୟରେ ଚହଳ ପକାଇଛି । ଯୁବତୀଙ୍କ ହତ୍ୟା କରିବା ପରେ ହାତ ଗୋଡ଼ ମୁଣ୍ଡ କାଟି ବ୍ରାହ୍ମଣୀ ନଦୀ ସହ ପୋଖରୀରେ ଫିଙ୍ଗିଥିଆ ଅଭିଯୁକ୍ତ ହେଲା ମୁନୁ କିଶାନ।
ଘଟଣା ଆରମ୍ବ ହୋଇଥିଲା ଅଗଷ୍ଟ ୨୦୨୩ ସସିହାରେ । ସୁନ୍ଦରଗଡ ଧରୁଆଡ଼ିହି ଅଞ୍ଚଳରେ ଅଭିଯୁ୍କ୍ତ ମୁନୁ କିଶାନ ଜଣେ ନାବାଳିକାକୁ ଦୁଷ୍ମର୍ମ କରିବା ପରେ ସେ ଗର୍ଭବତୀ ହୋଇଥିଲା। ପରେ ନାବାଳିକାକୁ ଧରୁଆଡ଼ିହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଆୟୁଷ ଡ଼ାକ୍ତରଙ୍କ ସହାୟତାରେ କରିଥିଲା ଗର୍ଭ ନଷ୍ଟ । ନାବାଳିକା ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହେବା ପରେ ଜଣା ପଡିଥିଲା ସମସ୍ତ ଘଟଣା । ପିଡ଼ିତା ପରିବାର ଲୋକେ ଧରୁଆଡ଼ିହି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତ ମୁନୁ କିଶାନ କୁ ପୋଲିସ ଗିରଫ କରି ଜେଲ୍ ପଠାଇଥିଲେ । ପରେ ଜାମିନ ପାଇ ଅଭିଯୁକ୍ତ ମୁନୁ କିଶାନ ଖଲାସ ହୋଇଥିଲା ଜେଲରୁ । ଦୁଷ୍କର୍ମ ଘଟଣାରେ ଜେଲ୍ ଯିବା ପରେ ପ୍ରତିଶୋଧ ପରାୟଣ ହୋଇ ଯାଇଥିଲା ମୁନୁ କିଶାନ। ଜାମିନରେ ଆସିବା ପରେ ସେତେବେଳେ ନାବାଳିକା ସାବାଳିକା ହୋଇସାରିଥିଲା। ପିଡ଼ିତା ରହୁଥିଲା ଝାରସୁଗୁଡ଼ା ଟାଉନ ଥାନା ଅଞ୍ଚଳରେ ଥିବା ତାଙ୍କ ସଂପର୍କୀୟଙ୍କ ଘରେ । ଏହାର ସୁଯୋଗ ନେଇ ଅଭିଯୁ୍କ୍ତ ଯୁବତୀଙ୍କୁ କୌଶଳ କ୍ରମେ ଝାରସୁଗୁଡାରୁ ରାଉରକେଲା ନେଇ ଆସି କରିଛି ବିଭର୍ସ ହତ୍ୟା ।
ଯୁବତୀ ଜଣକ ସଂପର୍କୀୟଙ୍କ ଘରୁ ନିଖୋଜ ହେବା ପରେ ପରିବାର ଲୋକେ ଗତ ୭ ତାରିଖରେ ଝାରସୁଗୁଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ଆରମ୍ଭ କରିଥିଲା ତଦନ୍ତ । ପରେ ମୁନୁ କିଶାନ ର ମୋବାଇଲ ଟ୍ରାକ କରି ତାକୁ ଧରିବାରେ ସଫଳ ହୋଇଥିଲେ ପୋଲିସ। ପଚରା ଉଚରା ପରେ ପୋଲିସ ସାମ୍ନାରେ ଅଭିଯୁକ୍ତ ମୁନୁ କିଶାନ ହତ୍ୟାକାଣ୍ଡର ସମସ୍ତ ଘଟଣା କହିଥିଲା।
ଅଭିଯୁକ୍ତର ସ୍ୱୀକାରୋକ୍ତି ଆଧାରରେ ଝାରସୁଗୁଡ଼ା ପୋଲିସ ଅଭିଯୁକ୍ତକୁ ଧରି ରାଉରକେଲାରେ ପହଞ୍ଚି ଥିଲେ। ରାଉରକେଲା ପୋଲିସ ସହାୟତାରେ ଆରମ୍ଭ ହୋଇ ଥିଲା ସର୍ଚ୍ଚ ଅପରେସନ।ବ୍ରାହ୍ମଣୀ ନଦୀରେ ଓଡ୍ରାଫ୍ ଟିମ୍ ୭ ଘଣ୍ଟା ଖୋଜା ଖୋଜି କରିବା ପରେ ନଦୀରୁ ମିଳିଥିଲା ଅଖାରେ ଭର୍ତ୍ତି ହୋଇ ଥିବା ଯୁବତୀଙ୍କ ମୁଣ୍ଡ ବିହିନ ଶରୀର । ପରେ ଅଭିଯୁକ୍ତ ମୁନୁ କିଶାନକୁ ଘଟଣା ସ୍ଥଳକୁ ନେଇ ଚିହ୍ନଟ କରିବା ସହ ପରିବାର ଲୋକ ମୁଣ୍ଡ ବିହିନ ଶରୀରକୁ ଚିହ୍ନଟ କରିଥିଲେ। ଯୁବତୀଙ୍କ କଟା ମୁଣ୍ଡ , ଶରୀର ସହ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ କୁ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ସୁନ୍ଦରଗଡ଼ ପଠାଯାଇଛି।